ଭୁବନେଶ୍ୱର ୨୩/୧୦ : ଓଡିଶା ସଂସ୍କୃତି ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଜିତ ଆୟାର ମିତ୍ର ଗିରଫ ହୋଇପାରନ୍ତି | ଅଭିଜିତ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଛନ୍ତି | ମାମଲାକୁ ନେଇ ଭୁବନେଶ୍ୱର ଡିଜି କ୍ୟାମ୍ପରେ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଆସି ପହଂଚିଛନ୍ତି | ଅଭିଜିତଙ୍କ ମାମଲାକୁ ନେଇ ତର୍ଜମା ଚାଲିଛି | ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ଏହି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି | ଅଭିଜିତ ଓଡିଶା ସଂସ୍କୃତି ବିରୋଧରେ ଯେଉଁ କଟୁ ମନ୍ତବ୍ୟ ଦେଇଥିଲେ ସେହି ମନ୍ତବ୍ୟକୁ ନେଇ ତାଙ୍କ ବିରୋଧରେ ଏକାଧିକ ମାମଲା ରହିଛି | ଶୁଣିବାକୁ ମିଳୁଛି ଯେ, ଅଭିଜିତଙ୍କୁ ପୁରୀ ପୋଲିସ ଗିରଫ କରିପାରେ | ଅଭିଜିତ ଓଡିଶାର ବିଧାୟକମାନଙ୍କ ବିରୋଧରେ ମଧ୍ୟ ଅରୁଚିକର ମନ୍ତବ୍ୟ ରଖିଥିଲେ |
from News7 https://ift.tt/2CZelZs
ଗିରଫ ହେବେ ଅଭିଜିତ ! ଚାଲିଛି ତର୍ଜମା
Reviewed by SUBHENDU BARAL
on
October 23, 2018
Rating:
No comments: