କାଳ ପାଲଟିଲା କାଳବୈଶାଖୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ବହିଲା ପବନ, କେଉଁଠି ଉପୁଡିଲା ଗଛ ତ କେଉଁଠି ଉଡିଗଲା ଛପର Kanak News
କନକ ବ୍ୟୁରୋ: ପ୍ରଚଣ୍ଡ ତାତି ଭିତରେ କାଳବୈଶାଖୀ ବର୍ଷା ଆଶ୍ୱସ୍ତି ଆଣି ଦେଇଥିଲେ ବି ବିଭିନ୍ନ ସ୍ଥାନରେ ତାଣ୍ଡବ ରଚିଛି । କେଉଁଠି ବଡ଼ ବଡ଼ ଗଛ ଉପୁଡି ପଡିଛି ତ ଆଉ କେଉଁଠି ଆଜବେଷ୍ଟସ ଉଡିଯାଇଛି । ଏପରିକି ଦିନ ବେଳା କଳାହାଣ୍ଡିଆ ମେଘ ଘୋଟି ଆସିବା ଫଳରେ ଅଚାନକ ଅନ୍ଧାର ହୋଇଯାଇଥିଲା । ୩ ଘଣ୍ଟାର ନିର୍ଦ୍ଧୁମ ବର୍ଷା ସହ ଘଡ଼ଘଡ଼ି ଓ ପବନ ବହିବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ।
କଟକରେ କାଳବୈଶାଖୀର ତାଣ୍ଡବ । ବାରଙ୍ଗ ଅଂଚଳରେ ବିରାଟ ଗଛ ପଡ଼ି କାର୍ ଚେପା । ଗାଡ଼ି ଚାଲକ ସାମାନ୍ୟ ଆହତ ହୋଇଛନ୍ତି । ଗତକାଲି ଅପରାହ୍ନରେ ଏହି ଘଟଣା ଘଟିଛି । ସେହିପରି କଟକ ସଦର ଅଚଂଳରେ ବଜ୍ରପାତରୁ ନଡ଼ିଆ ଗଛରେ ନିଆଁ ଲାଗିଯାଇଥିଲ।। । ଏହିଭଳି ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । କିଛି ସ୍ଥାନରେ ଗଛ ପଡ଼ି ଯାଇଥିଲା । ଯେଉଁଥିପାଇଁ ରାସ୍ତାରେ ଅଳ୍ପ କିଛି ସମୟ ଯିବା ଆସିବା ମଧ୍ୟ ବାଧାପ୍ରାପ୍ତ ହୋଇଥିଲା । ଗତକାଲି ସକାଳେ ଟାଇଁ ଟାଇଁ ଖରା ହେଉଥିଲା । କିନ୍ତୁ ଅପରାହ୍ନରେ କେହି କିଛି ବୁଝିବା ପୂର୍ବରୁ ତୁହାକୁ ତୁହା ପବନ ମାଡ଼ ହୋଇଥିଲା । ତା’ସାଙ୍ଗକୁ ନିର୍ଦ୍ଧୁମ୍ ବର୍ଷା ଛେଚିଥିଲା । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା । ନା’ ଆଗକୁ ରାସ୍ତା ଦେଖାଯାଉଥିଲା, ନା’ ଯାତାୟତ କରିବା ସମ୍ଭବ ହେଉଥିଲା । ଯିଏ ଯେଉଁଠି ଥିଲେ ସେଠାରେ ଅଟକି ରହିଥିଲେ ।
The post କାଳ ପାଲଟିଲା କାଳବୈଶାଖୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ବହିଲା ପବନ, କେଉଁଠି ଉପୁଡିଲା ଗଛ ତ କେଉଁଠି ଉଡିଗଲା ଛପର first appeared on Kanak News.
from Kanak News https://ift.tt/FdLS0bv https://ift.tt/HUIjVDb
No comments: