
କନକ ବ୍ୟୁରୋ : ଆଜିର ଯୁଗରେ ବି ଗାଁକୁ ଖଣ୍ଡିଏ ରାସ୍ତା ନାହିଁ । ତେଣୁ ରୋଗୀଙ୍କୁ ନେବାକୁ ଗାଁଠୁ ଦୁଇ କିଲୋମିଟର ଦୂରରେ ଅପେକ୍ଷା କରୁଛି ଆମ୍ବୁଲାନ୍ସ । ଆଉ ଘରୁ ରୋଗୀ ଖଟିଆରେ ବୁହା ହୋଇଯାଉଛି । ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଜରବଗା ପଞ୍ଚାୟତରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛିି । ନୂଆଡ଼ିହି ମୁଣ୍ଡାପଡା ଗାଁରେ ୪୦ ବର୍ଷିୟ ଉମେଶ ମୁଣ୍ଡା ଅସୁସ୍ଥ ଥିଲେ । ପରେ କୁଚିଣ୍ଡା ହସ୍ପିଟାଲରେ ଥିବା ଆମ୍ବୁଲାନ୍ସକୁ ଗାଁ ଲୋକେ ଫୋନ୍ କରିଥିଲେ ।
ଖବର ପାଇ ଆମ୍ବୁଲାନ୍ସଟି ଆସିଥିଲା । ହେଲେ ମୁଣ୍ଡାପଡାକୁ ରାସ୍ତା ନ ଥିବାରୁ ଗାଁ ମୁଣ୍ଡରେ ଅଟକିଯାଇଥିଲା । ତେବେ ପରିବାର ଓ ଗାଁ ଲୋକେ ମିଶି ଖଟିଆରେ ବୋହି ଦୀର୍ଘ ଦୁଇ କିଲୋମିଟର ଆଣିଥିଲେ । କାରଣ ଗାଁକୁ ଯିବାପଇଁ ହେଲେ ବିଲ ହିଡ଼ ହିଁ ଲୋକଙ୍କ ଭରସା । ୪ ମାସ ଆଗରୁ ଉମେଶ ମୁଣ୍ଡାଙ୍କ ସ୍ତ୍ରୀଙ୍କୁ ସାପ କାମୁଡ଼ିଥିଲା । ହେଲେ ଏହି ଆମ୍ବୁଲାନ୍ସ ସେବାରେ ଅସୁବିଧା ହୋଇଥିଲା । ଆଉ ବିଳମ୍ବିତ ଚିକିତ୍ସା ଯୋଗୁଁ ଉମେଶଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା ।
The post ଏବେ ବି ଆମ୍ବୁଲେନ୍ସ ସେବା ଅପହଞ୍ଚ : ଖଟିଆରେ ୨ କିଲୋମିଟର ବୁହା ହେବା ପରେ ଗଲେ ରୋଗୀ first appeared on Kanak News.
from Kanak News https://ift.tt/y6gopZ1 https://ift.tt/PV7pmFD
Reviewed by SUBHENDU BARAL
on
September 11, 2022
Rating:
No comments: