ଲିଫ୍ଟ ଭିତରେ ଏକା ଥିଲେ ଯୁବତୀ, ଯୁବକ, ଆଉ ତା ପରେ…

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଲିଫ୍ଟ ଭିତରେ କେହି ନ ଥିଲେ, ଖାଲି ଥିଲେ ସେଇ ଦି’ ଜଣ। ଜଣେ ପୁଅ ଆଉ ଜଣେ ଝିଅ। ନିଆଁ ପାଖେ ଘିଅ। ଧଳା ସାର୍ଟ ପିନ୍ଧିଥିଲେ ଯୁବତୀ ଆଉ କଳା ସାର୍ଟରେ ଯୁବକ। ପୂରା ମ୍ୟାଚିଂ ମ୍ୟାଚିଂ, ବ୍ଲାକ ଆଣ୍ଡ ହ୍ୱାଇଟ୍‌ କମ୍ବିନେସନ୍‌। ଏଇ ବେଳାରେ ଯୁବକ ଜଣଙ୍କ ମନ ଚହଲିଗଲା। ଚାହାଣି ଦେଲେ, ହସିଲେ ଆଉ ତା ପରେ ହାତ ଖଲ ଖଲ…। ତେଣିକି ଯାହା ହେଲା ଆପଣ ନିଜେ ଦେଖନ୍ତୁ।

ଆମେ କହୁଛୁ, ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ଭିଡିଓ ସମ୍ପର୍କରେ । ଲିଫ୍ଟ ଭିତରେ ଜଣେ ଯୁବତୀଙ୍କୁ ଅସଦାଚରଣ କରି ଯୁବକ ଜଣଙ୍କ ଅବସ୍ଥା ଯାହା ହେଲା ଆମେ କହିଲେ ହୁଏତ ଆପଣ ବିଶ୍ୱାସ କରିବେନି। ସେଥିପାଇଁ ଭିଡିଓଟା ନିଜେ ଦେଖନ୍ତୁ, ଠିକ୍‌ ବୁଝି ପାରିବେ।  ଭାଇରାଲ୍‌ ହେବା ପରେ ଏହି ଭିଡିଓରେ ଥିବା ମହିଳାଙ୍କୁ ସୋଶାଲ ମିଡିଆରେ ଅନେକ ପ୍ରଶଂସା ମିଳିଛି।

ଭିଡିଓରେ ଦେଖନ୍ତୁ, ମହିଳା ଜଣକ ଲିଫ୍ଟରେ ପ୍ରବେଶ କରୁଛନ୍ତି, ଏହି ସମୟରେ କଳା ସାର୍ଟ ପିନ୍ଧି ଜଣେ ଯୁବକ ଲିଫ୍ଟ ଭିତରକୁ ଆସୁଛନ୍ତି।

ମହିଳା ଜଣକ ନିଜ ମୋବାଇଲ୍‌ରେ ବ୍ୟସ୍ତ ଥିଲେ ଏବଂ ଯୁବକ ଜଣକ ତାଙ୍କ ପାଖକୁ ଆସିବା ପରେ ସେ ଦୂରକୁ ଚାଲି ଯାଉଛନ୍ତି। ଯୁବକ ଜଣକ ପୁଣି ଥରେ ଯୁବତୀଙ୍କ ପାଖକୁ ଆସି ତାଙ୍କୁ ଛୁଇଁବାକୁ ଚେଷ୍ଟା କରୁଛନ୍ତି। ଏହାପରେ ମହିଳା ଜଣକ ରାଗି ଯାଇ ସେହି ଯୁବକଙ୍କୁ ଏକ ଧକ୍କା ଦେଇ ଏକ ଶକ୍ତ ଚାପୁଡ଼ା ମାରୁଛନ୍ତି ଏବଂ ଯୁବକଙ୍କୁ ନିର୍ଧୁମ ମାଡ଼ ମାରିଛନ୍ତି। ଯୁବକ ଜଣକ ତଳେ ପଡ଼ି ଚିତ୍କାର କରିବା ପରେ ଯୁବତୀ ଜଣକ ଲିଫ୍ଟରୁ ବାହାରି ଯାଉଛନ୍ତି।

ଯୁବତୀଙ୍କର ଏହି ସାହସ ପାଇଁ ସୋଶାଲ ମିଡିଆରେ ୟୁଜର୍ସ ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ଅନେକ ସ୍ଥାନରେ ଆପଣ ଦେଖିଥିବେ,କୌଣସି ମହିଳାଙ୍କ ସହିତ ପୁରୁଷ ଅସଦାଚରଣ କଲେ, ମହିଳା ଡ଼ରି ଯାଇଥାନ୍ତି ଏବଂ କିଛି କରି ପାରନ୍ତି ନାହିଁ। କିନ୍ତୁ ଏହି ଭିଡିଓରେ ମହିଳା ଜଣକ ନିଜର ସାହସ ଦେଖାଇଛନ୍ତି।
ଏହି ଭିଡିଓଟି ଟ୍ୱିଟର୍‌ରେ ୧୯ ଅକ୍ଟୋବର୍‌ରେ ଶେୟାର୍‌ କରାଯାଇଛି। ଯେଉଁ ସମୟରେ ଏହି ଘଟଣା ହୋଇଥିଲା, ସେହି ସମୟରେ ରାତି ୧୦ଟା ବାଜିଥିଲା।



from Odisha Reporter
ଲିଫ୍ଟ ଭିତରେ ଏକା ଥିଲେ ଯୁବତୀ, ଯୁବକ, ଆଉ ତା ପରେ… ଲିଫ୍ଟ ଭିତରେ ଏକା ଥିଲେ ଯୁବତୀ, ଯୁବକ, ଆଉ ତା ପରେ… Reviewed by SUBHENDU BARAL on October 22, 2018 Rating: 5

No comments:

Powered by Blogger.