ଆଜି କଟକ ମୁଣ୍ଡଳି ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ବିଭିନ୍ନ ସ୍ଥାନରେ ମହାନଦୀର ଜଳ ସ୍ଥିତି କରିବେ ଯାଞ୍ଚ Kanak News

କନକ ବ୍ୟୁରୋ: ମହାନଦୀ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ ପାଇଁ ଆଜି କଟକ ଗସ୍ତରେ ଯିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ଟିମ୍ ମୁଣ୍ଡଳୀ ଠାରୁ ଗସ୍ତ ଆରମ୍ଭ କରିବେ ବୋଲି ଜଣାପଡ଼ିଛି । ପରେ ନରାଜ, ଜୋବ୍ରା ବ୍ୟାରେଜ ଦେଇ ବିରୁପା ବ୍ୟାରେଜ ପଯ୍ୟନ୍ତ ଯିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ସ୍ଥାନରେ ମହାନଦୀର ଜଳସ୍ଥିତି ଯାଞ୍ଚକରିବାର କାର୍ଯ୍ୟକ୍ରମ ରହିଛି ।

ଯାଞ୍ଚ ଅନୁସାରେ ଟ୍ରିବ୍ୟୁନାଲ ଏହି ଟିମ୍ ଯେଉଁ ରିପୋର୍ଟ ଦେବେ ତା ଉପରେ ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଂଟନର ଭାଗ୍ୟ ନିର୍ଭର କରୁଛି । ଟ୍ରିବ୍ୟୁନାଲ ବୈଷୟିକ ଟିମ୍ ସଦସ୍ୟଙ୍କ ଏହି ଗସ୍ତକୁ ସଂପୂର୍ଣ୍ଣ କଟକଣା ଭିତରେ ରଖାଯାଇଛି । ଜିଲ୍ଲାପାଳ ଏବଂ ଡିସିପିଙ୍କୁ ବାଦଦେଲେ ରାଜ୍ୟର ଅନ୍ୟ କୌଣସି ଅଧିକାରୀ ଏହି ଗସ୍ତରେ ସାମିଲ ହେବେ ନାହିଁ । ଜଳ ସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଛତିଶଗଡ଼ରେ ବ୍ୟାରେଜ ହେବା ଦ୍ୱାରା ମହାନଦୀ ଉପରେ ଏହାର ପ୍ରକୃତ ପ୍ରଭାବ କ’ଣ ତାହା ତଳ ମୁଣ୍ଡରୁ ହିଁ ସ୍ପଷ୍ଟ ଜଣାପଡ଼ିବ ।

The post ଆଜି କଟକ ମୁଣ୍ଡଳି ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ବିଭିନ୍ନ ସ୍ଥାନରେ ମହାନଦୀର ଜଳ ସ୍ଥିତି କରିବେ ଯାଞ୍ଚ first appeared on Kanak News.



from Kanak News https://ift.tt/UQ813rd https://ift.tt/7l19NTs
ଆଜି କଟକ ମୁଣ୍ଡଳି ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ବିଭିନ୍ନ ସ୍ଥାନରେ ମହାନଦୀର ଜଳ ସ୍ଥିତି କରିବେ ଯାଞ୍ଚ Kanak News ଆଜି କଟକ ମୁଣ୍ଡଳି ଗସ୍ତରେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ବିଭିନ୍ନ ସ୍ଥାନରେ ମହାନଦୀର ଜଳ ସ୍ଥିତି କରିବେ ଯାଞ୍ଚ Kanak News Reviewed by SUBHENDU BARAL on May 25, 2023 Rating: 5

No comments:

Powered by Blogger.