ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା Prangyan Parimita

ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟା ମିଗଜୋମ୍। ଆଗାମୀ କିଛି ଘଣ୍ଟା ଭିତରେ ଏହା ଅବପାତର ରୂପ ନେବ ବୋଲି ଜଣାଇଛି ଭାରତୀୟ ପାଣିପାଗ ବିଭାଗ । ଏପଟେ ବାତ୍ୟା ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।

ବିଶେଷକରି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଏବଂ ରାୟଗଡ଼ାରେ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏହି ୩ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ମଧ୍ୟ ଏହି ୮ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷାର ପ୍ରଭାବ ଆଗାମୀ ୨୪ ଘଂଟା ଯାଏଁ ରହିବ।..

ବାତ୍ୟା ‘ମିଗଜୋମ’ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତି ଜିଲ୍ଲାରେ ଆଜି ସବୁ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି ଘୋଷଣା କରାଯାଇଛି। ତେବେ ବର୍ତ୍ତମାନ ପାଇଁ ଓଡ଼ିଶାରେ ବାତ୍ୟାର ଭୟ ନାହିଁ ବୋଲି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ। ଆନ୍ଧ୍ରରେ ସ୍ଥଳଭାଗ ଛୁଇଁଲା ପରେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେଉଛି। ଆଜି ପାଗ ବଦଳିବାର ସମ୍ଭାବନା ରହିଛି ଯିବ।

ବିଭାଗୀୟ ଅଧିକାରୀମାନଙ୍କୁ କୁହାଯାଇଛି ଖୁବ ଶୀଘ୍ର କ୍ଷୟକ୍ଷତି ରିପୋର୍ଟ ଦେବା ପାଇଁ। ସେମାନେ ଯେତେ ଶୀଘ୍ର ଦେବେ ରିପୋର୍ଟ ଦେବେ ତା ପରେ ଅନୁଧ୍ୟାନ କରି କ୍ଷତି ପୂରଣ ଦିଆଯିବ ବୋଲି ଏସଆରସି କହିଛନ୍ତି।...



from Latest Odisha News, Breaking News Today | Top Updates on Corona - OTV News https://ift.tt/014DyN3
ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା Prangyan Parimita ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା Prangyan Parimita Reviewed by SUBHENDU BARAL on December 05, 2023 Rating: 5

No comments:

Powered by Blogger.