International Day of Sign Languages: କେତେ ଗୁରୁତ୍ୱପୂର୍ଣ୍ଣ ସାଙ୍କେତିକ ଭାଷା; ସମସ୍ତେ ଜାଣିବା ଜରୁରୀ କି… Pramod Behera
ପ୍ରତିବର୍ଷ ୨୩ ସେପ୍ଟେମ୍ବରରେ ସାରା ବିଶ୍ୱରେ ‘ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ’ ପାଳନ କରାଯାଏ। ଯେଉଁମାନେ କଥାବାର୍ତ୍ତା କିମ୍ବା ଶୁଣିବାରେ ଅସମର୍ଥ ସେମାନଙ୍କ ପାଇଁ ସାଙ୍କେତିକ ଭାଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ, ଶରୀରର ହାବଭାବ ମାଧ୍ୟମରେ ବ୍ୟକ୍ତିଙ୍କ ସହିତ ବାର୍ତ୍ତାଳାପ କରାଯାଇଥାଏ। ଏହି ଅଙ୍ଗଭଙ୍ଗୀକୁ ସାଙ୍କେତିକ ଭାଷା କୁହାଯାଏ।
ସାଧାରଣତଃ ଦିବ୍ୟାଙ୍ଗମାନଙ୍କ ପାଇଁ ଏହି ସାଙ୍କେତିକ ଭାଷା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ହାତ, ଆଖି, ପାଟି ଆଦି ବ୍ୟବହାର କରି ଏମାନଙ୍କୁ ବିଭିନ୍ନ ସଂକେତ ଦିଆଯାଏ, ଯାହାକୁ ସେମାନେ ବୁଝିପାରନ୍ତି।
ଉଦ୍ଦେଶ୍ୟ:
ଏହି ଦିବସ ପାଳନ ପଛର ଉଦ୍ଦେଶ୍ୟ ହେଉଛି ସାଙ୍କେତିକ ଭାଷା ବିଷୟରେ ଲୋକଙ୍କ ସଚେତନତା ବୃଦ୍ଧି କରିବା ଏବଂ ସାଙ୍କେତିକ ଭାଷାକୁ ମଜବୁତ କରିବା। ପ୍ରତ୍ୟେକ ଲୋକ କିପରି ଅଳ୍ପ ବହୁତେ ଏହି ସାଙ୍କେତିକ ଭାଷାକୁ ଜାଣିବେ ସେନେଇ ସଚେତନ କରିବା। ଏମିତି ହୋଇପାରିଲେ ଆବଶ୍ୟକ ସ୍ଥଳେ ଦିବ୍ୟାଙ୍ଗଙ୍କ ସହିତ ଭାବର ଆଦାନ ପ୍ରଦାନ ସହଜ ହେବ।
ଇତିହାସ:
୨୩ ସେପ୍ଟେମ୍ବର ୨୦୧୮ ରେ ମିଳିତ ଜାତିସଂଘର ସାଧାରଣ ସଭା ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ସାଙ୍କେତିକ ଭାଷାର ଉତ୍ସବ ଘୋଷଣା କଲା। ୨୦୧୮ରେ ପ୍ରଥମ ଥର ପାଇଁ ‘ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ’ ପାଳନ କରାଯାଇଥିଲା। ମୂକ-ବଧିର ଲୋକଙ୍କ ବିକାଶ ପାଇଁ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ।
ଥିମ୍:
ପ୍ରତି ବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍କୁ ନେଇ ଏହି ଦିବସ ପାଳନ କରାଯାଏ। ଏହି ବର୍ଷ ‘ଅନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ’ର ଥିମ୍ ହେଉଛି "A World Where Deaf People Everywhere Can Sign Anywhere" ଅର୍ଥାତ୍ ଏପରି ଏକ ଦୁନିଆ ଯେଉଁଠାରେ ଶୁଣିବାକୁ ଅସର୍ମଥ ବ୍ୟକ୍ତିମନେ ସଂକେତ ମାଧ୍ୟମରେ ସବୁଠାରେ ଏବଂ ସମସ୍ତଙ୍କ ପାଖରେ ଯୋଗାଯୋଗ କରିପାରିବେ। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ବର୍ତ୍ତମାନ ୭ କୋଟିରୁ ଅଧିକ ଲୋକ ବଧିର ଅଟନ୍ତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/LNPHD5Z
No comments: