ଥରକେ କେତେ ଟଙ୍କା ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବେ ? ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ କ’ଣ କରିବେ ? Rajalaxmi Sahoo
ମାର୍କେଟରେ ଆଉ ମିଳିବନି ୨ ହଜାର ଟଙ୍କିଆ ନୋଟ୍। ଏହି ନୋଟ୍କୁ ପ୍ରତ୍ୟାହାର କରିନେବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(RBI) ନିଷ୍ପତ୍ତି ନେଇଛି। କିନ୍ତୁ ଏହା ଅଚଳ ହେବନି ବୋଲି ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି।
ଆର୍ବିଆଇ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ, ଯାହାଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ଅଛି, ତାକୁ ସେମାନେ ବ୍ୟାଙ୍କକୁ ଯାଇ ବଦଳାଇ ପାରିବେ କିମ୍ବା ନିଜ ଆକାଉଣ୍ଟରେ ଡିପୋଜିଟ ମଧ୍ୟ କରିପାରିବେ। ଏହା ମେ’ ୨୩ରୁ ଆରମ୍ଭ ହେବ। ସେପଟେମ୍ବର ୩୦ ଯାଏ ୨ ହଜାର ଟଙ୍କିଆ ନୋଟ୍କୁ ବଦଳା ଯାଇପାରିବ। ଜଣେ ଏକାଥରେ ୨୦ଟି ନୋଟ୍ ବଦଳାଇପାରିବ।
ଜାଣନ୍ତୁ, ଛୋଟ ନୋଟ ବନ୍ଦୀକୁ ନେଇ ଉଠୁଥିବା କିଛି ପ୍ରଶ୍ନ ଓ ଏହାର ଉତ୍ତର...
ପ୍ରଶ୍ନ- କାହିଁକି ମାର୍କେଟରୁ ୨ ହଜାର ଟଙ୍କିଆ ନୋଟକୁ ପ୍ରତ୍ୟାହାର କରାଯାଉଛି ?
ଉତ୍ତର-୨୦୧୬ ନଭେମ୍ବର ନୋଟ୍ ବନ୍ଦୀ ବେଳେ ନୋଟ୍ ଅଭାବକୁ ପୂରଣ କରିବାକୁ ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। ଏବେ ପର୍ଯ୍ୟାପ୍ତ ପରିମାଣରେ ସବୁ ପ୍ରକାର ନୋଟ୍ ମାର୍କେଟରେ ଅଛି। ୨୦୧୮-୧୯ରୁ ୨୦୦୦ ଟଙ୍କିଆ ନୋଟ୍ ଛପା ବି ବନ୍ଦ କରି ଦିଆଯାଇଛି।
ପ୍ରଶ୍ନ- ଆଗକୁ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ କି ?
ଉତ୍ତର- ନା, ୨୦୦୦ ଟଙ୍କିଆ ନୋଟ୍ ଅଚଳ ହେବନି।
ପ୍ରଶ୍ନ- ନିଜ ପାଖରେ ଥିବା ୨୦୦୦ ନୋଟ୍କୁ ଲୋକେ କ’ଣ କରିବେ ?
ଉତ୍ତର- ଲୋକେ ବ୍ୟାଙ୍କରେ ଡିପୋଜିଟ କରିପାରିବେ କିମ୍ବା ଏହାକୁ ବଦଳାଇ ପାରିବେ।
ପ୍ରଶ୍ନ- ସାଧାରଣ କାରବାରରେ ଲୋକେ ୨୦୦୦ ଟଙ୍କିଆ ନୋଟ୍ ବ୍ୟବହାର କରିପାରବେ କି ?
ଉତ୍ତର- ସେପ୍ଟେମ୍ବର ୩୦ ପରେ ମଧ୍ୟ ଲୋକେ ୨୦୦୦ ଟଙ୍କିଆ ନୋଟ୍ ନେଣଦେଣ କରିପାରିବେ। କିନ୍ତୁ ଏହି ସମୟ ମଧ୍ୟରେ ବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ୍କୁ ଡିପୋଜିଟ କରିବାକୁ ଆର୍ବିଆଇ ପରାମର୍ଶ ଦେଇଛି।
ପ୍ରଶ୍ନ- ଲୋକେ କେଉଁଠି ୨୦୦୦ ଟଙ୍କିଆ ନୋଟ୍ ବଦଳ କରିପାରିବେ ?
ଉତ୍ତର- ସବୁ ବ୍ୟାଙ୍କରେ ଏହି ନୋଟ୍ ବଦଳ କରିହେବ। ଏପରିକି ଯେଉଁ ବ୍ୟାଙ୍କରେ ଆପଣଙ୍କର ଆକାଉଣ୍ଟ ନାହିଁ, ସେଠାରେ ମଧ୍ୟ ବଦଳ କରିହେବ। ବିଭିନ୍ନ ରାଜ୍ୟରେ ଥିବା ଆର୍ବିଆଇର ୧୯ଟି ଶାଖାରେ ବି ବଦଳାଇ ହେବ ।
ପ୍ରଶ୍ନ- କେତେ ଟଙ୍କାର ୨୦୦୦ ନୋଟ୍ ଡିପୋଜିଟ୍ କରିହେବ ?
ଉତ୍ତର- ସେମିତି କିଛି କଟକଣା ନାହିଁ। ଗ୍ରାହକଙ୍କ କେୱାଇସି ଓ ଅନ୍ୟ ନିୟମ ଅନୁସାରେ ଗ୍ରାହକ ଟଙ୍କା ଡିପୋଜିଟ କରିପାରିବେ।
ପ୍ରଶ୍ନ- ଥରକେ କେତେ ଟଙ୍କା ବଦଳାଇ ପାରିବେ ଗ୍ରାହକ ?
ଉତ୍ତର- ଥରକେ ଜଣେ ଗ୍ରାହକ ୧୦ଟି ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବେ। ଅର୍ଥାତ୍ ଥରକେ ଜଣେ ୨୦ ହଜାର ଟଙ୍କିଆ ନୋଟ୍ ବଦଳାଇ ପାରିବ।
ପ୍ରଶ୍ନ- କେବେଠାରୁ ୨ ହଜାର ଟଙ୍କିଆ ନୋଟ୍ ବଦଳାଇ ହେବ ?
ଉତ୍ତର- ମେ’ ୨୩ ତାରିଖରୁ ବ୍ୟାଙ୍କକୁ ଯାଇ ୨୦୦୦ ଟଙ୍କିଆ ନୋଟ୍ ବଦଳାଇ ପାରିବେ।
ପ୍ରଶ୍ନ- ୨୦୦୦ ଟଙ୍କିଆ ନୋଟ୍ ବଦଳାଇବାର ଶେଷ ତାରିଖ କେବେ ?
ଉତ୍ତର-ଆସନ୍ତା ସେପ୍ଟେମ୍ବର ୩୦ ମଧ୍ୟରେ ଏହି ନୋଟ୍ ବଦଳାଇବାକୁ ଆର୍ ବିଆଇ ପରାମର୍ଶ ଦେଇଛି।
ପ୍ରଶ୍ନ- ନୋଟ୍ ବଦଳାଇବାକୁ କୌଣସି ଚାର୍ଜ ବା ଟିକସ ଦେବାକୁ ପଡ଼ିବ କି ?
ଉତ୍ତର- ନା, ଏଥିପାଇଁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ।
ପ୍ରଶ୍ନ- ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ କ’ଣ କରିବେ ?
ଉତ୍ତର- କୌଣସି ବ୍ୟାଙ୍କରେ ଆକାଉଣ୍ଟ ନ ଥିଲେ ମଧ୍ୟ ଏହି ନୋଟ୍ ବଦଳ କରିହେବ ।
ପ୍ରଶ୍ନ- କୌଣସି ବ୍ୟାଙ୍କ ବା ବ୍ୟାଙ୍କର ଶାଖା ୨୦୦୦ ନୋଟ୍ ବଦଳ ପାଇଁ ମନା କଲେ କ’ଣ କରିବେ ଗ୍ରାହକ ?
ଉତ୍ତର- ସେହି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବେ ଗ୍ରାହକ। ଅଭିଯୋଗର ୩୦ ଦିନ ମଧ୍ୟରେ ସମାଧାନ ବା ଉତ୍ତର ନ ଆସିଲେ କିମ୍ବା ଉତ୍ତର ସନ୍ତୋଷଜନକ ନ ହେଲେ, ସିଧା ଆର୍ବିଆଇରେ ଅଭିଯୋଗ କରିପାରବେ ଗ୍ରାହକ।
from Latest Odisha News, Breaking News Today | Top Updates on Corona - OTV News https://ift.tt/bW4ksVK
No comments: