କାଳ ହେଲା ଗଣ୍ଡରେ ଗାଧୁଆ : ବୁଡ଼ିଗଲେ ଯୁବ ଡାକ୍ତର Prangyan Parimita

କାଳ ହେଲା ଗଣ୍ଡରେ ଗାଧୁଆ। ଗୋଡ଼ ଖସି ପ୍ରଖର ସୁଅରେ ଭାସିଗଲେ ଯୁବ ଡାକ୍ତର । ବହୁ ଖୋଜାଖୋଜି ପରେ ମିଳିଲା ତାଙ୍କର ନିସ୍ପନ୍ଦ ଶରୀର। ଏଭଳି ଅଭାବନୀୟ ଘଟିଛି ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭଗବାନପୁରରେ ।

ବ୍ରହ୍ମପୁର ଗୋଷାଣୀନୂଆଗାଁ ଅଞ୍ଚଳର ଯୁବ ଡାକ୍ତର ରାକେଶ କୁମାର ପାଢ଼ୀ ତାଙ୍କର ୩ ଜଣ ସାଙ୍ଗଙ୍କ ସହ ପିକନିକ୍ କରିବାକୁ ଋଷିକୂଲ୍ୟା ହୁଳୁହୁଳା ଗଣ୍ଡକୁ ଯାଇଥିଲେ । ବ୍ରହ୍ମପୁର MKCG ମେଡିକାଲ କଲେଜରେ ପିଜି କରୁଥିଲେ ରାକେଶ । ତାଙ୍କ ସହ ଥିଲେ ଆଉ ଦୁଇ ଜଣ ଡାକ୍ତର ସାଙ୍ଗ ଓ ଜଣେ ଇଞ୍ଜିନିୟର । ହେଲେ ଭୋଜି ଖାଇବା ପରେ ୪ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ, ଗଣ୍ଡରେ ଗୋଡ଼ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ ଡାକ୍ତର ଜଣକ।

ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ତାଙ୍ର ମୃତଦେହକୁ ଉଦ୍ଧାର କରିଥିଲା । ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ସୂଚନା ମିଳିଛି ।...



from Latest Odisha News, Breaking News Today | Top Updates on Corona - OTV News https://ift.tt/wNzRd5I
କାଳ ହେଲା ଗଣ୍ଡରେ ଗାଧୁଆ : ବୁଡ଼ିଗଲେ ଯୁବ ଡାକ୍ତର Prangyan Parimita କାଳ ହେଲା ଗଣ୍ଡରେ ଗାଧୁଆ : ବୁଡ଼ିଗଲେ ଯୁବ ଡାକ୍ତର Prangyan Parimita Reviewed by SUBHENDU BARAL on October 22, 2023 Rating: 5

No comments:

Powered by Blogger.