Health Tips: ଅଧିକ ଖାଉଛନ୍ତି କି ଏହି ଖାଦ୍ୟ; ବୃଦ୍ଧାବସ୍ଥାରେ ଭାଙ୍ଗିପାରେ ହାଡ Pramod Behera

ଆମ ଶରୀରର ସମ୍ପୂର୍ଣ୍ଣ ଆଧାର ହାଡ ଉପରେ ନିର୍ଭର କରେ। ହାଡ ଅଛି ବୋଲି ଆମେ ସିଧା ଠିଆ ହେବାକୁ ସକ୍ଷମ ହେଉଛୁ। ଜନ୍ମରୁ ଯୌବନାସ୍ଥା ପର୍ଯ୍ୟନ୍ତ ଅସ୍ଥି ତିଆରି ହୁଏ। ପ୍ରାୟ ୨୦ ବର୍ଷରେ ନୂଆ ହାଡ ଗଠନ ବନ୍ଦ ହୋଇଯାଏ। କିନ୍ତୁ ଏହା ଶକ୍ତିଶାଳୀ ହେବା ଆବଶ୍ୟକ।

ହାଡକୁ ମଜବୁତ କରିବା ପାଇଁ କ୍ୟାଲ୍‌ସିୟମ୍‌, ମ୍ୟାଗ୍ନେସିୟମ, ମାଙ୍ଗାନିଜ, ଭିଟାମିନ୍ ଡି ସହିତ ଅନେକ ପ୍ରକାରର ପୋଷକ ତତ୍ତ୍ୱ ଆବଶ୍ୟକ ହୋଇଥାଏ। ଯଦି ଏହିସବୁ ତତ୍ତ୍ୱର ଅଭାବ ଦେଖାଯାଏ, ତେବେ ହାଡ୍‌ରୁ କ୍ୟାଲ୍‌ସିୟମ୍‌ ଲିକ୍ ହେବା ଆରମ୍ଭ ହୁଏ। ଏହା ହାଡକୁ ଦୁର୍ବଳ କରିଦିଏ, ଫଳରେ ହାଡ ଭାଙ୍ଗିବାର ଆଶଙ୍କା ବଢିଯାଏ।

ବ୍ରିଟିଶ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ୱେବସାଇଟ୍ NHS ର ରିସର୍ଚ୍ଚରୁ ଜଣାଯାଇଛି ଯେ ଯଦି ଯୌବନାସ୍ଥାରେ ଭିଟାମିନ୍ A ଥିବା ଖାଦ୍ୟର ଅଧିକ ବ୍ୟବହାର କରାଯାଏ, ତେବେ ବୃଦ୍ଧାବସ୍ଥାରେ ହାଡ ଭାଙ୍ଗିବାର ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଥାଏ। ଏଭଳି ପରିସ୍ଥିତିରେ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ ଯେଉଁଥିରେ ଅଧିକ ଭିଟାମିନ୍ A ଥାଏ, ତାହା ସୀମିତ ପରିମାଣରେ ଖାଇବା ଉଚିତ।

ଏହି ଖାଦ୍ୟକୁ କମ ଖାଆନ୍ତୁ:

ମାଛ ତେଲ – ମାଛ ସ୍ୱାସ୍ଥ୍ୟ ପାଇଁ ଏକ ଭଲ ଖାଦ୍ୟ କିନ୍ତୁ କିଛି ମାଛରେ ଅଧିକ ତେଲ ଥାଏ। ଏହାର ଅର୍ଥ ହେଉଛି ମାଛର ଲିଭରରେ ବହୁତ ଚର୍ବି ଥାଏ। ଏହି ଚର୍ବିରୁ ତେଲ ବାହାର କରାଯାଏ। ବଜାରରେ ମାଛ ତେଲ ଅଲଗା ଭାବରେ ଉପଲବ୍ଧ ଯାହା ଅନେକ ରୋଗରେ ବ୍ୟବହୃତ ହୁଏ। ଏହାକୁ କମ ଖାଇବା ଜରୁରୀ।

ଆନିମଲ୍ ଲିଭର – NHS ଅନୁସାରେ ଆନିମଲ୍ ଲିଭର ଅଧିକ ମାତ୍ରାରେ ଖାଇବା ଉଚିତ୍ ନୁହେଁ କାରଣ ଏହା ବୃଦ୍ଧାବସ୍ଥାରେ ହାଡ ପାଇଁ ସମସ୍ୟା ହୋଇଥାଏ। ଆନିମଲ୍ ଲିଭରରେ ପ୍ରଚୁର ପରିମାଣରେ ଭିଟାମିନ୍ A ଥାଏ। ନିୟମିତ ଭାବେ ଏହାକୁ ଖାଇବା ଦ୍ୱାରା ବୃଦ୍ଧାବସ୍ଥାରେ ହାଡ଼ ଭାଙ୍ଗିବାର ଆଶଙ୍କା ବଢିଯାଏ।

ଅଣ୍ଡା – ଅଣ୍ଡା ଏକ ପୁଷ୍ଟିକର ଉପାଦାନ କିନ୍ତୁ ଏହାର ଅତ୍ୟଧିକ ସେମନ ମଧ୍ୟ କ୍ଷତି ଘଟାଇପାରେ। ଆଜିକାଲି ଯୁବପିଢିର ଅଧିକାଂଶ ସହରୀ ଲୋକ ଜିମ୍ ଯାଆନ୍ତି। ଏବଂ ଏହି ସମୟରେ ସେମାନେ ବହୁତ ଅଣ୍ଡା ଖାଇଥା’ନ୍ତି। ଅଣ୍ଡାରେ ଭିଟାମିନ୍ A ପ୍ରଚୁର ପରିମାଣରେ ଥାଏ। ଭିଟାମିନ୍ A ର ଅତ୍ୟଧିକ ବ୍ୟବହାର ହାଡ ଉପରେ ପ୍ରଭାବ ପକାଇଥାଏ। ବୈଦ୍ଧାବସ୍ଥାରେ ଏହା ସମସ୍ୟା ଆଣେ।

ପ୍ରତିଦିନ କେତେ ଭିଟାମିନ୍ A ଆବଶ୍ୟକ:

ଶରୀର ପାଇଁ ସମସ୍ତ ପ୍ରକାରର ପୋଷକ ତତ୍ତ୍ୱ ସନ୍ତୁଳିତ ପରିମାଣରେ ଆବଶ୍ୟକ ହୋଇଥାଏ। ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୧.୫ ମିଗ୍ରା କିମ୍ବା ୧୫୦୦ ମାଇକ୍ରୋଗ୍ରାମ୍ ଭିଟାମିନ୍ A ଆବଶ୍ୟକ କରନ୍ତି। ଏହି ପରିମାଣଠାରୁ ଅଧିକ ଭିଟାମିନ୍ A କ୍ଷତି ଘଟାଇପାରେ। କାରଣ ଭିଟାମିନ୍ A ପାଣିରେ ଦ୍ରବୀଭୂତ ହୁଏ ନାହିଁ। ଏହା ଚର୍ବିରେ ଦ୍ରବୀଭୂତ ହୁଏ ଯାହାକୁ ହଜମ କରିବା କଷ୍ଟକର ହୋଇଯାଏ।

ଆନିମଲ୍ ଲିଭର୍ ବଦଳରେ କ’ଣ ଖାଇବା ଉଚିତ:

ଆନିମଲ୍ ଲିଭର୍ ଅନ୍ୟାନ୍ୟ ଅନେକ ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେଣୁ ଭିଟାମିନ୍ A ପାଇବା ପାଇଁ ସବୁଜ ପନିପରିବା ମଧ୍ୟ ଯଥେଷ୍ଟ। ଏଥିପାଇଁ ପାଳଙ୍ଗ ଶାଗ, ଗାଜର, ମିଠା ଆଳୁ, ଆମ୍ବ, ପାଚିଲା ଅମୃତଭଣ୍ଡା ଇତ୍ୟାଦି ଖାଇବା ଉଚିତ।



from Latest Odisha News, Breaking News Today | Top Updates on Corona - OTV News https://ift.tt/rwf1TXP
Health Tips: ଅଧିକ ଖାଉଛନ୍ତି କି ଏହି ଖାଦ୍ୟ; ବୃଦ୍ଧାବସ୍ଥାରେ ଭାଙ୍ଗିପାରେ ହାଡ Pramod Behera Health Tips: ଅଧିକ ଖାଉଛନ୍ତି କି ଏହି ଖାଦ୍ୟ; ବୃଦ୍ଧାବସ୍ଥାରେ ଭାଙ୍ଗିପାରେ ହାଡ Pramod Behera Reviewed by SUBHENDU BARAL on December 09, 2023 Rating: 5

No comments:

Powered by Blogger.