ସହଜ ହେବ ଆପାର୍ଟମେଣ୍ଟ କିଣାବିକା : ବିଧାନସଭାରେ ଆଗତ ହେଲା ଓଡିଶା ଆପାର୍ଟମେଣ୍ଟ, ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩ Kanak News

କନକ ବ୍ୟୁରୋ : ବିଧାନସଭାରେ ଆଗତ ହୋଇଛି ଓଡିଶା ଆପାର୍ଟମେଣ୍ଟ, ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩ । ନଗରଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ବିଧେୟକ ଉପସ୍ଥାପନ କରିଛନ୍ତି । ଏହାଦ୍ୱାରା ରାଜ୍ୟରେ ଆପାର୍ଟମେଣ୍ଟ କିଣାବିକା ସହଜ ଓ ସରଳ ହେବ । କିଛି ଦିନ ତଳେ ଏ ନେଇ ଅଧ୍ୟାଦେଶ ଆଣିବାକୁ ସରକାର ନିଷ୍ପତ୍ତି ନେଇଥିଲେ । ଏବେ ଏହାକୁ ଆଇନରେ ପରିଣତ କରିବାକୁ ବିଲ ଉପସ୍ଥାପିତ କରାଯାଇଛି ।

ଏଭଳି ହେଲେ ଆପାର୍ଟମେଣ୍ଟର ସ୍ୱତନ୍ତ୍ର ମାଲିକାନା ଓ ଅଧିକାର କ୍ରେତାମାନେ ପାଇବେ । ପୂର୍ବ ନିୟମାବଳୀରେ ଅସଙ୍ଗତି କାରଣରୁ ହାଇକୋର୍ଟରେ ଏକାଧିକ ମାମଲା ଦାୟର ହୋଇଥିଲା । ଏଥିପାଇଁ ଆପାର୍ଟମେଣ୍ଟ ଗୁଡିକର ପଞ୍ଜୀକରଣ ବନ୍ଦ ହୋଇଥିଲା । ଏହାଫଳରେ କ୍ରେତା ଓ ବିଲ୍ଡର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ସରକାରଙ୍କ ରାଜସ୍ୱ ବି କମିଥିଲା । ଏବେ ଏହି ବିଲ ଆଇନରେ ପରିଣତ ହେଲେ ଆପାର୍ଟମେଣ୍ଟ କିଣାବିକା ହୋଇପାରିବ ।

ଓଡିଶା ଆପାର୍ଟମେଣ୍ଟ, ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩ରେ କ’ଣ ରହିଛି ?

– ଆପାର୍ଟମେଣ୍ଟର ସ୍ୱତନ୍ତ୍ର ମାଲିକାନା ଓ ଅଧିକାର କ୍ରେତାମାନେ ପାଇବେ
– ଆପାର୍ଟମେଣ୍ଟ ମାଲିକ ଆବଣ୍ଟନଗ୍ରାହୀମାନଙ୍କ ସଂଘର ଉପବିଧିକୁ ମାନି ଚଳିବେ
– ଆପାର୍ଟମେଣ୍ଟର ବାହାର କାନ୍ଥ ଓ ଭାରବହନ କାନ୍ଥକୁ ଅପସାରଣ କରିବେ ନାହିଁ
– ଆପାର୍ଟମେଣ୍ଟରେ କୌଣସି ବିପଦଜନକ ବା ବିସ୍ଫୋରକ ରଖିବେ ନାହିଁ
– ଆପାର୍ଟମେଣ୍ଟ ମାଲିକ ଏଭଳି କୌଣସି କାମ କରିବେ ନାହିଁ. ଯଦ୍ୱାରା ସମ୍ପତିର ସ୍ଥିତି ଓ ସୁରକ୍ଷା ପ୍ରତି ଆଞ୍ଚ ଆସିବ
– ଆବଣ୍ଟନ ଗ୍ରାହୀମାନଙ୍କ ସଂଘର ଲିଖିତ ଅନୁମତି ନନେଇ ବାହାରପଟ କାନ୍ଥ ଓ ବାହାରପଟ ଝରକାର ରଙ୍ଗ ବଦଳାଇବେ ନାହିଁ
– ଆପାର୍ଟମେଣ୍ଟ ମାଲିକ ଆପାର୍ଟମେଂଟରେ କୌଣସି ପରିବର୍ତନ କିମ୍ବା ଅଦଳବଦଳ କରିବେ ନାହିଁ

The post ସହଜ ହେବ ଆପାର୍ଟମେଣ୍ଟ କିଣାବିକା : ବିଧାନସଭାରେ ଆଗତ ହେଲା ଓଡିଶା ଆପାର୍ଟମେଣ୍ଟ, ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩ first appeared on Kanak News.



from Kanak News https://ift.tt/zL38UEV https://ift.tt/bHPsnCa
ସହଜ ହେବ ଆପାର୍ଟମେଣ୍ଟ କିଣାବିକା : ବିଧାନସଭାରେ ଆଗତ ହେଲା ଓଡିଶା ଆପାର୍ଟମେଣ୍ଟ, ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩ Kanak News ସହଜ ହେବ ଆପାର୍ଟମେଣ୍ଟ କିଣାବିକା : ବିଧାନସଭାରେ ଆଗତ ହେଲା ଓଡିଶା ଆପାର୍ଟମେଣ୍ଟ, ମାଲିକାନା ଓ ପରିଚାଳନା ବିଧେୟକ-୨୦୨୩ Kanak News Reviewed by SUBHENDU BARAL on September 25, 2023 Rating: 5

No comments:

Powered by Blogger.