ସମାଜର ବିକାଶ ପାଇଁ ଉଭୟ ପୁରୁଷ ଓ ମହିଳାଙ୍କର ଗୁରୁତ୍ୱ ଏବଂ ଅବଦାନ ରହିଛି। ମହିଳା ସଶକ୍ତିକରଣ ଦିଗରେ ସାରା ବିଶ୍ୱରେ କିଛି ନା କିଛି କରାଯାଉଥିଲେ ମଧ୍ୟ ପୁରୁଷଙ୍କ କଲ୍ୟାଣ ଏବଂ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏନେଇ ପୁରୁଷମାନଙ୍କ ମାନସିକ ବିକାଶ, ସେମାନଙ୍କର ସକରାତ୍ମକ ଗୁଣ ଏବଂ ଲିଙ୍ଗଗତ ସମାନତାକୁ ପ୍ରଶଂସା କରିବା ଉଦ୍ଦେଶ୍ୟରେ ‘ଅନ୍ତର୍ଜାତୀୟ ପୁରୁଷ ଦିବସ’ ପ୍ରତିବର୍ଷ ସମଗ୍ର ବିଶ୍ୱରେ ପାଳନ କରାଯାଏ।
ପୁରୁଷ ପରିବାର, ସମାଜ ଏବଂ ଜାତିର ଏପରି ଏକ ସ୍ତମ୍ଭ, ଯାହା ବିନା ସବୁ କିଛି ଅସମ୍ପୂର୍ଣ୍ଣ। ତେଣୁ ‘ଅନ୍ତର୍ଜାତୀୟ ପୁରୁଷ ଦିବସ’ରେ ସଂଘ, ସମାଜ, ସମ୍ପ୍ରଦାୟ, ଜାତି, ପରିବାର, ବିବାହ ଏବଂ ଶିଶୁମାନଙ୍କ ଯତ୍ନ ପାଇଁ ଅବଦାନକୁ ଦୃଷ୍ଟିରେ ରଖି ପୁରୁଷମାନଙ୍କୁ ସମ୍ମାନିତ କରାଯାଏ। ପୁରୁଷମାନଙ୍କ ସମସ୍ୟା ଉପରେ ମୌଳିକ ସଚେତନତା ସୃଷ୍ଟି କରିବା ଲକ୍ଷରେ ଏହି ଦିନ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଆସନ୍ତୁ ଏହାର ଇତିହାସ, ଗୁରୁତ୍ୱ ଏବଂ ଚଳିତ ବର୍ଷର ଥିମ୍ ବିଷୟରେ ଜାଣିନେବା।
କେବେ ପାଳନ ହୁଏ:
ବିଶ୍ୱର ୬୦ରୁ ଅଧିକ ଦେଶ ‘ଅନ୍ତର୍ଜାତୀୟ ପୁରୁଷ ଦିବସ’ ପାଳନ କରନ୍ତି। ପ୍ରତିବର୍ଷ ୧୯ ନଭେମ୍ବରରେ ଏହି ଦିବସ ପାଳନ କରାଯାଏ। ଏହି ଦିବସ ଅବସରରେ ଅନେକ ପ୍ରକାରର କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥାଏ।
ଇତିହାସ:
‘ଅନ୍ତର୍ଜାତୀୟ ପୁରୁଷ ଦିବସ’ ପାଳନ କରିବାର ଚାହିଦା ପ୍ରଥମେ ୧୯୨୩ ମସିହାରେ ଉଠାଯାଇଥିଲା। ‘ଅନ୍ତର୍ଜାତୀୟ ମହିଳା ଦିବସ’ ଅବସରରେ ୨୩ ଫେବୃଆରୀରେ ‘ପୁରୁଷ ଦିବସ ପାଳନ’ କରିବାକୁ ଏକ ଦାବି କରାଯାଇଥିଲା। ଏହାକୁ ପାଳନ କରିବାକୁ ଆମେରିକା, ଅଷ୍ଟ୍ରେଲିଆ ଏବଂ ମାଲ୍ଟାର ସଂଗଠନଗୁଡ଼ିକୁ ନିମନ୍ତ୍ରଣ କରାଯାଇଥିଲା। ଓଷ୍ଟର ଦୁଇ ବର୍ଷ ଧରି ଏହି କାର୍ଯ୍ୟକ୍ରମଗୁଡିକ ଆୟୋଜନ କରିଥିଲା। ତଥାପି, ୧୯୯୫ ପର୍ଯ୍ୟନ୍ତ, ବହୁତ କମ୍ ସଂସ୍ଥା ଏହାର ଅଂଶ ହୋଇଥିଲେ। ଫଳସ୍ୱରୂପ ଇଭେଣ୍ଟ ବନ୍ଦ ହୋଇଗଲା।
ପ୍ରଥମ ପୁରୁଷ ଦିବସ ପାଳନ:
୧୯୯୯ ମସିହାରେ, ତ୍ରିନିଦାଦ ଏବଂ ଟୋବାଗୋରେ ଥିବା ୱେଷ୍ଟ୍ଇଣ୍ଡିଜ୍ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ଡକ୍ଟର ଜେରୋମ ତିଲକ ସିଂହ ୧୯ ନଭେମ୍ବରରେ ତାଙ୍କ ବାପାଙ୍କ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସେ ପୁରୁଷମାନଙ୍କ ପ୍ରସଙ୍ଗ ଉଠାଇବାକୁ ଲୋକଙ୍କୁ ଉତ୍ସାହିତ କରିଥିଲେ। ସେବେଠାରୁ ୧୯ ନଭେମ୍ବର ୨୦୦୭ରେ ପ୍ରଥମ ଥର ପାଇଁ ‘ଅନ୍ତର୍ଜାତୀୟ ପୁରୁଷ ଦିବସ’ ପାଳନ କରାଯାଇଥିଲା।
ଚଳିତ ବର୍ଷର ଥିମ୍:
ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍କୁ ନେଇ ‘ଅନ୍ତର୍ଜାତୀୟ ପୁରୁଷ ଦିବସ’ ପାଳିତ ହୁଏ। ଚଳିତ ବର୍ଷ ପାଇଁ ଏହାର ଥିମ୍ ହେଉଛି “ଜୀରୋ ମେଲ୍ ସୁଇସାଇଡ୍”। ବିଭିନ୍ନ ମାନସିକ ଦୁଶ୍ଚିନ୍ତା କାରଣରୁ ଅଧିକାଂଶ ପୁରୁଷ ଆତ୍ମହତ୍ୟା ଭଳି ଜଘନ୍ୟ ଅପରାଧକୁ ଆପଣେଇ ନେଉଛନ୍ତି। ଏହାକୁ ବନ୍ଦ କରିବା ଏହି ଦିବସ ଲକ୍ଷ।
from Latest Odisha News, Breaking News Today | Top Updates on Corona - OTV News https://ift.tt/iRUMTcG
No comments: