କନକ ବ୍ୟୁରୋ : ଶିକାରୀ ଗୁଳିରେ ବନରକ୍ଷୀ ମୃତ୍ୟୁ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଲାଇଛି ପୋଲିସ । ଗିରଫ ୩ ଶିକାରୀ ହେଲେ ସୁକୁଲା ମର୍ଣ୍ଡି, ବୁଦ୍ଧଦେବ ସିଂ, ଓ ଜୁଗୁଲୁ ସିଂ । ସେମାନଙ୍କ ପାଖରୁ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗୁରୁବାର ରାତିରେ ପୋଲିସର ସ୍ୱତନ୍ତ୍ର ଟିମ ଶିମିଳିପାଲ ନିକଟ ଗାଁରେ ଅପରେସନ କରି ୩ ଅଭିଯୁକ୍ତଙ୍କୁ ବାନ୍ଧିଛି । ଏହି ତିନି ଅଭିଯୁକ୍ତ ବାଙ୍ଗିରିପୋଷି ବ୍ଲକର ହୋଇଥିଲା ବେଳେ ବୁଦ୍ଧଦେବ ସିଂ ବଡଗାଁ ପଞ୍ଚାୟତର ପୂର୍ବତନ ସରପଞ୍ଚ । ତିନି ଜଣଙ୍କୁ ଗୁପ୍ତ ସ୍ଥାନରେ ରଖି ପୋଲିସ ପଚରାଉଚରା ଚଳାଇଛି ।
ବର୍ତ୍ତମାନ ସୁଦ୍ଧା ପୋଲିସ ମୋଟ ୬ ଜଣ ଶିକାରୀଙ୍କୁ ଧରିବା ସହ ୧୦ଟି ଦେଶୀ ବନ୍ଧୁକ ଜବତ କରିଛି । ଏଥି ମଧ୍ୟରୁ ୩ ଜଣ ଶିକାରୀ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ହତ୍ୟା ଘଟଣାରେ ସଂପୃକ୍ତ ରହିଥିବା ବେଳେ ଅନ୍ୟମାନଙ୍କୁ ବିଭିନ୍ନ କେସ ଆଧାରରେ ଗିରଫ କରିଛି ପୋଲିସ । ଶିମିଳିପାଳ ବ୍ୟାଘ୍ର ସଂର କ୍ଷଣ ପ୍ରକଳ୍ପର ନଅଣା ରେଞ୍ଜ ଅନ୍ତର୍ଗତ ବାଉଁଶଖାଳ ବିଟ ଅଂଚଳରେ ବନରକ୍ଷୀ ବିମଳ ଜେନାଙ୍କୁ ଗୁଳି କରିଥିଲେ ଶିକାରୀ ।
ଅଭୟାରଣ୍ୟରେ ପାଟ୍ରୋଲିଂ ସମୟରେ ଶିକାରୀ ପ୍ରବେଶ ନେଇ ଖବର ମିଳିଥିଲା । ୨ଟି ବାରହା ଓ ୩ଟି କୁଟରା ଶିକାର କରି ଶିକାରମାନେ ଫେରୁଥିବା ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲେ ମୃତ ବନରକ୍ଷୀ ଓ ଅନ୍ୟ ବନକର୍ମଚାରୀ । ସେଠାରେ ବନକର୍ମଚାରୀଙ୍କୁ ଉପରକୁ ଗୁଳି ମାଡ କରିଥିଲେ ଶିକାରୀ, ଆଉ ଶିକାରୀଙ୍କ ଗୁଳିମାଡରେ ଟଳି ପଡିଥିଲେ ବନରକ୍ଷୀ ବିମଳ ଜେନା ।
The post ଶିକାରୀ ଗୁଳିରେ ବନରକ୍ଷୀ ମୃତ୍ୟୁ ମାମଲା : ୩ ଅଭିଯୁକ୍ତ ଗିରଫ, ପୋଲିସର ତଦନ୍ତ ଜାରି first appeared on Kanak News.
from Kanak News https://ift.tt/f4Nmsui https://ift.tt/KoS54hz
No comments: