ତାମିଲନାଡ଼ୁର ମନ୍ତ୍ରୀଙ୍କ ଅଡିଓ ଟେପ୍ ଭାଇରାଲ

ତାମିଲନାଡ଼ୁ ୨୩/୧୦: ତାମିଲନାଡ଼ୁର ମନ୍ତ୍ରୀ ଡି ଜୟକୁମାର ଏକ ଭାଇରାଲ ଅଡିଓ କ୍ଲିପ୍ ଏବଂ ଜନ୍ମ ସାର୍ଟିଫିକେଟ ପାଇଁ ବିବାଦରେ ଅଛନ୍ତି। ଭାଇରାଲ ହୋଇଥିବା ଅଡିଓ କ୍ଲିପରେ ମନ୍ତ୍ରୀ ଡି ଜୟକୁମାର ଜଣେ ମହିଳାଙ୍କୁ ଗର୍ଭପାତ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି।

୯ମିନିଟର ଏହି ଅଡିଓ କ୍ଲିପରେ ଜଣେ ପୁରୁଷ ଏବଂ ଜଣେ ମହିଳାଙ୍କ କଥାବାର୍ତ୍ତା ଶୁଣାଯାଇଛି। ଏଥିରେ ପୁରୁଷଙ୍କ କଣ୍ଠ ଡି ଜୟ କୁମାରଙ୍କ ବୋଲି କୁହାଯାଉଛି ଯିଏ ଜଣେ ମହିଳାଙ୍କୁ ଗର୍ଭପାତ କରିବାକୁ କହୁଛନ୍ତି।

ଏହି ଅଡିଓ କ୍ଲିପ୍ ଛଡ଼ା ଆଉ ଗୋଟିଏ ଅଡିଓ କ୍ଲିପ୍ ଏବଂ ଜନ୍ମ ସାର୍ଟିଫିକେଟ ମଧ୍ୟ ଭାଇରାଲ ହୋଇଛି,ଯେଉଁଥିରେ କୁହାଯାଉଛି ଯେ ଡି ଜୟକୁମାର ମହିଳାଙ୍କୁ ଗର୍ଭପାତ ନ କରାଇବାକୁ ଏକୁଟିଆ ଦେଖା କରି କଥା ହେବାକୁ କହିଛନ୍ତି। ଅଡିଓ କ୍ଲିପ୍ ସହ ଜନ୍ମ ସାର୍ଟିଫିକେଟରେ ପିତାଙ୍କ ସ୍ଥାନରେ ଡି ଜୟକୁମାରଙ୍କ ନାମ ଲେଖାହୋଇଛି।

କିନ୍ତୁ ଏହି ଅଡିଓ କ୍ଲିପ୍ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଡି ଜୟକୁମାର କହିଛନ୍ତି। ତାଙ୍କ କଣ୍ଠକୁ ନକଲ କରି କେହି କହିଥିବା ସେ କହିଛନ୍ତି।

ସେ ଅଭିଯୋଗ କରିଛନ୍ତି ଯେ ଶଶିକଳା ଏବଂ ଟିଟିପି ଦିନାକରନଙ୍କ ଲୋକ ଜାଲି ଅଡିଓ କ୍ଲିପ୍ ଚଲାଇ ତାଙ୍କୁ ବଦନାମ କରୁଛନ୍ତି। ସେମାନେ ମୋ ବିରୁଦ୍ଧରେ ଲଢ଼ି ପାରୁ ନାହାନ୍ତି ସେଥିପାଇଁ ଏହିପରି ଜାଲି ଅଡିଓ କ୍ଲିପ୍ ଚଲାଉଛନ୍ତି। ଡି ଜୟକୁମାର ଏହି ଘଟଣାକୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିବା ସହ ଏହି ମିଥ୍ୟା ଅଡିଓ କ୍ଲିପକୁ ଭାଇରାଲ କରିଥିବା ଲୋକମାନଙ୍କ ବିରୁଦ୍ଧରେ ଆଇନର ଆଶ୍ରୟ ନେବେ।

 



from News7 https://ift.tt/2SaxvQz
ତାମିଲନାଡ଼ୁର ମନ୍ତ୍ରୀଙ୍କ ଅଡିଓ ଟେପ୍ ଭାଇରାଲ ତାମିଲନାଡ଼ୁର ମନ୍ତ୍ରୀଙ୍କ ଅଡିଓ ଟେପ୍ ଭାଇରାଲ Reviewed by SUBHENDU BARAL on October 23, 2018 Rating: 5

No comments:

Powered by Blogger.