
କନକ ବ୍ୟୁରୋ : ଯୁଦ୍ଧଭୂମି ମୁହାଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଏହି ଅବସରରେ ଭେଟିବେ ବାଇଡେନ୍ । ଯୁଦ୍ଧରେ ଗାଜାରେ ୩୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଇସ୍ରାଏଲରେ ୧୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହାରି ଭିତରେ ଲେବାନନ ପଟୁ ୪ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ନିପାତ ହୋଇଥିବା ଇସ୍ରାଏଲ ଦାବି କରିଛି ।
ଅନ୍ୟପଟେ ଗାଜାକୁ ଇସ୍ରାଏଲ ମାନବୀୟ ସହାୟତା ଦେବା ବନ୍ଦ କରିଦେବାରୁ ସ୍ଥିତି ସଂକଟାପନ୍ନ ରହିଛି । ଲୋକଙ୍କ ପାଖରେ ଖାଦ୍ୟ, ପାନୀୟଠୁ ଆରମ୍ଭ କରି ତେଲ ଏବେ ଶେଷ ହେବା ସ୍ଥିତିରେ ପହଞ୍ଚିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ହମାସର ସମ୍ପୂର୍ଣ୍ଣ ନିପାତ ନହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ବନ୍ଦ ହେବ ନାହିଁ । ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ମଙ୍ଗଳବାର କହିଛି ଯେ ପ୍ରଧାନମନ୍ତ୍ରୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ।
ଏହି ସମୟରେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ ପରେ ହମାସ୍ ବିରୋଧରେ ଚାଲିଥିବା ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ବିଷୟରେ ପୁଟିନଙ୍କୁ ଅବଗତ କରାଯାଇଥିଲା । ଅନ୍ୟପକ୍ଷରେ ରୁଷ୍ ବୈଦେଶିକ ମନ୍ତ୍ରଣାଳୟ ଏକ ପୋଷ୍ଟରେ କହିଛି ଯେ ଭ୍ଲାଦିମିର ପୁଟିନ୍ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ଗାଜା ଉପତ୍ୟକାରେ ହିଂସାକୁ ରୋକିବା ପାଇଁ ରୁଷ୍ ଦ୍ୱାରା ନିଆଯାଉଥିବା ପଦକ୍ଷେପ ବିଷୟରେ ତାଙ୍କୁ ଅବଗତ କରାଇଛନ୍ତି ।
The post ଯୁଦ୍ଧଭୂମି ମୁହାଁ ଆମେରିକା ରାଷ୍ଟ୍ରପତି : ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଜୋ ବାଇଡେନ୍ first appeared on Kanak News.
from Kanak News https://ift.tt/YCQ8SbH https://ift.tt/TJWC2Pv
No comments: