କିଏ ବା ନୂଆ ଘର ଖଣେ କିଣିବାକୁ ଇଚ୍ଛା ନ କରେ। ଏହି ଇଛାରେ କିନ୍ତୁ ଅନେକକ କ୍ଷେତ୍ରରେ ଅର୍ଥ ବାଧକ ସାଜେ। ଜଣେ ଯଦି ଚେଷ୍ଟା କରି ୨୦ ଲକ୍ଷ ଯୋଗାଡ କରେ ତେବେ ମୂଲ୍ୟ ବୃଦ୍ଧି ପାଇଁ 30 ଲକ୍ଷ ହୋଇଯାଏ। ପୁଣି କେତେବେଳେ ଯଦି ୩୦ ଲକ୍ଷ ଯୋଗାଡ କରେ ଏହା ୫୦ ଲକ୍ଷ ହୋଇଯାଏ। କାରଣ ସମ୍ପତ୍ତି ମୂଲ୍ୟ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି।
ଏପରି ପରିସ୍ଥିତିରେ, ଅନେକ ଲୋକଙ୍କର ଘର କିଣିବା ସ୍ୱପ୍ନ ସେମିତି ହିଁ ରହିଯାଏ। କିନ୍ତୁ ଯଦି କେହି ଆପଣଙ୍କୁ ୧.୫ କୋଟି ମୂଲ୍ୟର ଫ୍ଲାଟ୍କୁ ୧୦୫ ଟଙ୍କାରେ ବିକେ, ତେବେ ଆପଣ କ’ଣ କହିବେ? କିଏ ବା ଏହାକୁ କିଣିବାକୁ ଇଚ୍ଛା ନ କରିବ? ନା କୌଣସି ଋଣ ଭାର ନା ଜୀବନ ସାରାର କୌଣସି EMI ର ଟେନସନ୍।
ଡେଲି ମେଲର ରିପୋର୍ଟ ଅନୁଯାୟୀ, ଏଭଳି ଗୋଟିଏ ଘର ଇଂଲଣ୍ଡର ଲିଭରପୁଲରେ ବିକ୍ରି ହେଉଛି। ଏହି ସ୍ଥାନ ଏତେ ସୁନ୍ଦର ଯେ ସମସ୍ତେ ଏଠାରେ ରହିବାକୁ ଚାହାଁନ୍ତି। ଘରଟି ରାଇଟ୍ ଷ୍ଟ୍ରିଟ୍ରେ ଅଛି, ଯାହା ସହରର ଅନ୍ୟତମ ପ୍ରତିଷ୍ଠିତ ସ୍ଥାନ ଭାବରେ ପରିଗଣିତ। ଏଥିରେ ଗୋଟିଏ ଶୟନ କକ୍ଷ ଅଛି, କିନ୍ତୁ ବାହାରୁ ଦୃଶ୍ୟ ବହୁତ ଆକର୍ଷଣୀୟ।
ଏହି ଫ୍ଲାଟଟି ଦେଖିବାକୁ ଖୁବ ସାଧାରଣ। କିନ୍ତୁ ଏହା ପାଖରେ ଥିବା ଫ୍ଲାଟଗୁଡିକର ମୂଲ୍ୟ ହେଉଛି ୧୩୯,୦୦୦ ପାଉଣ୍ଡ ଅର୍ଥାତ୍ ପ୍ରାୟ ୧.୫ କୋଟି ଟଙ୍କା। ରିଅଲ୍ ଇଷ୍ଟେଟ୍ ଏଜେଣ୍ଟମାନେ ଦାବି କରିଛନ୍ତି ଯେ ଏହି ଫ୍ଲାଟର ମୂଲ୍ୟ ମଧ୍ୟ ସମାନ ଏବଂ ଭବିଷ୍ୟତରେ ଏହା ଅଧିକ ଲାଭ ମଧ୍ୟ ଦେବ।
ଆପଣ ହୁଏତ ଭାବୁଥିବେ ଯେ ଯେତେବେଳେ ଏହା ଏତେ ସୁନ୍ଦର ଏବଂ ଏକ ଉତ୍ତମ ସ୍ଥାନରେ ଅଛି, ତେବେ ମୂଲ୍ୟ ଏତେ କମ୍ କାହିଁକି? ବାସ୍ତବରେ ଏହାର ମାଲିକ ହଂକଂର ବାସିନ୍ଦା। ସେ ଲିଭରପୁଲର ସମ୍ପତ୍ତି ବିକ୍ରୟ କରି ବିଦାୟ ନେବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଯେନତେନ ମୂଲ୍ୟରେ ଏହାକୁ ବିକ୍ରି କରିଦେବାକୁ ଚାହୁଁଛନ୍ତି।
ଅନ୍ୟ ଏକ ସର୍ତ୍ତ ହେଉଛି ଯେହେତୁ ଏହା ଏକ ଷ୍ଟୁଡିଓ ଆପାର୍ଟମେଣ୍ଟ, ଆପଣଙ୍କୁ ରୋଷେଇ ଘରକୁ ଅନ୍ୟ ସହିତ ଶେୟାର କରିବାକୁ ପଡିବ।
ବିଲଡିଂର ସବୁ ମହଲାରେ ଗୋଟିଏ କମନ୍ ରୋଷେଇ ଘର ଅଛି, ଯାହାକୁ ଆପଣ ବ୍ୟବହାର କରିପାରିବେ। ତଳ ମହଲାରେ ଏକ କମ୍ୟୁନିଟି ରୁମ୍ ଏବଂ ଲଣ୍ଡ୍ରି ରୁମ୍ ମଧ୍ୟ ଅଛି। ଆପଣ ୨୪ ଘଣ୍ଟା ସିସିଟିଭି ନଜର ରହିବେ। ଆହୁରି ମଧ୍ୟ, ଜଣେ ଗେଟ୍ ରକ୍ଷକ ଅଛନ୍ତି। ଲିଭରପୁଲ୍ ସହର ସେଣ୍ଟରରୁ ଆପଣ ଏଠାରେ ମାତ୍ର ୬ମିନିଟରେ ପହଞ୍ଚିପାରିବେ। ଏଠାରେ କୌଣସି ପାର୍କିଂ ସୁବିଧା ନାହିଁ। ବାହାରେ ଏକ ସ୍ଥାନ ଅଛି, ସେଠାରେ କାର୍ ପାର୍କ କରିପାରିବେ।
ଏହି ସମ୍ପତ୍ତିର ନିଲାମ ପୂର୍ବରୁ ଡିସେମ୍ବର ୧୯ରେ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ଜାନୁଆରୀ ଶେଷ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ନିଲାମ କମ୍ପାନୀ ଏସ୍ଡିଏଲ୍ ପ୍ରପର୍ଟିଜ୍ କହିଛି ଯେ ଏହି ଅଞ୍ଚଳରେ ଏଭଳି ଫ୍ଲାଟ୍ ପାଇଁ ମାସିକ ଭଡା ୩୮ ହଜାର ଟଙ୍କା।
from Latest Odisha News, Breaking News Today | Top Updates on Corona - OTV News https://ift.tt/2CNJqs0
No comments: