World Stroke Day 2023: ଷ୍ଟ୍ରୋକ୍‌ର ବିପଦରେ ଯୁବପିଢି; ଜାଣନ୍ତୁ ରକ୍ଷା ପାଇବାର ୬ଟି ସୂତ୍ର Pramod Behera

ବିଶ୍ୱ ସ୍ତରରେ ଷ୍ଟ୍ରୋକର ବିପଦ ବଢିବାରେ ଲଗିଛି। ପୂର୍ବରୁ କେବଳ ବୃଦ୍ଧମାନଙ୍କଠାରେ ଦେଖାଯାଉଥିବା ଏହି ସମସ୍ୟା ଏବେ ଯୁବପିଢିଙ୍କୁ ମଧ୍ୟ କବଳିତ କରିନେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ୧.୫ କୋଟିରୁ ଅଧିକ ଲୋକ ଷ୍ଟ୍ରୋକ୍‌ର ଶିକାର ହୁଅନ୍ତି ଏବଂ ପ୍ରାୟ ୫୦ ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି।

ଷ୍ଟ୍ରୋକ୍‌ର ବଢୁଥିବା ବିପଦକୁ ରୋକିବା ପାଇଁ ଏବଂ ଏହାର ଉପଚାର ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଷ୍ଟ୍ରୋକ୍ ପୀଡିତଙ୍କୁ ଉତ୍ତମ ସେବା ଯୋଗେଇଦେବା ଦେଇ ପ୍ରତିବର୍ଷ ଅକ୍ଟୋବର ୨୯ରେ ‘ବିଶ୍ୱ ଷ୍ଟ୍ରୋକ୍‌ ଡେ’ ପାଳନ କରାଯାଏ। ପ୍ରତିବର୍ଷ ଏହି ଦିନ ପାଳନ କରିବା ପାଇଁ ଏକ ବିଶେଷ ଥିମ୍ ମଧ୍ୟ ଥାଏ।

ସାରା ବିଶ୍ୱରେ ଷ୍ଟ୍ରୋକ୍ ସଂଖ୍ୟା ବୃଦ୍ଧିକୁ ଦେଖି ୧୯୯୦ ଦଶକରେ ଏହା ସୃଷ୍ଟି ହୋଇଥିଲା। ୨୦୧୦ରେ, ବିଶ୍ୱ ଷ୍ଟ୍ରୋକ୍‌ ସଂଗଠନ ସଚେତନତା ଅଭାବ ଏବଂ ଏହାର ନିରାକରଣ ଏବଂ ଚିକିତ୍ସାର ସଠିକ୍ ପରିଚାଳନା ଅଭାବ ହେତୁ ମୃତ୍ୟୁହାରକୁ ରୋକିବା ନେଇ ଷ୍ଟ୍ରୋକ୍‌କୁ ଏକ ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲା।

ବିଶ୍ୱ ଷ୍ଟ୍ରୋକ୍‌ କଂଗ୍ରେସ ପ୍ରଥମେ ୨୦୦୪ ମସିହାରେ ଏହି ଦିନ କାନାଡାରେ ପାଳନ କରିଥିଲା। ଏହାର ଦୁଇ ବର୍ଷ ପରେ, ୨୦୦୬ ମସିହାରେ, ଏହି ଦିନକୁ ଜନସଚେତନତା ପାଇଁ ଘୋଷଣା କରାଯାଇଥିଲା। ୨୦୦୬ରେ, ୱାର୍ଲ୍ଡ ଷ୍ଟ୍ରୋକ୍‌ ଫେଡେରେସନ୍ ଏବଂ ଆନ୍ତର୍ଜାତୀୟ ଷ୍ଟ୍ରୋକ୍‌ ସୋସାଇଟିର ମିଳିତ ଆନୁକୂଲ୍ୟରେ ୱାର୍ଲ୍ଡ ଷ୍ଟ୍ରୋକ ସଂଗଠନ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ୱାର୍ଲ୍ଡ ଷ୍ଟ୍ରୋକ୍ ଅର୍ଗାନାଇଜେସନ୍ (WSO) ବିଭିନ୍ନ ପ୍ଲାଟଫର୍ମରେ ‘ୱାର୍ଲ୍ଡ ଷ୍ଟ୍ରୋକ୍‌ ଡେ’ (WSD) ପାଳନ କରିଆସୁଛି।

ଷ୍ଟ୍ରୋକ୍‌ରୁ ରକ୍ଷା ପାଇବାର ୬ଟି ସୂତ୍ର:

  • ରକ୍ତଚାପର ନିୟମିତ ଯାଞ୍ଚ – ଜୀବନରେ ଷ୍ଟ୍ରୋକ୍‌ର ସମ୍ମୁଖୀନ ନ ହେବାକୁ ନିୟମିତ ଭାବରେ ରକ୍ତଚାପକୁ ଯାଞ୍ଚ କରିବା ଜରୁରୀ। ବିପି ବୃଦ୍ଧି ହୋଇଥିଲେ ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ। ରକ୍ତଚାପ ୧୨୦/୮୦ରୁ ଅଧିକ ନ ହେବା ଦରକାର।
  • ଧୂମପାନକୁ ନା – ଧୂମପାନ ହେଉଛି ଅନେକ ରୋଗର ମୂଳ। ଧୂମପାନ କରିବା ଦ୍ୱାରା ଷ୍ଟ୍ରୋକ୍ ହେବାର ଆଶଙ୍କା ବଢିଯାଏ। ତେଣୁ, ବର୍ତ୍ତମାନଠାରୁ ଧୂମପାନ ଛାଡନ୍ତୁ। ଧୂମପାନ କରିବା ଦ୍ୱାରା ଅନ୍ୟାନ୍ୟ ଅନେକ ସମସ୍ୟା ମଧ୍ୟ ହୋଇପାରେ।
  • ସୁସ୍ଥ ଡାଏଟ୍ – ଷ୍ଟ୍ରୋକ୍ ହେବାର ଆଶଙ୍କା କମାଇବା ପାଇଁ ଏକ ସୁସ୍ଥ ଡାଏଟ୍ ଗ୍ରହଣ କରିବା ଜରୁରୀ। ଏଥିରେ କମ୍ ଲୁଣ ଏବଂ କମ୍ ଚିନି ଖାଇବା ଆବଶ୍ୟକ। ସୁସ୍ଥ ଖାଦ୍ୟର ଅର୍ଥ ହେଉଛି ସବୁଜ ପନିପରିବା, ପୁରା ଶସ୍ୟ ଏବଂ ତାଜା ଫଳ ଖାଇବା ଦରକାର।
  • ନିୟମିତ ବ୍ୟାୟାମ – ବ୍ୟାୟାମ ହେଉଛି ଜୀବନର ସୁଖର ଚାବିକାଠି। ପ୍ରତିଦିନ ବ୍ୟାୟାମ କରିବା ଜରୁରୀ। ସକାଳେ ଓ ସନ୍ଦ୍ୟାରେ ଚଲାବୁଲା ନିହାତି କରିବା ଉଚିତ। ସାଇକେଲ ଚଲାଇବା ଏବଂ ପହଁରିବା ହେଉଛି ବ୍ୟାୟାମର ଉତ୍ତମ ଉପାୟ। ନିୟମିତ ଭାବରେ ଶ୍ୱାସଜନିତ କିଛି ବ୍ୟାୟାମ କରିବା ଆବଶ୍ୟକ। ଯୋଗାସନ ଏବଂ ଧ୍ୟାନ ମଧ୍ୟ ଷ୍ଟ୍ରୋକରୁ ରକ୍ଷା କରିବାରେ ବାମବାଣ ଭଳି କାମ କରେ।
  • ମଦ୍ୟପାନକୁ ଛାଡିବା – ମଦ୍ୟପାନ କେବଳ ଯକୃତକୁ ନଷ୍ଟ କରେ ନାହିଁ ବରଂ ଏହା ମସ୍ତିଷ୍କକୁ ରକ୍ତ ଯୋଗାଣ ମଧ୍ୟ ବନ୍ଦ କରିଦିଏ। କୌଣସି ପରିସ୍ଥିତିରେ ବି ମଦ୍ୟପାନ କରିବା ଠିକ୍ ନୁହେଁ। ତେଣୁ ମଦ୍ୟପାନକୁ ପ୍ରଥମେ ଛାଡିବା ଦରକାର।
  • ବିରତି ନେବା – ଯଦି କାମରେ କ୍ଲାନ୍ତ କିମ୍ବା ବିରକ୍ତ ଲାଗେ ତେବେ ନିଶ୍ଚିତ ଭାବରେ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ବିରତି ନେବା ଆବଶ୍ୟକ। ଚାପ ନେବା ଅନୁଚିତ। ଚାପ ହେଉଛି ଅନେକ ରୋଗର ଉତ୍ସ। ଛୁଟିଦିନକୁ ଆରାମରେ ପାଳନ କରନ୍ତୁ ଏବଂ ଖୁସି କରନ୍ତୁ


from Latest Odisha News, Breaking News Today | Top Updates on Corona - OTV News https://ift.tt/04uS1WF
World Stroke Day 2023: ଷ୍ଟ୍ରୋକ୍‌ର ବିପଦରେ ଯୁବପିଢି; ଜାଣନ୍ତୁ ରକ୍ଷା ପାଇବାର ୬ଟି ସୂତ୍ର Pramod Behera World Stroke Day 2023: ଷ୍ଟ୍ରୋକ୍‌ର ବିପଦରେ ଯୁବପିଢି; ଜାଣନ୍ତୁ ରକ୍ଷା ପାଇବାର ୬ଟି ସୂତ୍ର Pramod Behera Reviewed by SUBHENDU BARAL on October 28, 2023 Rating: 5

No comments:

Powered by Blogger.