ଲୋକସଭା ଏବଂ ରାଜ୍ୟସଭା ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ମହିଳା ସାଂସଦମାନେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି। ମଧ୍ୟରାତ୍ରରେ ସଂସଦ ପରିସରରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିବା। ମହିଳା ସାଂସଦମାନେ ଏକାଠି ହୋଇ ସେଲିବ୍ରେସନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସରକାରଙ୍କ ଦୃଢ଼ ମନୋବଳ ଯୋ ଆଜି ଏହା ସମ୍ଭବ ହୋଇପାରିଥିବା ସାଂସଦମାନେ କହିଛନ୍ତି।
#ପରସ୍ପରକୁ_ମିଠା_ଖୁଆଇ_ମହିଳା_ସାଂସଦଙ୍କ_ସେଲିବ୍ରେସନ
— ଓଟିଭି (@otvkhabar) September 22, 2023
ଲୋକସଭା ଏବଂ ରାଜ୍ୟସଭା ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି ମହିଳା ସାଂସଦ...#WomensReservationBill #RajyaSabha #LokSabha pic.twitter.com/ib0qOWzWM9
ମହିଳା ସଂରକ୍ଷଣ ବିଲ୍କୁ ରାଜ୍ୟସଭାର ମୋହର। ଲୋକସଭା ପରେ ରାଜ୍ୟସଭାରେ ପାସ୍ ହୋଇଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଧେୟକ। ଏ ବିଲ୍କୁ ସଂସଦର ଉଚ୍ଚ ସଦନରେ ଗତକାଲି ଦିନ ତମାମ ଚର୍ଚ୍ଚା ହୋଇଥିଲା। ଶେଷରେ ଭୋଟିଂ ବେଳେ ବିଲ୍ ସପକ୍ଷରେ ୨୧୫ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ କେହି ବି ଭୋଟ୍ ଦେଇନଥିଲେ।
ରାଜ୍ୟସଭାରେ ଆଲୋଚନା ବେଳେ ବିଲ୍କୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ଦାବି ଥିଲା ଯେ, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଥିବା ଏହି ବିଲ୍ରେ ଓବିସି ଓ ଏସ୍ସି-ଏସ୍ଟି ବର୍ଗଙ୍କୁ ବି ସାମିଲ କରାଯାଉ।
ସେହିପରି ଏହି ବିଲ୍ ଆଇନରେ ପରିଣତ ହେବା ପରେ ଏହାକୁ କେବେ ଲାଗୁ କରାଯିବ, ତାକୁ ବି ନେଇ ବିତର୍କ ହୋଇଥିଲା। ପୂର୍ବରୁ ମଧ୍ୟ ଲମ୍ବା ବିତର୍କ ପରେ ଲୋକସଭାରେ ବିପୁଳ ଭୋଟ୍ରେ ପାରିତ ହୋଇଥିଲା ଐତିହାସିକ ମହିଳା ସଂରକ୍ଷଣ ବିଲ୍। ଲୋକସଭାରେ ବିଲ୍ ସପକ୍ଷରେ ୪୫୪ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା।
ଏବେ ଉଭୟ ଗୃହରେ ଏହି ବିଲ୍ ପାସ୍ ହୋଇସାରିଥିବା ବେଳେ ଏହା ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହିଁ ଏ ବିଲ୍ ଆଇନରେ ପରିଣତ ହେବ। ଏହି ବିଲ୍ ଆଇନରେ ପରିଣତ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ।
ଲୋକସଭା ପରେ ରାଜ୍ୟସଭାରେ ପାସ୍ ହୋଇଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଧେୟକ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ...#WomensReservationBill #RajyaSabha #LokSabha pic.twitter.com/h3fpccfRig
— ଓଟିଭି (@otvkhabar) September 22, 2023
ସେପଟେ ସଂସଦର ଉଭୟ ଗୃହରେ ବିଲ୍ ପାସ୍ ହେବା ପରେ ମହିଳାଙ୍କ ଆତ୍ମବିଶ୍ୱାସ ବଢ଼ାଇବାକୁ ଏହି ବିଲ୍ ବାଟ କଡାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମହିଳା ବିଲ୍ ପାସ୍ ହେବା ସହ ରାଜ୍ୟସଭା ଓ ଲୋକସଭା ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। ସ୍ୱତନ୍ତ୍ର ଅଧିବେଶନ ୫ ଦିନ ଚାଲିବାକୁ ଥିବାବେଳେ ଦିନକ ପୂର୍ବରୁ ଏହା ଶେଷ ହୋଇଛି।
ଗତ୧୮ ତାରିଖରେ ପୁରୁଣା ସଂସଦ ଭବନରୁ ଅଧିବେଶନ ଆରମ୍ଭ ହୋଇ ନୂଆ ସଂସଦ ଭବନକୁ ଆସିଥିଲା। ଆଜି ଅଧିବେଶନର ଶେଷ ଦିନ ଥିଲା। ତେବେ ଦିନକ ପୂର୍ବରୁ ଅଧିବେଶନକୁ ସମାପ୍ତ କରାଯାଇଛି।
from Latest Odisha News, Breaking News Today | Top Updates on Corona - OTV News https://ift.tt/RsJEcu1
No comments: