ସଧବା ନାରୀମାନଙ୍କ ବିଶ୍ୱାସର ବ୍ରତ ସାବିତ୍ରୀ ଓଷା। ଜ୍ୟେଷ୍ଠ ଅମାବାସ୍ୟା ଦିନ ଏହା ପାଳନ କରିବାର ବିଧି ରହିଛି। ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଓ ଶୁଭ ମନାସୀ ନିଜ ଶଙ୍ଖା ସିନ୍ଦୂରକୁ ଅତୁଟ ରଖି ସୌଭଗ୍ୟବତୀ ହେବା ଆଶାରେ ଏହି ଓଷାକୁ ସଧବା ନାରୀମାନେ ପାଳନ କରନ୍ତି।
ସାବିତ୍ରୀ ହେଉଛନ୍ତି ଶୁଦ୍ଧ ଚିନ୍ତା ଚେତନାର ଏକ ଆଦର୍ଶ। ସାବିତ୍ରୀ ବ୍ରତ ସାଧାରଣରେ ଏକ ପରମ୍ପରା, ପୂଜା, ଓଷା, ଉପାସନା, ବିଶ୍ୱାସ ବା ଉପବାସ ହୋଇଥିଲେ ମଧ୍ୟ ହୃଦୟର ଦର୍ପଣରେ ଏହା ଏକ ସଂକଳ୍ପ, ଏକ ପ୍ରତିଜ୍ଞା, ଏକ ପ୍ରେମ ଓ ଅନ୍ୱେଷଣ।
ସାବିତ୍ରୀ ଓଷାକୁ ସର୍ବ ଭାରତୀୟ ସ୍ତରରେ ‘ବଟ ସାବିତ୍ରୀ ବ୍ରତ’ ଭାବେ ପାଳନ କରାଯାଏ। ଏହି ଦିନ ସଧବା ମହିଳାମାନେ ବଟ ବୃକ୍ଷ ବା ବରଗଛକୁ ପୂଜା କରି ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ମହିଳାମାନେ ବରଗଛକୁ ପୂଜାକରି ଏଥିରେ ସୂତା ବାନ୍ଧିଥାନ୍ତି। ତେବେ ଏଠାରେ ପ୍ରଶ୍ନ ଉଠେ ଯେ ସାବିତ୍ରୀ ବ୍ରତରେ ଗରଗଛକୁ କାହିଁକି ପୂଜା କରାଯାଏ। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।
କାହିଁକି କରାଯାଏ ବରଗଛ ପୂଜା:
- ଜ୍ୟେଷ୍ଠ ଅମାବାସ୍ୟା ବା ବଟ ସାବିତ୍ରୀ ବ୍ରତରେ, ବରଗଛକୁ ପୂଜାକରି ବିବାହିତ ମହିଳାମାନେ ଅଖଣ୍ଡ ସୌଭାଗ୍ୟ ଏବଂ ସୁଖୀ ଦାମ୍ପତ୍ୟ ଜୀବନର ଆଶୀର୍ବାଦ ପ୍ରାପ୍ତ କରନ୍ତି। ଏହା ଦ୍ୱାରା ସ୍ୱାମୀଙ୍କ ଜୀବନ ଦୀର୍ଘହୁଏ ବୋଲି ମଧ୍ୟ ବିଶ୍ୱାସ ରହିଛି।
- ପୌରାଣିକ କାହାଣୀ ଅନୁଯାୟୀ, ସାବିତ୍ରୀ ବରଗଛ ତଳେ ହିଁ ନିଜ ମୃତ ସ୍ୱାମୀଙ୍କ ଜୀବନକୁ ଫେରାଇ ଆଣିଥିଲେ। ଏହି ବରଗଛ ମୂଳେ ହିଁ ସେ ତାଙ୍କର ପତିବ୍ରତା ଧର୍ମ ସହିତ ଯମରାଜଙ୍କୁ ପ୍ରସନ୍ନକରି ଆଶୀର୍ବାଦ ଗ୍ରହଣ କରିଥିଲେ। ଏହି କାରଣରୁ, ମହିଳାମାନେ ଜ୍ୟେଷ୍ଠ ଅମାବାସ୍ୟାରେ ବରଗଛକୁ ପୂଜା କରନ୍ତି।
- ବରଗଛ ବିରାଟ ହୋଇଥାଏ, ଏହାର ଶାଖାଗୁଡ଼ିକରୁ ଓହଳ ମଧ୍ୟ ବାହାରେ। ବିଶ୍ୱାସ କରାଯାଏ ଯେ ଏହି ଓହଳରୁ ହିଁ ସାବିତ୍ରୀଙ୍କ ଆଶୀର୍ବାଦ ମିଳିଥାଏ। ଏହି କାରଣରୁ ‘ବଟ ସାବିତ୍ରୀ ବ୍ରତ’ ଦିନ ମହିଳାମାନେ ଗରଗଛକୁ ପୂଜା କରନ୍ତି।
- ବିଶ୍ୱାସ ରହିଛି ଯେ ବରଗଛରେ ଦେବୀଦେବତାମାନେ ରୁହନ୍ତି। ବରଗଛର ମୂଳରେ ଭଗବାନ ବ୍ରହ୍ମା, ଛାଲିରେ ଭଗବାନ ବିଷ୍ଣୁ ଏବଂ ଶାଖାରେ ଭଗବାନ ଶିବଙ୍କ ବାସ ବୋଲି କୁହାଯାଏ। ଏହି କାରଣରୁ, ମହିଳାମାନେ ଗରଗଛକୁ ପୂଜା କରନ୍ତି ଏବଂ ଏକତ୍ର ତ୍ରିଦେବଙ୍କ ଆଶୀର୍ବାଦ ପ୍ରାପ୍ତ କରନ୍ତି।
- ଯେତେବେଳେ ଭଗବାନ ଶ୍ରୀରାମ ତ୍ରେତୟା ଯୁଗରେ ବନବାସ କରିଥିଲେ, ସେତେବେଳେ ସେ ଏହିଦିନ ତିର୍ଥରାଜ ପ୍ରୟାଗରେ ଭରଦ୍ୱାଜ ଋଷିଙ୍କ ଆଶ୍ରମକୁ ଯାଇଥିଲେ। ସେଠାରେ ସେ ବରଗଛକୁ ମଧ୍ୟ ପୂଜା କରିଥିଲେ। ବରଗଛକୁ ଅକ୍ଷୟବଟ ମଧ୍ୟ କୁହାଯାଏ।
from Latest Odisha News, Breaking News Today | Top Updates on Corona - OTV News https://ift.tt/M0Nwlsy
No comments: