କନକ ବ୍ୟୁରୋ : ଅନ୍ଧାରରେ ହେଲା ସମୀକ୍ଷା ବୈଠକ । ପ୍ରାୟ ୨୦ ମିନିଟ ଅନ୍ଧାରରେ ଚାଲିଲା ନବରଙ୍ଗପୁର ଜିଲ୍ଲାର ସମୀକ୍ଷା ବୈଠକ । ଓଡିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ ନବରଙ୍ଗପୁର ଗ୍ରସ୍ତରେ ଆସିଥିଲେ । ବିଭିନ୍ନ ଆଦର୍ଶ ବିଦ୍ୟାଳୟ ବୁଲିଲା ପରେ ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗର ଅଧିକାରୀଙ୍କ ସମେତ ବିଭିନ୍ନ ଶିକ୍ଷା ଅଧିକାରୀଙ୍କ ସହ ମିଶନ ଶକ୍ତି ସଭାଗୃହରେ ସମୀକ୍ଷା ବୈଠକ କରିଥିଲେ ।
ନବରଙ୍ଗପୁର ଜିଲ୍ଲାପାଳ କୋମଳ ଲୋଚନ ମିଶ୍ରଙ୍କ ଉପସ୍ଥିତିରେ ସମୀକ୍ଷା ଚାଲିଥିବା ବେଳେ ହଠାତ ଦୁଇ ଦୁଇ ଥର ବିଜୁଳି ଚାଲିଯାଇଥିଲା । ଫଳରେ ସମୀକ୍ଷା ବୈଠକ କିଛି ସମୟ ପାଇଁ ବନ୍ଦ ରହିଥିଲା । ହେଲେ ଲାଇନ୍ ଆସିବାରେ ବିଳମ୍ବ ହେବାରୁ ଶେଷରେ ଅନ୍ଧାରରେ ଉପଦେଷ୍ଟା ସମୀକ୍ଷା କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ଉପସ୍ଥିତ ଅଧିକାରୀମାନେ ମୋବାଇଲ ଲାଇଟ ଲଗାଇ ଉପଦେଷ୍ଟାଙ୍କ ବକ୍ତବ୍ୟ ଶୁଣିଥିଲେ ।
ବୈଠକରେ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ମଧ୍ୟ ଥିେଲେ । ସମୀକ୍ଷା ବୈଠକ ଅନୁଷ୍ଠିତ ହେବାର ନିଷ୍ପତ୍ତି ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ବେଳେ ବିଦ୍ୟୁତ ବିଭାଗ କିଭଳି ପୂର୍ବ ପ୍ରସ୍ତୁତି କରିନଥିବା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପରି ବିଭ୍ରାଟକୁ ବିଦ୍ୟୁତ ବିଭଗର ନିର୍ବାହୀ ଯନ୍ତ୍ରୀ ସ୍ୱୀକାର କରିଛନ୍ତି । ଜିଲ୍ଲାରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖାଦେଉଥିବା ବେଳେ ମରାମତି ନାମରେ ବିଦ୍ୟୁତ କାଟ କରାଯାଉଥିବା ଅଭିଯୋଗ ହୋଇଆସୁଛି ।
The post ବୈଠକ ବେଳେ ଚାଲିଗଲା ଲାଇନ୍ : ୨୦ ମିନିଟ୍ ଅନ୍ଧାରରେ ହେଲା ସମୀକ୍ଷା ବୈଠକ; ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ହେଲା ବିଦ୍ୟୁତ୍ ବିଭ୍ରାଟ first appeared on Kanak News.
from Kanak News https://ift.tt/X1pL4ib https://ift.tt/MqJBgAU
No comments: