ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର୍, ୭ ମୃତ, ୧୦ ଗୁରୁତର । ଘଟଗାଁ ବାଲିଯୋଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା Kanak News

କନକ ବ୍ୟୁରୋ: କେନ୍ଦୁଝର ଘଟଗାଁ ବାଲିଯୋଡି ନିକଟରେ ଭୟଙ୍କର ଦୁର୍ଘଟଣା । ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର । ଘଟଣାସ୍ଥଳରେ ୭ ମୃତ, ୧୦ ଗୁରୁତର । ଗଂଜାମରୁ କେନ୍ଦୁଝର ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ମୁତାବକ, ଟ୍ରାଭେଲରରେ ଗଂଜାମର ପାଖାପାଖି ୧୯ଜଣ ଯାତ୍ରୀ ମା’ ତାରିଣୀଙ୍କ ଦର୍ଶନ କରିବାକୁ ଆସୁଥିଲେ । ଟ୍ରାଭେଲର ଦ୍ରୁତଗତିରେ ଆସୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକକୁ ପଛପଟୁ ପିଟିଥିଲା । ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଲେ ସେମାନଙ୍କୁ ଅନ୍ୟତ୍ର ଚିକିତ୍ସା ପାଇଁ ପଠାଯିବା ବୋଲି କୁହାଯାଉଛି । ତେବେ ଏଯାଏଁ ମୃତକ କିମ୍ବା ଗୁରୁତରଙ୍କ ପରିଚୟ ମିଳିପାରିନାହିଁ ।

The post ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର୍, ୭ ମୃତ, ୧୦ ଗୁରୁତର । ଘଟଗାଁ ବାଲିଯୋଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା first appeared on Kanak News.



from Kanak News https://ift.tt/cSQEqkP https://ift.tt/AyOlqwd
ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର୍, ୭ ମୃତ, ୧୦ ଗୁରୁତର । ଘଟଗାଁ ବାଲିଯୋଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା Kanak News ଟ୍ରକକୁ ପଛପଟୁ ପିଟିଲା ଟ୍ରାଭେଲର୍, ୭ ମୃତ, ୧୦ ଗୁରୁତର । ଘଟଗାଁ ବାଲିଯୋଡି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା Kanak News Reviewed by SUBHENDU BARAL on November 30, 2023 Rating: 5

No comments:

Powered by Blogger.