ଶ୍ରୀମନ୍ଦିରରେ ପବିତ୍ର ଚମ୍ପକ ଦ୍ୱାଦଶୀ ପାଳିତ : ପାଲିଙ୍କିରେ ଶ୍ରୀମଦନମୋହନ ଓ ଶ୍ରୀଦେବୀଙ୍କ ନଗର ପରିକ୍ରମା Kanak News

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ପବିତ୍ର ଚମ୍ପକ ଦ୍ୱାଦଶୀ । ମହାପ୍ରଭୁଙ୍କ ଗୁଆଲି ନୀତି ଅନୁଷ୍ଠିତ । ଗତକାଲି ଚମ୍ପକ ଦ୍ୱାଦଶୀ ଥିବାରୁ ମହାପ୍ରଭୁଙ୍କ ଗୁଆଲି ଯାତ୍ରା ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ସମ୍ପର୍ଣ୍ଣ ହେଇଛି । ପାଲିଙ୍କିରେ ଶ୍ରୀ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିଛନ୍ତି । ଭକ୍ତମୟ ପରିବେଶରେ ମହାପ୍ରଭୁ ନଗର ପରିକ୍ରମା କରିଛନ୍ତି । ମହାପ୍ରଭୁ ଓ ମା ଲକ୍ଷ୍ମୀ ପାଲିଙ୍କିରେ ପ୍ରଥମେ ଶ୍ରୀନହରକୁ ଆସି ସେଠି ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯାଇ ପଂଚଗ୍ରାସ ନୀତି ସମ୍ପର୍ଣ୍ଣ ହୋଇଛି । ଏହି ସମୟରେ ଶହ ଶହ ସଂଖ୍ୟାରେ ଭକ୍ତ ପଟୁଆରରେ ସାମିଲ ହୋଇଥିଲେ । ମହାପ୍ରଭୁଙ୍କ ଏହି ଆକର୍ଷଣୀୟ ନୀତିକାନ୍ତି ସ୍ୱଚକ୍ଷୁରେ ଦର୍ଶନ କରିବାର ସୁଯୋଗ ପାଇଛନ୍ତି ଅନେକ ଶ୍ରଦ୍ଧାଳୁ ।

ବର କନ୍ୟା ଶ୍ରୀମଦନମୋହନ ଓ ଶ୍ରୀଦେବୀ ରତ୍ନ ସିଂହାସନକୁ ବିଜେ କରିବା ସେଠାରେ ବନ୍ଦାପନା ହୋଇଥିଲା। ବନ୍ଦାପନା ନୀତି ସରିବା ପରେ ବରକନ୍ୟାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା । ଝୁଲଣ ମଣ୍ଡପ ନିକଟରେ ରଖାଯାଇଥିବା ପାଲିଙ୍କିରେ ବରକନ୍ୟା ଅଧିଷ୍ଠିତ ହୋଇଥିଲେ । ବିମାନବଡ଼ୁ ସେବକମାନେ ବଡ଼ଦେଉଳର ଚତୁଃପାର୍ଶ୍ବରେ ବେଢ଼ା ବୁଲିବା ପରେ ବିମାନ ସରଘର ଓ ଆନନ୍ଦ ବଜାରରେ ପନ୍ତିଭୋଗ ଖାଇ ସିଂହଦ୍ବାର ଦେଇ ଶ୍ରୀନଅରକୁ ବିଜେ କରିଥିଲେ । ଘଣ୍ଟ, ଘଣ୍ଟା, କାହାଳି ଓ ଆଲୋକମାଳାରେ ପଟୁଆରେ ମହାପ୍ରଭୁଙ୍କ ଶୋଭାଯାତ୍ରାରେ ଶହଶହ ଭକ୍ତ ଶ୍ରୀନଅରରେ ଗଜପତି ମହାରାଜ ବରକନ୍ୟାଙ୍କୁ ପାଛୋଟି ନେଇ ଏକ ଖଟ ଉପରେ ବିଜେ କରାଇଥିଲେ। ମହାସୁଆର ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ପିଠା ପୂଜାପଣ୍ଡା ସେବକ ପଞ୍ଚ ଉପଚାର ବିଧିରେ ମଣୋହି କରିଥିଲେ ।

 

The post ଶ୍ରୀମନ୍ଦିରରେ ପବିତ୍ର ଚମ୍ପକ ଦ୍ୱାଦଶୀ ପାଳିତ : ପାଲିଙ୍କିରେ ଶ୍ରୀମଦନମୋହନ ଓ ଶ୍ରୀଦେବୀଙ୍କ ନଗର ପରିକ୍ରମା first appeared on Kanak News.



from Kanak News https://ift.tt/oDVRraO https://ift.tt/HFkqvcQ
ଶ୍ରୀମନ୍ଦିରରେ ପବିତ୍ର ଚମ୍ପକ ଦ୍ୱାଦଶୀ ପାଳିତ : ପାଲିଙ୍କିରେ ଶ୍ରୀମଦନମୋହନ ଓ ଶ୍ରୀଦେବୀଙ୍କ ନଗର ପରିକ୍ରମା Kanak News ଶ୍ରୀମନ୍ଦିରରେ ପବିତ୍ର ଚମ୍ପକ ଦ୍ୱାଦଶୀ ପାଳିତ : ପାଲିଙ୍କିରେ ଶ୍ରୀମଦନମୋହନ ଓ ଶ୍ରୀଦେବୀଙ୍କ ନଗର ପରିକ୍ରମା Kanak News Reviewed by SUBHENDU BARAL on June 01, 2023 Rating: 5

No comments:

Powered by Blogger.