ଦ୍ୱିତୀୟ ଦିନିକିଆ: ଟସ୍‌ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ବିଶାଖାପଟନମ୍‌ର ୱାଇଏସ୍‌ଆ‌ର୍‌ ଷ୍ଟାଡିଅମ୍‌ରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।

ଗୁୱାହାଟିରେ ଖେଳିଥିବା ଚୂଡ଼ାନ୍ତ ଦଳରେ ଗୋଟିଏ ପରିବର୍ତ୍ତନ ସହ ବିରାଟ ବାହିନୀ ପଡ଼ିଆକୁ ଓହ୍ଲାଇଛି। ବାମହାତୀ ଦ୍ରୁତ୍ ବୋଲର୍‌ ଖଲିଲ୍‌ ଅହମ୍ମଦଙ୍କ ସ୍ଥାନରେ ବାମହାତୀ ଚାଇନାମ୍ୟାନ୍‌ କୁଲଦୀପ୍‌ ଯାଦବ୍‌ ଦଳକୁ କମ୍‌ବ୍ୟାକ୍‌ କରିଛନ୍ତି।

ସେହିପରି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‌ ଦଳରୁ ଫାଷ୍ଟ୍‌ ବୋଲର୍‌ ଥୋମାସ୍‌ ବାଦ୍ ପଡ଼ିଥିବାବେଳେ ତାଙ୍କ ସ୍ଥାନରେ ମ୍ୟାକ୍‌କୟ ଦିନିକିଆ ପଦାର୍ପଣ କରିଛନ୍ତି।

ଶେଷ ଖବର ସୁଦ୍ଧା ଭାରତ ୪ ଓଭରରେ ଗୋଟିଏ ୱିକେଟ୍‌ ହରାଇ ୧୯ ରନ୍‌ କରିଛି। ଭାରତ ପକ୍ଷରୁ ରୋହିତ ଶର୍ମା ମାତ୍ର ୪ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଓପନର୍‌ ଶିଖର ଧୱନ ୧୧ ଓ ଅଧିନାୟକ ବିରାଟ୍‌ ୪ ରନ୍‌ କରି ଅପରାଜିତ ଅଛନ୍ତି।

୫ଟିକିଆ ଦିନକିଆ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ ଟିମ୍‌ ଇଣ୍ଡିଆ ୧-୦ରେ ଆଗୁଆ ଅଛି।



from Odisha Reporter
ଦ୍ୱିତୀୟ ଦିନିକିଆ: ଟସ୍‌ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି ଦ୍ୱିତୀୟ ଦିନିକିଆ: ଟସ୍‌ ଜିତି ଟିମ୍ ଇଣ୍ଡିଆର ବ୍ୟାଟିଂ ନିଷ୍ପତ୍ତି Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.