ଟ୍ରାଏଲ ରନ ସଫଳ ପରେ ଆକାଶ ପଥରେ ଯୋଡ଼ି ହେବ ସ୍ୱାଭିମାନ ଅଞ୍ଚଳ Swadesi Megha Mallhar Prusty

ଦିନ ଥିଲା ମାଲକାନଗିରି କହିଲେ ଲୋକେ କେବଳ ମାଓବାଦୀ ଭାବୁଥିଲେ । କିନ୍ତୁ ଆଜି ଆଉ ସେସବୁ କିଛି ନାହିଁ । ବିଚ୍ଛିନ୍ନାଞ୍ଚଳର ଚିହ୍ନବର୍ଣ୍ଣ ହଜି ସାରିଥିବା ବେଳେ, ଆଜିଠାରୁ ଆକାଶ ମାର୍ଗରେ ମଧ୍ୟ ଯୋଗାଯୋଗ ଆରମ୍ଭ ହେଉଛି । ଦୀର୍ଘଦିନର ପ୍ରତୀକ୍ଷା ପରେ ଆଜିଠୁ ମାଲକାନଗିରିକୁ ଆରମ୍ଭ ହେବ ବିମାନସେବା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି । ୨୯ କୋଟି ଟଙ୍କା ବ୍ୟୟରେ ୧୦୬ ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ ହଜାର ୬୦୨ ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ପ୍ରସ୍ତୁତି ହେଇଛି । ବିମାନସେବା ଆରମ୍ଭ ପୂର୍ବରୁ ଗତ ୭ ତାରିଖରେ ଏୟାରପୋର୍ଟରେ ବିମାନ ଅବତରଣର ଟ୍ରାଏଲ ରନ୍ କରାଯାଇଥିଲା ।

ଜଣେ ପାଇଲଟ ଓ ୨ ଜଣ କ୍ରୁ ମେମ୍ବରଙ୍କୁ ନେଇ ୭ଟି ସିଟ୍ ବିଶିଷ୍ଟ VT 100 ପରୀକ୍ଷାମୂଳକ ଭାବେ ଅବତରଣ କରିଥିଲେ । ମାଓ ଇଲାକାରେ ବିମାନ ଉଡ଼ିବା ନେଇ ସାଧାରଣଲୋକଙ୍କ ମଧ୍ୟରେ ବି ବେଶ୍ ଉତ୍ସୁକତା ରହିଛି ।

ଲୋକାର୍ପଣ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଛି । ସୁରକ୍ଷା ଦୃଷ୍ଟିରୁ ବିମାନ ବନ୍ଦର ଚତୁଃପାର୍ଶ୍ୱରେ ପୋଲିସ ଛାଉଣୀ ହୋଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅନ୍ୟପଟେ ମାଲକାନଗିରି ଜିଲ୍ଲାରେ ବିମାନ ସେବା ଆରମ୍ଭ ହେବାକୁ ଯାଉଥିବାରୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଛି । ଟ୍ରାଏଲ ରନ ଗତ ରବିବାର ଦିନ ହୋଇଥିଲା, ଏହା ସଫଳ ହେବାରୁ ଆଜିଠାରୁ ବିମାନ ସେବା ଆରମ୍ଭ କରାଯାଉଛି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/Y3qEFrb
ଟ୍ରାଏଲ ରନ ସଫଳ ପରେ ଆକାଶ ପଥରେ ଯୋଡ଼ି ହେବ ସ୍ୱାଭିମାନ ଅଞ୍ଚଳ Swadesi Megha Mallhar Prusty ଟ୍ରାଏଲ ରନ ସଫଳ ପରେ ଆକାଶ ପଥରେ ଯୋଡ଼ି ହେବ ସ୍ୱାଭିମାନ ଅଞ୍ଚଳ Swadesi Megha Mallhar Prusty Reviewed by SUBHENDU BARAL on January 08, 2024 Rating: 5

No comments:

Powered by Blogger.