ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ : ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତୁତି; ଜିଲ୍ଲା ସ୍ତରରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା Kanak News

କନକ ବ୍ୟୁରୋ : ମାତ୍ର ୧୦ ମାସରେ ନିଜ ନିଷ୍ପତ୍ତିକୁ ଢୋକିଲେ ରାଜ୍ୟ ସରକାର । ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ । କିନ୍ତୁ ଭିନ୍ନ ଢଙ୍ଗରେ ଏହି କାମ କରିଛନ୍ତି । ଏଥିପାଇଁ କନିଷ୍ଠ ଶିକ୍ଷକ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର । ଏଣିକି ଜିଲ୍ଲା ପରିଷଦ ଅଧିନରେ ରହିବ କନିଷ୍ଠ ଶିକ୍ଷକ ନିଯୁକ୍ତି । ଜିଲ୍ଲା ପରିଷଦ ସ୍ତରରେ ଏକ ଚୟନ କମିଟି ଗଠନ କରାଯିବ । ଏହାର ଅଧ୍ୟକ୍ଷ ରହିବେ ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଳା ପ୍ରକଳ୍ପ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରମୁଖ ରହିବେ ।

ସ୍କୁଲ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ପ୍ରଥମିକ ସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । କନିଷ୍ଠ ଶିକ୍ଷକ ଯୋଜନାବଦ୍ଧ ନାଁରେ ପ୍ରଥମରୁ ଷଷ୍ଠ ଏବଂ ଷଷ୍ଠରୁ ଅଷ୍ଟମ ସ୍କୁଲ ଗୁଡ଼ିକରେ ସମଗ୍ର ଶିକ୍ଷା ଯୋଜନାରେ ଏହି ଶିକ୍ଷକମାନେ ନିଯୁକ୍ତି ପାଇବେ । ବିଭାଗର ଗାଇଡଲାଇନ ଅନୁସାରେ, ରାଜ୍ୟ ସରକାର ଏଲିମେଂଟାରୀ ଶିକ୍ଷା ପରିଚାଳନାକୁ ପର୍ଯ୍ୟାୟକ୍ରମେ ଜିଲ୍ଲା ପରିଷଦ ଓ ଅନ୍ୟ ପଂଚାୟତିରାଜ ଅନୁଷ୍ଠାନକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି । ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏହି ଶିକ୍ଷକ ପଦବୀ ନିମନ୍ତେ ଅନଲାଇନରେ କମ୍ପ୍ୟୁଟର ଆଧାରିତ ପରୀକ୍ଷା ଦେବାକୁ ପଡ଼ିବ ।

ତେବେ ଯେଉଁମାନେ ଏହି ବର୍ଷିକିଆ ନିଯୁକ୍ତି ପାଇବେ ସେମାନେ ପରବର୍ତ୍ତୀ ବର୍ଷଗୁଡ଼ିକରେ ଚୁକ୍ତି ନବୀକରଣ କରିବେ । ଏଥିପାଇଁ ସଂପୃକ୍ତ ଶିକ୍ଷକଙ୍କ ପ୍ରଦର୍ଶନ ଉପରେ ନିର୍ଭର କରିବ । ନବୀକରଣ ପୂର୍ବରୁ କନିଷ୍ଠ ଶିକ୍ଷକମାନେ ନିୟମିତ ଉପସ୍ଥାନ ଓ ସନ୍ତୋଷଜନକ ପ୍ରଦର୍ଶନ ଦର୍ଶାଇ ପ୍ରଧାନ ଶିକ୍ଷକଙ୍କ ଠାରୁ ପ୍ରମାଣ ପତ୍ର ପ୍ରଦାନ କରିବା ନିହାତି ଆବଶ୍ୟକ । ଏହି ପ୍ରମାଣପତ୍ରକୁ ଜିଲ୍ଲା ପରିଷଦରେ ଦାଖଲ କରିବା ଆବଶ୍ୟକ ।

The post ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ : ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତୁତି; ଜିଲ୍ଲା ସ୍ତରରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା first appeared on Kanak News.



from Kanak News https://ift.tt/SyitfYr https://ift.tt/oDFSyWL
ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ : ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତୁତି; ଜିଲ୍ଲା ସ୍ତରରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା Kanak News ପୁଣି ଠିକାରେ ନିଯୁକ୍ତ ହେବେ ପ୍ରାଥମିକ ଶିକ୍ଷକ : ୨୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତୁତି; ଜିଲ୍ଲା ସ୍ତରରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା Kanak News Reviewed by SUBHENDU BARAL on August 22, 2023 Rating: 5

No comments:

Powered by Blogger.