ପାଣିପାଗ ଦ୍ରୁତ ଗତିରେ ବଦଳୁଛି ଏବଂ ଏହି କାରଣରୁ ଲୋକମାନେ ଥଣ୍ଡା, କାଶ, ଜ୍ୱର ଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବହୁ ସଂଖ୍ୟକ ଲୋକ ଏହିସବୁ ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଆପଣ କିଛି ଖାଦ୍ୟ ଖାଇ ଏହି ସବୁ ସମସ୍ୟାକୁ ଦୂର କରିପାରିବେ।
କେତେକ ଖାଦ୍ୟରେ ଭିଟାମିନ୍ ଏବଂ ମିନେରାଲ୍ସ ସହିତ ଅନେକ ପୋଷକ ତତ୍ତ୍ୱ ଭରପୂର ରହିଥାଏ, ଯାହା ଆମ ଶରୀରକୁ ରୋଗରୁ ରକ୍ଷା କରିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତିରେ ସାହାଯ୍ୟ କରିଥାଏ। ଆମ ପାଖରେ ଏମିତି କିଛି ସୁପରଫୁଡ୍ ଅଛି, ଯାହାକୁ ଖାଇବା ଦ୍ୱାରା ଆପଣ ସୁସ୍ଥ ଏବଂ ଫିଟ୍ ରହିପାରିବେ।
ବିଶେଷଜ୍ଞଙ୍କ ମତରେ ପାଣିପାଗର ପରିବର୍ତ୍ତନ ହେତୁ ଥଣ୍ଡା, କାଶ, ଜ୍ୱର ସହିତ ଲୋକମାନେ ଥକାପଣ ଏବଂ ଅତ୍ୟଧିକ ନିଦ ଆସିବାର ଅସୁବିଧାର ସମ୍ମୁଖିନ ହୁଅନ୍ତି। ଏହାକୁ ଏଡାଇବା ପାଇଁ ଖାଇବା ଅଭ୍ୟାସ ବିଷୟରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଯଦି ଡାଏଟରେ କିଛି ସୁପର୍ଫୁଡ୍ ସାମିଲ୍ କରାଯାଏ ତେବେ ବଦଳୁଥିବା ଋତୁରେ ସୁସ୍ଥ ରହିହେବ।
ଖାଦ୍ୟ ବ୍ୟତୀତ, ନିଜକୁ ହାଇଡ୍ରେଟ୍ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆପଣ ଏହା କରନ୍ତି, ଆପଣଙ୍କ ଶରୀରରେ ସୋଡିୟମ୍ ସନ୍ତୁଳନ ବଜାୟ ରହିବ ଏବଂ BP ର ସମସ୍ୟାକୁ ମଧ୍ୟ ରୋକାଯାଇପାରିବ। ସୁସ୍ଥ ରହିବା ପାଇଁ ଏକ ଉତ୍ତମ ଜୀବନଶୈଳୀ ଏବଂ ୩୦ ମିନିଟର ନିୟମିତ ବ୍ୟାୟାମ ମଧ୍ୟ ଆବଶ୍ୟକ।
ଏହି ୫ଟି ଖାଦ୍ୟ କରିବ ଚମତ୍କାର:
- ଡାଏଟିସିଆନଙ୍କ ଅନୁଯାୟୀ, ପରିବର୍ତ୍ତନ ପାଣିପାଗରେ ସବୁଜ ପନିପରିବା ଖାଇବା ଉଚିତ। ଏହା ଶରୀରକୁ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଯୋଗାଇବ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢାଇବ।
- ଏହି ସମୟରେ ଫଳମୂଳ ଖାଇବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ଯଦି ଋତୁକାଳୀନ ଫଳ ଉପରେ ବିଶେଷ ଧ୍ୟାନ ଦିଆଯାଏ ତେବେ ରୋଗ ପ୍ରତିରୋଧକ ଶକ୍ତି ଦୃଢ ହେବା ସହିତ ପାଣିପାଗ ପରିବର୍ତ୍ତନ ହେତୁ ରୋଗରୁ ମଧ୍ୟ ରକ୍ଷା କରିବ।
- କମଳା, ଲେମ୍ବୁ ଏବଂ ଅଁଳା ପରି ଭିଟାମିନ୍ C ରେ ଭରପୂର ଖାଦ୍ୟ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ। ଏହା ଥଣ୍ଡା, କାଶ ଏବଂ ଥକାପଣ ସମସ୍ୟାରୁ ମୁକ୍ତି ଦିଏ।
- କେବଳ ଖାଇବା ନୁହେଁ, ପନିପରିବା ରସ, ନଡିଆ ପାଣି ଏବଂ ଲେମ୍ବୁ ପାଣି ମଧ୍ୟ ପିଇବା ଜରୁରୀ। ଏହିସବୁ ଜିନିଷ ଆପଣଙ୍କ ଶରୀରକୁ ଫିଟ୍ ଏବଂ ସୁସ୍ଥ ରଖିବାରେ ବହୁତ ସାହାଯ୍ୟ କରିବ।
- ଓମେଗା ୩ ଫ୍ୟାଟି ଏସିଡ୍ରେ ଭରପୂର ଖାଦ୍ୟ ଖାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ। ସ୍ନାକ୍ସ ଭାବରେ ବାଦାମ ସହିତ ସୁସ୍ଥ ଡ୍ରାଇ ଫ୍ରୁଟ୍ସ ସାମିଲ୍ କରିବା ଜରୁରୀ। ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଜବୁତ କରିବ।
from Latest Odisha News, Breaking News Today | Top Updates on Corona - OTV News https://ift.tt/4drejw5
No comments: