ଗଙ୍ଗା ନଦୀରେ ବୁଡ଼ିଲା ୫୫ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଡଙ୍ଗା Rajalaxmi Sahoo

୫୫ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଗଙ୍ଗା ନଦୀରେ ବୁଡ଼ି ଯାଇଛି। ଗତକାଲି ବିହାରର ଶାହାପୁର ଥାନା ଅନ୍ତର୍ଗତ ଦାନପୁର ନିଟକରେ ଏହି ଅଘଟଣ ଘଟିଛି। ଡଙ୍ଗା ବୁଡ଼ି ଯିବା ଯୋଗୁ ୧୦ ଜଣ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏମାନେ ସମସ୍ତେ ବିହାରର ଦାଉଦପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଶ୍ରମିକମାନେ କାମ ସାରି ଡଙ୍ଗାରେ ଘରକୁ ଫେରୁଥିବା ବେଳେ ଦାନପୁର ନିଟକରେ ଗଙ୍ଗା ନଦୀରେ ଡଙ୍ଗାଟି ଓଲଟି ପଡ଼ିଥିଲା। ସେହି ସମୟରେ ଡଙ୍ଗାରେ ୫୫ ଜଣ ଶ୍ରମିକ ଥିଲେ। ଖବରପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ରେସ୍କ୍ୟୁ ଟିମ୍‌ ମଧ୍ୟ ପହଞ୍ଚିଥିଲେ। ଏହାପରେ ଡାଇଭର୍‌ଙ୍କ ସହାୟତାରେ ରେସ୍କ୍ୟୁ ଅପରେସନ୍‌ ଆରମ୍ଭ ହୋଇଥିଲା। ହେଲେ ଏବେବି ୧୦ ଜଣଙ୍କ ପତ୍ତା ମିଳିପାରି ନାହିଁ।

ଘଟଣାକୁ ନେଇ ଦାନପୁର ଏସ୍‌ଡିଏମ୍‌ କହିଛନ୍ତି ଯେ, ଶ୍ରମିକମାନେ କାମ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ଡଙ୍ଗା ପଠା ଯାଇଛି। NDRF ଟିମ୍‌କୁ ମଧ୍ୟ ଖବର ଦିଆଯାଇଛି।

ସୂଚନାଥାଉ କି, ଗତ ସପ୍ତାହରେ ପାଖାପାଖି ୩୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଇଞ୍ଜିନ ଚାଳିତ ଡଙ୍ଗା ଗଙ୍ଗା ନଦୀରେ ଓଲଟି ପଡ଼ିଥିଲା। ଉତ୍ତରପ୍ରଦେଶ ଗାଜିପୁରରେ ଏହି ଅଘଟଣ ଘଟିଥିଲା। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। 



from Latest Odisha News, Breaking News Today | Top Updates on Corona - OTV News https://ift.tt/UvbIcfM
ଗଙ୍ଗା ନଦୀରେ ବୁଡ଼ିଲା ୫୫ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଡଙ୍ଗା Rajalaxmi Sahoo ଗଙ୍ଗା ନଦୀରେ ବୁଡ଼ିଲା ୫୫ ଜଣ ଶ୍ରମିକଙ୍କୁ ନେଇ ଯାଉଥିବା ଡଙ୍ଗା Rajalaxmi Sahoo Reviewed by SUBHENDU BARAL on September 04, 2022 Rating: 5

No comments:

Powered by Blogger.