ମିଳିପାରେ ଖୁସି ଖବର...ଖୁବ୍‌ଶୀଘ୍ର ଉଦ୍ଧାର ହେବେ ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ Rajalaxmi Sahoo

ଖୁବ୍‌ଶୀଘ୍ର ଉଦ୍ଧାର ହେବେ ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ । ଆଜି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍‌ର ଜଣେ ସଦସ୍ୟ ହରପାଲ୍‌ ସିଂ ଏହି ସୂଚନା ଦେଇଛନ୍ତି । ଶ୍ରମିକମାନେ ଆଉ ମାତ୍ର ୧୨ ମିଟର ଦୂରରେ ଅଛନ୍ତି ।

ଧସିଥିବା ମାଟି ଅତଡ଼ାରେ ଷ୍ଟିଲ୍ ପାଇପ୍‌ ଭର୍ତ୍ତି କରା ସରିଲାଣି । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ଚାଲିଥିବାରୁ ଖୁବ୍‌ଶୀଘ୍ର ରେସ୍କ୍ୟୁରେ ବଡ଼ ସଫଳତା ମିଳିପାରେ ବୋଲି ଆକଳନ କରାଯାଉଛି । ଆମେରିକାନ ଅଗର ମେସିନ ଏହି ଟନେଲରେ ଖୋଳି ପାଇପ୍‌ ପଠାଇବାରେ ବେଶ୍‌ ସଫଳ ହୋଇଥିବା ଉଦ୍ଧାରକାରୀ ଟିମ୍‌ ସୂଚନା ଦେଇଛି ।

ଉଦ୍ଧାର ହେବା ମାତ୍ରେ ଶ୍ରମିକଙ୍କୁ କିଭଳି ହସ୍ପିଟାଲ୍‌ରେ ପହଞ୍ଚାଯିବ ଏବଂ ସେମାନଙ୍କ ପ୍ରାଥମିକ ଚିକିତ୍ସା କରାଯିବ, ସେଥିପାଇଁ ପ୍ରସ୍ତୁତ ରହିଛି ଆମ୍ବୁଲାନ୍ସ । ଏଥିରେ ଅତ୍ୟାଧୁନିକ ମେସିନ ଏବଂ ଉପକରଣ ମହଜୁଦ ରଖାଯାଇଛି । ସେପଟେ ହସ୍ପିଟାଲ୍‌ରେ ପ୍ରସ୍ତୁତ ରଖାଯାଇଛି ବେଡ୍ । ଶ୍ରମିକ ଆସିବା ମାତ୍ରେ ତୁରନ୍ତ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବ । ଏଥିପାଇଁ ଅଭିଜ୍ଞ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ପ୍ରସ୍ତୁତ ରହିଛନ୍ତି । 

ଉତ୍ତରକାଶୀ ଟନେଲ ଭିତରେ ନଭେମ୍ବର ୧୨ ତାରିଖରୁ ଫସି ରହିଛନ୍ତି ୪୧ ଜଣ ଶ୍ରମିକ । ସେମାନଙ୍କ ମଧ୍ୟରେ ୫ ଜଣ ଓଡ଼ିଆ ଶ୍ରମିକ ଅଛନ୍ତି । ସେବେଠାରୁ ଉଦ୍ଧାର କାମ ଜୋରସୋରରେ ଚାଲିଛି । ତେବେ ଶ୍ରମିକମାନେ ସୁରକ୍ଷିତ ଥିବାରୁ ଉଦ୍ଧାରକାରୀ ଟିମ୍‌ର ମନୋବଳ ଦୃଢ ରହିଛି ।



from Latest Odisha News, Breaking News Today | Top Updates on Corona - OTV News https://ift.tt/2dKq4vA
ମିଳିପାରେ ଖୁସି ଖବର...ଖୁବ୍‌ଶୀଘ୍ର ଉଦ୍ଧାର ହେବେ ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ Rajalaxmi Sahoo ମିଳିପାରେ ଖୁସି ଖବର...ଖୁବ୍‌ଶୀଘ୍ର ଉଦ୍ଧାର ହେବେ ଉତ୍ତରକାଶୀ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ Rajalaxmi Sahoo Reviewed by SUBHENDU BARAL on November 22, 2023 Rating: 5

No comments:

Powered by Blogger.