ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ । ସୁପାରିଶ କଲା ସୁପ୍ରିମକୋର୍ଟଙ୍କ କଲେଜିୟମ୍ Kanak News

କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ । ଏ ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମ୍ ସୁପାରିସ କରିଛି । ପାଟନା ହାଇକୋର୍ଟ ଜଜ୍ ଅଛନ୍ତି ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ । ତାଙ୍କୁ ପଦୋନ୍ନତି ଦେବା ପାଇଁ ସୁପାରିସ୍ କରାଯାଇଛି । ସୁପ୍ରିମକୋର୍ଟ ୱେବସାଇଟ୍ରେ ଏହା ପ୍ରକାଶ ପାଇଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦ ପାଇଁ ଜଷ୍ଟିସ୍ ସିଂହ ଉପଯୁକ୍ତ ବୋଲି କଲେଜିୟମ୍ ପକ୍ଷରୁ କୁହାଯାଇଛି ।
ଜଷ୍ଟିସ୍ ଶୁଭାଶିଷ ତାଳପତ୍ରଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ଖାଲି ପଡ଼ିଛି । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିବା ପରେ ୧୯୯୦ ମସିହାରେ ଆଇନଜୀବୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଜଷ୍ଟିସ୍ ସିଂହ । ୨୦୧୦ରେ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବେ ତାଙ୍କୁ ନିଯୁକ୍ତ କରିଥିଲେ ବିହାର ସରକାର । ୨୦୧୨ରେ ପାଟନା ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ତାଙ୍କର ନିଯୁକ୍ତି ଦିଆଯାଇଥିଲା ।
The post ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ଚକ୍ରଧାରୀ ଶରନ୍ ସିଂହ । ସୁପାରିଶ କଲା ସୁପ୍ରିମକୋର୍ଟଙ୍କ କଲେଜିୟମ୍ first appeared on Kanak News.
from Kanak News https://ift.tt/iWZ0sjQ https://ift.tt/AszvgeI
No comments: