କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥୀରେ ଧନତେରାସ ପର୍ବ ପାଳନ କରାଯାଏ। ଚଳି ବର୍ଷ ଏହି ଦିନ ଆଜି ପଡୁଥିବା ସାରା ଦେଶ ଏବେ ମହାମକ୍ଷ୍ମୀଙ୍କ ପବିତ୍ର ଭାବନାରେ ବୁଡିରହିଛି। ଏହି ଶୁଭ ଦିନରେ ସୁନା, ରୂପା ଏବଂ ବାସନ କିଣିବା ବର୍ଷସାରା ସମୃଦ୍ଧତା ଆଣିଥାଏ ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ ଘରେ ସୁଖ ଏବଂ ସମୃଦ୍ଧି ଖେଳିଯାଏ ବୋଲି ଭାବନା ରହିଛି।
ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏଠାରେ ଧ୍ୟାନଦେବା ଜରୁରୀ ଯେ ଏମିତି ମଧ୍ୟ କିଛି ଜିନିଷ ଅଛି ଯାହାକୁ ଧନତେରାସରେ କିଣିବା ଅନୁଚିତ। କୁହାଯାଏ ଯେ ଏହି ଦିନ ଯଦି ଏହିସବୁ ଜିନିଷ କିଣାଯାଏ ତେବେ ଦେବୀ ଲକ୍ଷ୍ମୀ କ୍ରୋଧ କରନ୍ତି, ଯାହା ଫଳରେ ଆର୍ଥିକ ସଙ୍କଟ ସୃଷ୍ଟିହୁଏ। ତେବେ ଆସନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଏହି ଦିନ କେଉଁ ଜିନିଷ କିଣିବା ଉଚିତ୍ ନୁହେଁ ସେ ବିଷୟରେ ଜାଣିନେବା।
ଲୁହା ଜିନିଷ:
ଧନତେରାସରେ ଲୁହାରେ ତିଆରି ଜିନିଷ କିଣିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ ଲୁହା ସିଧାସଳଖ ରାହୁ ଏବଂ କେତୁ ସହିତ ଜଡିତ। ଏପରି ପରିସ୍ଥିତିରେ ଏହି ଦିନରେ ଲୁହାରେ ତିଆରି ଜିନିଷ ଘରକୁ ଆଣିବା ଦ୍ୱାରା ରାହୁ ଗ୍ରହର ଅଶୁଭ ଛାୟା ପଡିପାରେ। ଏହା କରିବା ଦ୍ୱାରା ଘରେ ସମସ୍ୟା ବଢିପାରେ।
କାଚ ଜିନିଷ:
ଧନତେରାସରେ କାଚରେ ତିଆରି ବାସନ କିମ୍ବା ଅନ୍ୟ କୌଣସି ଜିନିଷ କିଣିବା ଠାରୁ ଦୂରେଇ ରହିବା ଉଚିତ। ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି। ଏହା ବ୍ୟତୀତ କାଚ ଜିନିଷଗୁଡ଼ିକ ମଧ୍ୟ ରାହୁ ଗ୍ରହ ସହିତ ସିଧାସଳଖ ଜଡିତ ବୋଲି ବିଶ୍ୱାସ କରାଯାଏ। ଘରେ ରାହୁ ଗ୍ରହର ପ୍ରବେଶ ଦାରିଦ୍ର୍ୟର କାରଣ ହୋଇଥାଏ। ଏହି କାରଣରୁ, ଆରମ୍ଭ ହେଉଥିବା କାମରେ ବାଧା ଉପୁଜେ।
ଷ୍ଟିଲ୍ ଜିନିଷ:
ଧନତେରାସରେ ବାସନ କିଣିବାର ପରମ୍ପରା ଦୀର୍ଘ ଦିନ ଧରି ଚାଲିଆସୁଛି। ଷ୍ଟିଲ୍ ମଧ୍ୟ ଲୁହାର ଅନ୍ୟ ଏକ ରୂପ, ତେଣୁ ଏହି ଦିନ ଷ୍ଟିଲ୍ ବାସନକୁ ମଧ୍ୟ କିଣିବା ଉଚିତ ନୁହେଁ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଏ। ଷ୍ଟିଲ୍ ବଦଳରେ ତମ୍ବା କିମ୍ବା ପିତ୍ତଳ ବାସନ କିଣାଯାଇପାରିବ।
କଳା ରଙ୍ଗର ଜିନିଷ:
ଧନତେରାସରେ ଦିନ କଳା ରଙ୍ଗର ପୋଷାକ କିମ୍ବା ଅନ୍ୟ କୌଣସି ଜିନିଷ କିଣିବା ଏବଂ ଘରକୁ ଆଣିବା ଠାରୁ ଦୂରେଇ ରହିବା ଉଚିତ। ବାସ୍ତବରେ, କଳା ରଙ୍ଗ ସବୁବେଳେ ଦୁର୍ଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ଯଦି ଆପଣ କଳା ରଙ୍ଗର ପୋଷାକ ପିନ୍ଧନ୍ତି ତେବେ ଶନି ଦେବ ଆପଣଙ୍କ ରାଶି ଉପରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଏହି କାରଣରୁ ଧନତେରାସରେ କଳା ରଙ୍ଗର ଜିନିଷ କିଣିବା ଉଚିତ ନୁହେଁ।
ଧାରୁଆ ଜିନିଷ:
ଯଦି ଆପଣ ଧନତେରାସରେ ସପିଂ ପାଇଁ ବାହାରକୁ ଯାଇଛନ୍ତି, ତେବେ ଆପଣ ଛୁରୀ, କଇଁଚି ଏବଂ ଅନ୍ୟାନ୍ୟ ଧାରୁଆ ଜିଣିଷ କିଣିବା ଠାରୁ ଦୂରେଇ ରହିବା ଉଚିତ। ଏହା କରିବା ଦ୍ୱାରା ଦେବୀ ଲକ୍ଷ୍ମୀ ଏବଂ ଧନର ଦେବତା କୁବେରଙ୍କ ପ୍ରତି ଅସମ୍ମାନ ହୋଇଥାଏ, ଯାହା ଆର୍ଥିକ ସଙ୍କଟ ଆଣିଦିଏ। ଘରେ ସର୍ବଦା ନକାରାତ୍ମକ ଶକ୍ତିର ବାସ ହୁଏ।
from Latest Odisha News, Breaking News Today | Top Updates on Corona - OTV News https://ift.tt/xXnGAUR
No comments: