ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ : ହ୍ୱାଇଟ ହାଉସ ପକ୍ଷରୁ ସୂଚନା; ଦିଲ୍ଲୀରେ ଜି-୨୦ ସମ୍ମିଳନୀରେ ହେବେ ସାମିଲ Kanak News

କନକ ବ୍ୟୁରୋ : ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ହ୍ୱାଇଟ ହାଉସ ପକ୍ଷରୁ ଏହି ସୂଚନା ମିଳିଛି । ଆସନ୍ତା ମାସ ୭ ରୁ ୧୦ ତାରିଖ ଭାରତ ଗସ୍ତରେ ଆସିବେ ବିଶ୍ୱର ଅନ୍ୟତମ କ୍ଷମତାଶୀଳ ନେତା । ରାଜଧାନୀ ଦିଲ୍ଲୀରେ ଜି -୨୦ ସମ୍ମିଳନୀ ଆୟୋଜନ ହେଉଛି । ଏହି ସମ୍ମିଳନୀରେ ଯୋଗ ଦେବାକୁ ସେ ଆସୁଛନ୍ତି ।

ଜଳବାୟୁ ପରିବର୍ତ୍ତନ, ଜି -୨୦ ଦେଶ ସହ ସ୍ୱଚ୍ଛ ଶକ୍ତି ସମେତ ବିଭିନ୍ନ ପ୍ରସଙ୍ଗରେ ବାଇଡେନ ଆଲୋଚନା କରିବେ । ଏହା ବ୍ୟତୀତ ବିଶ୍ୱର ଆହ୍ୱାନର ମୁକାବିଲା, ଦାରିଦ୍ର୍ୟର ମୁକାବିଲା ପାଇଁ ବିକାଶ ବ୍ୟାଙ୍କର ଦକ୍ଷତା ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ । ପ୍ରେସ ରିଲିଜରେ କୁହାଯାଇଛି ରାଷ୍ଟପତି ବାଇଡେନ୍‌ ଓ ଜି-୨୦ର ସଦସ୍ୟମାନେ ଅକ୍ଷୟ ଶକ୍ତିର ପ୍ରସାର ଓ ଜଳବାୟୁ ପରିବର୍ତ୍ତନର ମୁକାବିଲା, ୟୁକ୍ରେନ୍‌ରେ ପୁଟିନ୍‌ଙ୍କ ଯୁଦ୍ଧଜନିତ ଆର୍ଥିକ ଓ ସାମାଜିକ କୁପ୍ରଭାବ ହ୍ରାସ, ଏବଂ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ ପାଇଁ ବିଶ୍ବ ବ୍ୟାଙ୍କ୍‌ ସମେତ ବହୁପାକ୍ଷିକ ବ୍ୟାଙ୍କ ସମୂହର ସାମର୍ଥ୍ୟ ବୃଦ୍ଧି ଭଳି ବୈଶ୍ବିକ ସମସ୍ୟା ଉପରେ ଆଲୋଚନା କରିବେ ।

The post ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ : ହ୍ୱାଇଟ ହାଉସ ପକ୍ଷରୁ ସୂଚନା; ଦିଲ୍ଲୀରେ ଜି-୨୦ ସମ୍ମିଳନୀରେ ହେବେ ସାମିଲ first appeared on Kanak News.



from Kanak News https://ift.tt/7Rx64He https://ift.tt/uvBGnZp
ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ : ହ୍ୱାଇଟ ହାଉସ ପକ୍ଷରୁ ସୂଚନା; ଦିଲ୍ଲୀରେ ଜି-୨୦ ସମ୍ମିଳନୀରେ ହେବେ ସାମିଲ Kanak News ଭାରତ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ : ହ୍ୱାଇଟ ହାଉସ ପକ୍ଷରୁ ସୂଚନା; ଦିଲ୍ଲୀରେ ଜି-୨୦ ସମ୍ମିଳନୀରେ ହେବେ ସାମିଲ Kanak News Reviewed by SUBHENDU BARAL on August 22, 2023 Rating: 5

No comments:

Powered by Blogger.