ଏ ବର୍ଷ ଓଡିଶାକୁ ବିଶେଷ ବାତ୍ୟା ଆସିନପାରେ : ଏଲନିନୋ ପ୍ରଭାବ ଯୋଗୁଁ ବାତ୍ୟା ଆଶଙ୍କା କମ୍ ରହିଛି କହି ଆକଳନ କଲା ଆଇଏମଡି Kanak News

କନକ ବ୍ୟୁରୋ : ଅକ୍ଟୋବର ମାସ ଆରମ୍ଭ ହେବା ସହ ସାଧାରଣତଃ ଓଡିଶାବାସୀଙ୍କୁ ବାତ୍ୟାର ଭୟ ରହିଥାଏ । ତେବେ ଚଳିତଥର କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିପାରେ । ଆଇଏମଡିର ସୂଚନା ଅନୁସାରେ ଏଲନିନୋର ପ୍ରଭାବ ଥିବାରୁ ଏବର୍ଷ ବିଶେଷ ବାତ୍ୟା ଆସିନପାରେ । ତଥାପି ଡିସେମ୍ବର ପର୍ଯ୍ୟନ୍ତ ସ୍ଥିତି ଉପରେ ସତର୍କ ନଜର ରହିଛି ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଓଡିଶାରୁ ଏବେ ମୌସୁମୀ ଫେରିଯିବାର ସମୟ ରହିଛି । କିନ୍ତୁ ଚଳିତଥର ଏହା ବିଳମ୍ବରେ ଫେରିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ତେଣୁ ବାତ୍ୟା ସୃଷ୍ଟିରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବାଧକ ହେବ ବୋଲି ସୂଚନା ରହିଛି । ପଶ୍ଚିମ ଓଡିଶାରୁ ମୌସୁମୀ ଫେରିଯିବାକୁ ୧୫ ତାରିଖ ହୋଇପାରେ ବୋଲି ସୂଚନା ରହିଥିବା ବେଳେ ଉପକୂଳ ପାଇଁ ଆଉ କିଛି ଦିନ ସମୟ ଲାଗିପାରେ । ପଶ୍ଚିମବଙ୍ଗ, ଝାଡଖଣ୍ଡର କିଛି ଅଂଚଳ ସହ ଉପକୂଳ ଓଡିଶାରେ ଏବେ ଦକ୍ଷିଣରୁ ସାମୁଦ୍ରିକ ପବନ ପ୍ରବାହିତ ହେଉଛି । ନିକଟରେ ଉତରା ପବନ ବହିବାରୁ ବିଶେଷ ସଙ୍କେତ ନାହିଁ । ଫଳରେ ମୌସୁମୀ ଟିକେ ବିଳମ୍ବରେ ଫେରିପାରି ବୋଲି ସୂଚନା ରହିଛି ।

The post ଏ ବର୍ଷ ଓଡିଶାକୁ ବିଶେଷ ବାତ୍ୟା ଆସିନପାରେ : ଏଲନିନୋ ପ୍ରଭାବ ଯୋଗୁଁ ବାତ୍ୟା ଆଶଙ୍କା କମ୍ ରହିଛି କହି ଆକଳନ କଲା ଆଇଏମଡି first appeared on Kanak News.



from Kanak News https://ift.tt/vz5HcI3 https://ift.tt/p12KR3b
ଏ ବର୍ଷ ଓଡିଶାକୁ ବିଶେଷ ବାତ୍ୟା ଆସିନପାରେ : ଏଲନିନୋ ପ୍ରଭାବ ଯୋଗୁଁ ବାତ୍ୟା ଆଶଙ୍କା କମ୍ ରହିଛି କହି ଆକଳନ କଲା ଆଇଏମଡି Kanak News ଏ ବର୍ଷ ଓଡିଶାକୁ ବିଶେଷ ବାତ୍ୟା ଆସିନପାରେ : ଏଲନିନୋ ପ୍ରଭାବ ଯୋଗୁଁ ବାତ୍ୟା ଆଶଙ୍କା କମ୍ ରହିଛି କହି ଆକଳନ କଲା ଆଇଏମଡି Kanak News Reviewed by SUBHENDU BARAL on October 02, 2023 Rating: 5

No comments:

Powered by Blogger.