ପୁଲିସ୍‌-ଆଇନ୍‌ଜୀବୀ ବିବାଦ: ନବୀନଙ୍କ ଉପରେ ଦୋଷ ଲଦିଲେ ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଲିସ୍-ଆଇନଜୀବୀ ବିବାଦରୁ କୋର୍ଟ ଅଚଳାବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଦୋଷ ଲଦିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଏଥିରେ ହସ୍ତକ୍ଷେପ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ନିବେଦନ କରିଛନ୍ତି।

ଆଜି ଫେସବୁକ୍‌ରେ ଏକ ଭିଡିଓ ଜାରି କରି ଧର୍ମେନ୍ଦ୍ର କହିଛନ୍ତି, “ପୁଲିସ୍‌ ଓ ଆଇନଜୀବୀଙ୍କ ମଧ୍ୟରେ ବିବାଦ ଯୋଗୁ ଗତ ଦେଢମାସରୁ ଅଧିକ ସମୟ ହେଲା କୋର୍ଟରେ ଅଚଳାବସ୍ଥା ଜାରି ରହିଛି। ଏଥିପାଇଁ ରାଜ୍ୟରେ ଏକ ପ୍ରକାର ସ୍ଥିତାବସ୍ଥା ଦେଖାଦେଇଛି। ବିବାଦର ସମାଧାନ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସିପାରୁନି।”

ସେ ଆହୁରି କହିଛନ୍ତି, “ଏହାଦ୍ୱାରା ସାଧାରଣ ଲୋକ ଅଧିକ ପ୍ରଭାବିତ ହେଉଛନ୍ତି। ଜମିଜମା ବିବାଦ, ଜାମିନ ଆଦି ମାମଲା କୋର୍ଟରେ ହୋଇପାରୁନି। ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି, ତେଣୁ ଉତ୍ତର ଦେବା ତାଙ୍କ ଦାୟିତ୍ୱ ଅଛି। ସେ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରନ୍ତୁ।”



from Odisha Reporter
ପୁଲିସ୍‌-ଆଇନ୍‌ଜୀବୀ ବିବାଦ: ନବୀନଙ୍କ ଉପରେ ଦୋଷ ଲଦିଲେ ଧର୍ମେନ୍ଦ୍ର ପୁଲିସ୍‌-ଆଇନ୍‌ଜୀବୀ ବିବାଦ: ନବୀନଙ୍କ ଉପରେ ଦୋଷ ଲଦିଲେ ଧର୍ମେନ୍ଦ୍ର Reviewed by SUBHENDU BARAL on October 24, 2018 Rating: 5

No comments:

Powered by Blogger.