ଆଜି ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ନିବେଶକ ସମ୍ମିଳନୀରେ ଯୋଗଦେବେ Kanak News

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ । ମୁମ୍ବାଇର ଟ୍ରାଇଡେଣ୍ଟ ହୋଟଲରେ ଅନୁଷ୍ଠିତ ହେବାକୁ ଥିବା ନିବେଶକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ଆଜି ଅପରାହ୍ନରେ ମୁମ୍ବାଇ ଗସ୍ତ କରିବେ । ଏହି ଅବସରରେ ସେ ଆଦିତ୍ୟ ବିର୍ଲା ଗ୍ରୁପର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା, ବେଦାନ୍ତ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲଙ୍କ ସମେତ ବିଶିଷ୍ଟ ଉଦ୍ୟୋଗୀଙ୍କୁ ଭେଟି ଓଡିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ ।

ସେହିପରି ମୁଖ୍ୟମନ୍ତ୍ରୀ ୧୫ତାରିଖ ସକାଳେ ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍‌ ବଜାଇବାର କାର୍ଯ୍ୟକ୍ରମ ରହିଛି । ପ୍ରତିଦିନ ସକାଳ ୯ଟାରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଖୋଲୁଥିବାବେଳେ କାରବାର ଆରମ୍ଭ ପୂର୍ବରୁ ଏହି ଓପନିଂ ବେଲ୍‌ ବଜାଇବାର ପରମ୍ପରା ରହିଛି । ବେଲ୍‌ ବାଜିବାର ୧୫ ମିନିଟ ପରେ ଏଠାରେ ଟ୍ରେଡିଂ ଆରମ୍ଭ ହୋଇଥାଏ । ଏଥିସହ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ମେକ-ଇନ-ଓଡିଶାର ତୃତୀୟ ସଂସ୍କରଣରେ ଭାଗନେବା ପାଇଁ ଶିଳ୍ପପତିଙ୍କୁ ନିମନ୍ତ୍ରଣ ମଧ୍ୟ କରିବେ । ଯାହା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିତ୍ୱକୁ ଜାତୀୟସ୍ତରରେ ଆହୁରି ପ୍ରଭାବଶାଳୀ କରିବ ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯୋଗ୍ୟ କୋଭିଡ ପାଇଁ ଗତ ଦୁଇ ବର୍ଷ ହେଲା ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମ ହୋଇପାରିନଥିବାବେଳେ ପୂର୍ବରୁ ହୋଇଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ପୁଞ୍ଜିପତିମାନେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ସେହି ଅନୁଯାୟୀ ରାଜ୍ୟରେ ପୁଞ୍ଜିନିବେଶ ହୋଇନାହିଁ । ତେଣୁ ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ଯେପରି ସଫଳ ହେବ ଏବଂ ପ୍ରତିଶ୍ରୁତି ଅନୁଯାୟୀ ପୁଞ୍ଜିନିବେଶ ହେବ ସେଥିପାଇଁ ରାଜ୍ୟ ସରକାର ଜୋରଦାର୍‌ ପ୍ରସ୍ତୁତି ଚଳାଇଛନ୍ତି । ଦୁବାଇ, ଦିଲ୍ଲୀ ଏବଂ ଅହମ୍ମଦାବାଦରେ ନିବେଶକ ସମ୍ମିଳନୀ କରିବା ପରେ ରାଜ୍ୟ ସରକାର ମୁମ୍ବାଇରେ ଏହି ସମ୍ମିଳନୀ କରିବାକୁ ଯାଉଛନ୍ତି ।

The post ଆଜି ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ନିବେଶକ ସମ୍ମିଳନୀରେ ଯୋଗଦେବେ first appeared on Kanak News.



from Kanak News https://ift.tt/PeHGUBA https://ift.tt/71ihCpj
ଆଜି ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ନିବେଶକ ସମ୍ମିଳନୀରେ ଯୋଗଦେବେ Kanak News ଆଜି ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ନିବେଶକ ସମ୍ମିଳନୀରେ ଯୋଗଦେବେ Kanak News Reviewed by SUBHENDU BARAL on September 12, 2022 Rating: 5

No comments:

Powered by Blogger.