କନକ ବ୍ୟୁରୋ : ଶିଖରଚଣ୍ଡୀ ଜଙ୍ଗଲରେ ଗଛ ଓ ପଥର କାଟିବାକୁ ଅନୁମତି ନିଥିଲା । ପରିବେଶ ମଞ୍ଜୁରୀ ମଧ୍ୟ ନିଆଯାଇନଥିଲା । ଶିଖରଚଣ୍ଡୀ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ପାହାଡ ପରିଦର୍ଶନରେ ଆସିଥିବା ୪ ଜଣିଆ କମିଟି ଏନଜିଟି ପାଖରେ ଦାଖଲ କରିଥିବା ରିପୋର୍ଟରୁ ଏପରି ସତ ସାମ୍ନାକୁ ଆସିଛି ।
ୱାଟକୋ ପ୍ରକଳ୍ପ ପାଇଁ ୩ ଏକର ଜମି ଆବଶ୍ୟକ ହେଉଥିବା ବେଳେ ଇଡକୋ ୪ ଏକର ଜମି ଆଲର୍ଟ କରିଥିଲା । ସାଢେ ୭ ଏକ ଜମିରେ ଡିଏଫଓଙ୍କ ବିନା ଅନୁମତିରେ ଗଛ କାଟିଥିଲା ୱାଟକୋ । ଗଛ କଟାଯାଇ ରାସ୍ତା ନିର୍ମାଣ କରାଯାଇଛି । ଲୋକଙ୍କ ଅଭିଯୋଗ ଅନୁଯାୟୀ ୱାଟକୋ ପକ୍ଷରୁ ଆବଶ୍ୟକତାଠାରୁ ଅଧିକ ଜମିରୁ ଗଛ କଟାଯାଇଛି । ଏନଜିଟି କମିଟିର ଏହି ରିପୋର୍ଟକୁ ଅନୁଧ୍ୟାନ କରିବ । ଆଜି ଏନଜିଟିର ଦ୍ୱିତୀୟ ଶୁଣାଣି ରହିଛି । ପ୍ରସ୍ତାବିତ କାମ ଅଟକିବ ନା ଆଗକୁ ବଢିବ ଏନ୍ଜିଟିଙ୍କ ରାୟ ଉପରେ ନିର୍ଭର କରୁଛି ।
The post ଶିଖରଚଣ୍ଡୀ ଜଙ୍ଗଲରେ ଗଛ ଓ ପଥର କାଟିବାକୁ ନଥିଲା ଅନୁମତି : ବିନା ପରିବେଶ ମଞ୍ଜୁରୀରେ କଟାଯାଉଥିଲା ମୂଲ୍ୟବାନ ଗଛ; ସାମ୍ନାକୁ ଆସିଲା ସତ first appeared on Kanak News.
from Kanak News https://ift.tt/7ju3wdL https://ift.tt/fwZYvAb
No comments: