ପୁଣି ମାର୍କେଟ ବିଲ୍ଡିଂରେ ନିଆଁ Satyendu Shekher Mishra

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ପୁଣି ଅଗ୍ନିକାଣ୍ଡ । ମାର୍କେଟ ବିଲ୍ଡିଂର ଏକ ଫ୍ୟାନ୍ ସୋସୁମର ପ୍ରଥମ ମହଲାରେ ଗତକାଲି ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି । ତେବେ ଏଥିରେ ଲକ୍ଷାଧିକ ଟଙ୍କାର ଫ୍ୟାନ ଜଳିଯାଇଛି । ଷ୍ଟୋର ମ୍ୟାନେଜର ରାତି ୮ଟାରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତି ୧୦ଟାରେ ତାଙ୍କ ଦୋକାନରେ ନିଆଁ ଲାଗିଥିବା ପଡୋଶୀ ଦୋକାନ ଫୋନ କରି ଜଣାଇଥିଲେ ।

ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ୪ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ସିଢି ପକାଇ ଉପର ମହଲାକୁ ଯାଇଥିଲେ । ଉପର ମହଲାର କାଚ ଭାଙ୍ଗି ପାଣି ସ୍ପ୍ରେ କରାଯାଇଥିଲା । ଦୀର୍ଘ ଦୁଇ ଘଂଟା ପରେ ନିଆଁକୁ ଆୟତ କରାଯାଇଛି । ଉପର ମହଲାର ଏକ ଏସି କମ୍ପ୍ରେସର ପୋଡିଯାଇଥିବାରୁ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

ତେବେ ପୂର୍ବରୁ ମଧ୍ୟ ମାର୍କଟ୍‌ ବିଲ୍ଡିଂରେ ନିଆଁ ଲାଗିଥିଲା । ମାର୍କେଟ୍‌ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍‌ରେ ଦୁଇ ଦୁଇ ଥର ଅଗ୍ନିକାଣ୍ଡ ଘଟିଛି । ପ୍ରଥମ ଓ ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ମଲ୍‌ରେ ନିଆଁ ଲାଗିବା ପରେ ଲୋକମାନଙ୍କ ପାଇଁ ମଲ୍‌ ବନ୍ଦ ରଖା ଯାଇଥିଲା । ଅଗ୍ନିକାଣ୍ଡ ଯୋଗୁ ପୁରା ମଲ୍‌ ଧୂଆଁମୟ ହୋଇଯାଇଥିଲା । ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।



from Latest Odisha News, Breaking News Today | Top Updates on Corona - OTV News https://ift.tt/oLnduR8
ପୁଣି ମାର୍କେଟ ବିଲ୍ଡିଂରେ ନିଆଁ Satyendu Shekher Mishra ପୁଣି ମାର୍କେଟ ବିଲ୍ଡିଂରେ ନିଆଁ Satyendu Shekher Mishra Reviewed by SUBHENDU BARAL on September 08, 2022 Rating: 5

No comments:

Powered by Blogger.