କଟକ ବଡ଼ ମେଡ଼ିକାଲରୁ ଶାଢୀ ପିନ୍ଧି କଏଦୀ ଚମ୍ପଟ । ଚୌଦ୍ୱାର ଜେଲରୁ ଆସି ଏସସିବିରେ ହେଉଥିଲେ ଚିକିତ୍ସିତ । ବାଥରୁମ୍ ଯିବା ବାହାନାରେ ଖସିଗଲେ ଅଭିଯୁକ୍ତ Kanak News
କନକ ବ୍ୟୁରୋ :ବଡ ମେଡିକାଲରୁ କଏଦୀ ଚମ୍ପଟ । ମହିଳାଙ୍କ ଶାଢୀ ପିନ୍ଧି ଜଣେ କଏଦୀ ଚମ୍ପଟ ହୋଇଯାଇଛି । ଚୌଦ୍ୱାର ଜେଲରୁ ଆସି ଏସସିବିରେ ଚିକିତ୍ସିତ ହେଉଥିବା ବେଳେ ଚମ୍ପଟ ମାରିଛି କଏଦୀ ।
ଜଗତସିଂହପୁର ନାଉଁଗା ଅଂଚଳର ସାଜନ ଦାସ ଏକ ଚୋରୀ ମାମଲାରେ ଜେଲରେ ଥିବା ବେଳେ ଗତ ୨୯ ତାରିଖରୁ ଏସସିବିରେ ଭର୍ତି ହୋଇ ଚିକିତ୍ସିତ ହେଉଥିଲେ । ଜେଲରେ ଥିବା ବେଳେ ପେଟ ରୋଗ ସହିତ ବାତ ସମସ୍ୟା ଯୋଗୁଁ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ବଡ ମେଡିକାଲ ଅଣାଯାଇଥିଲା । ଏଭଳି ବାରମ୍ବାର ହେବାରୁ ମେ ୨୯ ତାରିଖରେ ଜେଲ କର୍ତ୍ତୃପକ୍ଷ ତାକୁ ଏସସିବି ଆଣିଥିଲେ । ଏହାପରେ ତାକୁ ନ୍ୟୁ ମେଡିସିନ ୱାର୍ଡର ଦ୍ୱିତୀୟ ମହଲାରେ ଥିବା ବେଡ୍ ନମ୍ବର ୧୭୨ରେ ଭର୍ତି ହୋଇଥିଲା । ଗତକାଲି ସକାଳେ ଶୌଚ ହେବାକୁ ଯାଇ ସାଜନ ସେଠାରେ ମହିଳାଙ୍କ ଶାଢୀ ପିନ୍ଧି ଚମ୍ପଟ ମାରିଛି । ତେବେ ଚୌଦ୍ୱାର ଜେଲର ୩ ଜଣ ୱାର୍ଡର ତାଙ୍କୁ ଜଗିଥିବା ସତ୍ୱେ କିଭଳି କଏଦୀ ଜଣଙ୍କ ଚମ୍ପଟ ମାରିଲା ତାହା ଏବେ ବଡ ପ୍ରଶ୍ନ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
The post କଟକ ବଡ଼ ମେଡ଼ିକାଲରୁ ଶାଢୀ ପିନ୍ଧି କଏଦୀ ଚମ୍ପଟ । ଚୌଦ୍ୱାର ଜେଲରୁ ଆସି ଏସସିବିରେ ହେଉଥିଲେ ଚିକିତ୍ସିତ । ବାଥରୁମ୍ ଯିବା ବାହାନାରେ ଖସିଗଲେ ଅଭିଯୁକ୍ତ first appeared on Kanak News.
from Kanak News https://ift.tt/KsAO56g https://ift.tt/tv7lQVq
No comments: