ଝାରପଡ଼ା ଜେଲ୍‌ରେ ରାତି କାଟିଲେ ଅଭିଜିତ୍‌: ଟ୍ୱିଟରକୁ ତଥ୍ୟ ମାଗିଲା ପୁଲିସ୍‌

avijeet

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ପ୍ରଥମ ରାତି ଝାରପଡ଼ା ଜେଲରେ କଟାଇଛନ୍ତି। ଗତକାଲି ଗିରଫ ହେବା ପରେ ଅଭିଜିତ୍‌ଙ୍କୁ ଭୁବନେଶ୍ୱରର ଭାରପ୍ରାପ୍ତ SDJMଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଥିଲା।
ତଥ୍ୟ ଖଜୁଛି ପୁଲିସ୍‌- ଅନ୍ୟପକ୍ଷରେ ଅଭିଜିତ୍‌ଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ କରିବାରେ ପୁଲିସ୍‌ ଲାଗି ପଡ଼ିଛି। ଏଥିପାଇଁ ‘ଟ୍ୱିଟର୍‌’କୁ ପୁଲିସ୍‌ ତଥ୍ୟ ମାଗିଛି।

ଟ୍ୱିଟରରେ ଅଭିଜିତ୍‌ କ’ଣ ଲେଖିଥିଲେ, ସେ ସଂପର୍କରେ ସବିବେଶ ତଥ୍ୟ ଦେବାକୁ ଟ୍ୱିଟରକୁ ଚିଠି ଲେଖିଛି ସହିଦ ନଗର ଥାନା ପୁଲିସ୍‌। କେଉଁ ନମ୍ବର, କେଉଁ ମେଲ୍ ଆଇଡ଼ିରେ ଅଭିଜିତ୍‌ ଆକାଉଣ୍ଟ ଖୋଲିଛନ୍ତି ? କେଉଁ ସମୟରେ କ’ଣ ପୋଷ୍ଟ କରିଥିଲେ ? ସେସବୁର ତଥ୍ୟ ଯୋଗାଇ ଦେବାକୁ ପୁଲିସ୍‌ ଚିଠିରେ ଜଣାଇଛି।

ରିମାଣ୍ଡରେ ନେବାକୁ କୋଣାର୍କ ଥାନା ପୁଲିସ୍‌ର ଆବେଦନ- କୋଣାର୍କ ଥାନାରେ ବି ତାଙ୍କ ବିରୋଧରେ ଏତଲା ରହିଛି। ପଚରାଉଚରା ପାଇଁ ଅଭିଜିତ୍‌ଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ କୋଣାର୍କ ଥାନା ପୁଲିସ ଏସ୍‌ଡିଜେଏମ୍‌ କୋର୍ଟରେ ଆବେଦନ କରିଛି।

ଗତକାଲି ଅଭିଜିତ୍‌ ବିଧାନସଭା ଗୃହ କମିଟିରେ ହାଜର ହୋଇନିଜ ମନ୍ତବ୍ୟ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ଗୃହ କମିଟିରେ ଅଭିଜିତ୍‌ଙ୍କ ବୟାନ ରେକର୍ଡ କରାଯିବା ସହ ତାଙ୍କୁ ନଭେମ୍ବର ୨ରେ ପୁଣି ଥରେ ହାଗର ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ ଅଭିଜିତ୍‌ ସୋଶାଲ ମିଡିଆରେ ତାଙ୍କ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଏହା ତାଙ୍କର ନିର୍ବୋଧତା ଥିଲା ବୋଲି ମଧ୍ୟ କହିଥିଲେ।

ଗୃହ କମିଟିରେ ହାଜର ହେବା ପରେ ଅଭିଜିତ୍‌ଙ୍କୁ ଶହୀଦନଗର ଥାନାକୁ ନିଆଯାଇଥିଲା। ଏହାପରେ ପୁଲିସ୍‌ ତାଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା କରିଥିଲା। ପରେ ଅଭିଜିତ୍‌ଙ୍କୁ ଭୁବନେଶ୍ୱରର ଭାରପ୍ରାପ୍ତ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଅଭିଜିତ୍‌ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ। ଫଳରେ ତାଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା।



from Odisha Reporter
ଝାରପଡ଼ା ଜେଲ୍‌ରେ ରାତି କାଟିଲେ ଅଭିଜିତ୍‌: ଟ୍ୱିଟରକୁ ତଥ୍ୟ ମାଗିଲା ପୁଲିସ୍‌ ଝାରପଡ଼ା ଜେଲ୍‌ରେ ରାତି କାଟିଲେ ଅଭିଜିତ୍‌: ଟ୍ୱିଟରକୁ ତଥ୍ୟ ମାଗିଲା ପୁଲିସ୍‌ Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.