Health Tips: ୟୁରିକ୍ ଏସିଡ୍, ଥଣ୍ଡା ଭଳି ସମସ୍ୟାକୁ ଦୂର କରେ ପାନ ପତ୍ର Pramod Behera

ଭାରତରେ ପାନ ଖାଇବାର ଶତାବ୍ଦୀର ଏକ ପରମ୍ପରା। ଏହି କାରଣରୁ ଆପଣ ଦେଶର ପ୍ରତ୍ୟେକ କୋଣରେ ପାନ ପ୍ରେମୀଙ୍କୁ ପାଇବେ। ଖାଦ୍ୟ ଖାଇବା ପରେ ଅଧିକାଂଶ ଲୋକ ମିଠା ପାନ, ସାଧା ପାନ କିମ୍ବା ମସଲା ପାନ ଖାଇବାକୁ ପସନ୍ଦ କରନ୍ତି।

ଆଜିକାଲି ସାଧାରଣତଃ ପାନ ଖାଇବା ଏକ ଖରାପ ଅଭ୍ୟାସ ଭାବରେ ବିବେଚନା କରାଯାଏ। କିନ୍ତୁ ଯଦି ଆପଣ ଏହାର ପତ୍ରକୁ ନିୟମିତ ଚୋବାନ୍ତି ତେବେ ଆପଣ ଅନେକ ରୋଗରୁ ସୁରକ୍ଷିତ ରହିପାରିବେ। ଆୟୁର୍ବେଦରେ ଏହାକୁ ଏକ ଔଷଧ ଭାବରେ ବ୍ୟବହାର ମଧ୍ୟ କରାଯାଏ।

ପାନପତ୍ରରେ ଟେନିନ୍, ପ୍ରୋପେନ୍‌, ଆଲକାଲଏଡ୍‌ ଏବଂ ଫିନାଇଲ୍‌ ପରି ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ଅନେକ ଲାଭ ପ୍ରଦାନ କରିଥାଏ। ପାନପତ୍ରକୁ ଚୋବାଇ ଖାଇବା ଦ୍ୱାରା ଶରୀରରେ ଯନ୍ତ୍ରଣା ଏବଂ ଫୁଲା ଠାରୁ ଆରମ୍ଭ କରି ୟୁରିକ୍ ଏସିଡ୍ ନିୟନ୍ତ୍ରଣ ହୋଇଥାଏ। ତେବେ ଆସନ୍ତୁ ଏହାର ୫ଟି ଉପକାର ବିଷୟରେ ଜାଣିନେବା।

ୟୁରିକ୍ ଏସିଡ୍ ନିୟନ୍ତ୍ରଣ:

ଆୟୁର୍ବେଦ ଅନୁଯାୟୀ ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି ଅତ୍ୟନ୍ତ ବିପଜ୍ଜନକ ହୋଇଯାଏ। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଲୋକମାନେ ଅନେକ କିଛି ପଦକ୍ଷେପ ଗ୍ରହଣ କରନ୍ତି। ବଜାରରେ ଅନେକ ଔଷଧ ମଧ୍ୟ ମିଳେ ଯାହା ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାକୁ ଦାବି କରେ। କିନ୍ତୁ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବାରେ ପାନପତ୍ର ଅତ୍ୟନ୍ତ ପ୍ରଭାବଶାଳୀ। ଖାଇବା ପରେ ଆପଣ ଏହାକୁ ନିୟମିତ ଚୋବାଇ ପାରିବେ।

ହଜମ ପ୍ରକ୍ରିୟାରେ ଉନ୍ନତି:

ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ପାଇଁ ଆପଣ ପାନପତ୍ର ଖାଇପାରିବେ। ଏହାର ବ୍ୟବହାର କୋଷ୍ଠକାଠିନ୍ୟ ଏବଂ ଅମ୍ଳତା ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ବ୍ୟତୀତ ଏହି ପତ୍ର ଅଲସର ଭଳି ରୋଗକୁ ଭଲ କରିବାରେ ମଧ୍ୟ ସହାୟକ ହୋଇଥାଏ।

ଦାନ୍ତ ମାଢି ପାଇଁ ଲାଭଦାୟକ:

ଯଦି କୌଣସି ବ୍ୟକ୍ତିର ଦାନ୍ତ ମାଢି ଫୁଲୁଥାଏ କିମ୍ବା ଅନ୍ୟ କୌଣସି ସମସ୍ୟା ଥାଏ, ତେବେ ଏପରି ବ୍ୟକ୍ତି ପ୍ରତିଦିନ ଗୋଟେ ପାନପତ୍ର ଚୋବାଇବା ଉଚିତ। ଏହି ପତ୍ରରେ ଥିବା ଉପାଦାନଗୁଡ଼ିକ ମାଢିର ଫୁଲାକୁ ହ୍ରାସ କରିଥାଏ ଏବଂ ମାଢିର ଅନ୍ୟାନ୍ୟା ସମସ୍ୟାକୁ ମଧ୍ୟ ଦୂର କରିଥାଏ।

ଦାନ୍ତ ପାଇଁ ପ୍ରଭାବଶାଳୀ:

ପାନପତ୍ର ମଧ୍ୟ ଦାନ୍ତ ପାଇଁ ଲାଭଦାୟକ। ଅଧିକାଂଶ ଲୋକ ଏଥିରେ ସୁପାରୀ, ତମାଖୁ, ଚୂନ ଇତ୍ୟାଦି ମିଶାଇ ଖାଇଥାଆନ୍ତି। ଏହା ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ। ପାନପତ୍ରକୁ ଖାଲି ଖାଇବା ଉଚିତ। ପାନପତ୍ରକୁ ଗ୍ରାଇଣ୍ଡ୍ କରି ଏଥୁରେ ଲେମ୍ବୁ ରସ ମିଶାଇ ଖାଇଲେ ଏହା ଅଧିକ ଲାଭଦାୟକ ହୋଇପାରେ।

ସାଧାରଣ ରୋଗରୁ ମୁକ୍ତି:

ଥଣ୍ଡା, ଆଲର୍ଜି, ମୁଣ୍ଡବିନ୍ଧା କିମ୍ବା ଶରୀରର ଯେକୌଣସି ଅଙ୍ଗରେ ଆଘାତ ଭଳି ସାଧାରଣ ରୋଗରୁ ମୁକ୍ତି ପାଇବା ପାଇଁ ପାନପତ୍ର ଚୋବାଇବା ଲାଭଦାୟକ ହୋଇଥାଏ। ମହୁ ସହିତ ମିଶେଇ ପାନପତ୍ର ଖାଇବା ଦ୍ୱାରା ଥଣ୍ଡା ଭଳି ରୋଗ ସହଜରେ ଭଲ ହୋଇଥାଏ। କୌଣସି ଆଘାତ ହେଲେ ପାନପତ୍ର ଖାଇବା ଦ୍ୱାରା କ୍ଷତ ଶୀଘ୍ର ଭଲ ହୋଇଥାଏ।



from Latest Odisha News, Breaking News Today | Top Updates on Corona - OTV News https://ift.tt/GA3aeWZ
Health Tips: ୟୁରିକ୍ ଏସିଡ୍, ଥଣ୍ଡା ଭଳି ସମସ୍ୟାକୁ ଦୂର କରେ ପାନ ପତ୍ର Pramod Behera Health Tips: ୟୁରିକ୍ ଏସିଡ୍, ଥଣ୍ଡା ଭଳି ସମସ୍ୟାକୁ ଦୂର କରେ ପାନ ପତ୍ର Pramod Behera Reviewed by SUBHENDU BARAL on December 03, 2023 Rating: 5

No comments:

Powered by Blogger.