ଇସ୍ରାଏଲ ସେନାର ଜୋରଦାର ଆକ୍ରମଣ ପରେ ନରମିଲା ହମାସ । ସବୁ ପଣବନ୍ଦୀଙ୍କ ମୁକ୍ତି ପାଇଁ ଦେଲା ପ୍ରସ୍ତାବ Kanak News

କନକ ବ୍ୟୁରୋ : ୨୩ ଦିନରେ ପହଞ୍ଚିଛି ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ । ହମାସକୁ ମୂଳପୋଛ କରିବା ପାଇଁ ପ୍ରତିଜ୍ଞା ନେଇଛି ଇସ୍ରାଏଲ । ତେଣୁ ଗାଜାରେ ଅତର୍କିତ ଆକ୍ରମଣ ଜାରି କରିଛି ଇସ୍ରାଏଲ ସେନା । ଇସ୍ରାଏଲ ସେନାର ବଡ଼ ଧରଣଣ ଆକ୍ରମଣ ପରେ ହମାସ ବୁଝାବଣା ପାଇଁ ପ୍ରସ୍ତାବ ଦେଇଛି । ହମାସ କବଳରେ ଥିବା ପଣବନ୍ଦଙ୍କୁ ମୁକ୍ତି କରିବାକୁ ପ୍ରତିଶୁତି ଦେଇଛି ହାମସ । ଏହା ବଦଳରେ ସମସ୍ତ ଇସ୍ରାଏଲ ଜେଲରେ ଥିବା ପାଲେଷ୍ଟାଇନଙ୍କୁ ଯିବାକୁ ଦେବାକୁ କହିଛି ହମାସ ।

ଏହା ଭିତରେ ଚାଞ୍ଚଲ୍ୟକର ଖୁଲ୍ଲାସା କରିଛି ଆଇଡିଏଫ । ଗାଜାର ସବୁଠୁ ବଡ ହସପିଟାଲରେ ତଳେ ରହିଛି ହମାସ ଅଣ୍ଡରଗ୍ରାଉଣ୍ଡ ଆଡ୍ଡା । ଯାହା ଅସ୍ତ୍ରଶସ୍ତ୍ରରେ ଭରପୂର ରହିଛି । ଏନେଇ ଏକ ପ୍ରତିକାତ୍ମକ ଭିଡିଓ ଜାରି କର ସୂଚନା ଦେଇଛି ଇସ୍ରାଏଲ ସେନା । ଆଇଡିଏଫ କହିଛି ଏହା ହମାସା ମୁଖ୍ୟାଳୟ ଓ ଏଠାରୁ ହିଁ ହମାସର ସବୁ ଅପରେସନ ପରିଚାଳିତ କରୁଛି । ଅଲ-ଶିଫା ହେଉଛି ଗାଜାର ସବୁଠୁ ବଡ ହସପିଟାଲ । ସାଧାରଣ ନାଗରିକଙ୍କୁ ଢାଲ କରିଛି ହମାସ । ଆକ୍ରମଣ ଆଶଙ୍କା ଭିତରେ ହସ୍ପିଟାଲକୁ ସବୁଠୁ ଅଧିକ ସୁରକ୍ଷିତ ସ୍ଥାନଭାବେ ବାଛିଛି । ତେଣୁ ହସ୍ପିଟାଲ ତଳେ ଅସ୍ତ୍ରଶସ୍ତ୍ର ଭର୍ତି ଆଡ୍ଡା ନିର୍ମାଣ କରି ଇସ୍ରାଏଲ ସେନାକୁ ଚକମା ଦେବାକୁ ଯୋଜନା କରିଛି ହମାସ । ଯୁଦ୍ଧରେ ବେସାହାର ପ୍ରାୟ ୪୦ହଜାର ଲୋକମାନେ ଏହି ହସ୍ପିଟାଲରେ ଶରଣ ନେଇଛନ୍ତି ।

The post ଇସ୍ରାଏଲ ସେନାର ଜୋରଦାର ଆକ୍ରମଣ ପରେ ନରମିଲା ହମାସ । ସବୁ ପଣବନ୍ଦୀଙ୍କ ମୁକ୍ତି ପାଇଁ ଦେଲା ପ୍ରସ୍ତାବ first appeared on Kanak News.



from Kanak News https://ift.tt/SLGq63R https://ift.tt/r35MS0n
ଇସ୍ରାଏଲ ସେନାର ଜୋରଦାର ଆକ୍ରମଣ ପରେ ନରମିଲା ହମାସ । ସବୁ ପଣବନ୍ଦୀଙ୍କ ମୁକ୍ତି ପାଇଁ ଦେଲା ପ୍ରସ୍ତାବ Kanak News ଇସ୍ରାଏଲ ସେନାର ଜୋରଦାର ଆକ୍ରମଣ ପରେ ନରମିଲା ହମାସ । ସବୁ ପଣବନ୍ଦୀଙ୍କ ମୁକ୍ତି ପାଇଁ ଦେଲା ପ୍ରସ୍ତାବ Kanak News Reviewed by SUBHENDU BARAL on October 28, 2023 Rating: 5

No comments:

Powered by Blogger.