ଗୁରୁଗ୍ରାମ ଗୁଳିକାଣ୍ଡ ଘଟଣା: ମାଆ ପରେ ଜୀବନ ହାରିଲେ ପୁଅ

gurugram

ନୂଆଦିଲ୍ଲୀ: କିଛିଦିନ ତଳେ ଗୁରୁଗ୍ରାମରେ ବନ୍ଧୁକ ଗୁଳିରେ ଆହତ ହୋଇଥିବା ଜଜ୍‌ କୃଷ୍ଣକାନ୍ତଙ୍କ ପୁଅର ମୃତ୍ୟୁ ଘଟିଛି। ତାଙ୍କ ନାଁ ଧ୍ରୁବ। ତାଙ୍କୁ ଗୁରୁତର ଅବସ୍ଥାରେ ମେନ୍ଦାତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ୧୦ ଦିନ ହେବ ସେ ଏଠାରେ ଚିକିତ୍ସାଧୀନ ଥିଲେ। ପୂର୍ବରୁ ଗୁଳିମାଡ଼ରେ ଜଜ୍‌ଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା।

ସୂଚନାଯୋଗ୍ୟ, ଅକ୍ଟୋବର ୧୩ ତାରିଖରେ ଜଜ୍‌ଙ୍କ ସୁରକ୍ଷାକର୍ମୀ ମାହିପାଳ ଗୁରୁଗ୍ରାମର ଜନଗହଳି ଅଞ୍ଚଳରେ ଜଜ୍‌ଙ୍କ ପତ୍ନୀ ଓ ପୁଅକୁ ଗୁଳି ମାରିଥିଲା। ଏହି ଆକ୍ରମଣ ପରେ ଜଜ୍‌ଙ୍କ ପତ୍ନୀ ରିତୁଙ୍କ (୪୫) ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। ରିତୁଙ୍କ ଛାତିରେ ଗୁଳି ବାଜିଥିଲା ବେଳେ ଧ୍ରୁବ ମୁଣ୍ଡରେ ଗୁଳି ବାଜିଥିଲା। ତେବେ ଧ୍ରୁବ୍‌ଙ୍କ ‘ବ୍ରେନ୍‌ ଡେଡ୍‌’ ହୋଇଯାଇଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଘୋଷଣା କରିଥିଲେ। ଏଥିସହ ଧ୍ରୁବକୁ ଜୀବନ ରକ୍ଷକ ପ୍ରଣାଳୀରେ ରଖା ଯାଇଥିଲା।

ପୁଅର ମୃତ୍ୟୁ ପରେ ତା’ର ଶରୀର ଦାନ କରିବାକୁ କୃଷ୍ଣକାନ୍ତ ନିଷ୍ପତ୍ତି ନେଇଛନ୍ତି।

 



from Odisha Reporter
ଗୁରୁଗ୍ରାମ ଗୁଳିକାଣ୍ଡ ଘଟଣା: ମାଆ ପରେ ଜୀବନ ହାରିଲେ ପୁଅ ଗୁରୁଗ୍ରାମ ଗୁଳିକାଣ୍ଡ ଘଟଣା: ମାଆ ପରେ ଜୀବନ ହାରିଲେ ପୁଅ Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.