୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ ଜାରି । ଆଜି ବିଜେପିର ସଂସଦୀୟ ଦଳ ବୈଠକ । ନୂଆ ଚେହେରାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା । Kanak News

କନକ ବ୍ୟୁରୋ: କିଏ ହେବେ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ । ଫଳାଫଳ ଆସିବାକୁ ୬ ଦିନ ହେଲାଣି । କିନ୍ତୁ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରୁନାହିଁ ବିଜେପି । କୁହାଯାଉଛି, ତିନି ରାଜ୍ୟରେ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇପାରେ ଦଳ । ଏଥିପାଇଁ ବିଚାରବିମର୍ଶ କରୁଛନ୍ତି ହାଇକମାଣ୍ଡ । କେଉଁ ନେତା ନିଜକୁ ଶ୍ରେଷ୍ଠ ପ୍ରତିପାଦିତ କରି ଲୋକଙ୍କ ଆସ୍ଥା ଭାଜନ ହେବେ ଓ ଲୋକସଭା ନିର୍ବାଚନରେ ଦଳ ପାଇଁ ସଫଳତା ଆଣିବେ ସେନେଇ ମାନସମନ୍ଥନ କରାଯାଉଛି ।
ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ବୈଠକରେ ୫ ଘଣ୍ଟା ଧରି ଆଲୋଚନା ହୋଇଥିଲା । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ । ସେପଟେ ଆଜି ବସୁଛି ବିଜେପିର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ଦଳ ବୈଠକ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଦଳର ଅନେକ ସାଂସଦ ଉପସ୍ଥିତ ରହିବେ । ଏବଂ ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ନେଇ ଆଲୋଚନା ହେବାର ସୂଚନା ରହିଛି ।
The post ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନେଇ ସସପେନ୍ସ ଜାରି । ଆଜି ବିଜେପିର ସଂସଦୀୟ ଦଳ ବୈଠକ । ନୂଆ ଚେହେରାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା । first appeared on Kanak News.
from Kanak News https://ift.tt/LxYwoz4 https://ift.tt/mWobcIn
No comments: