
କନକ ବ୍ୟୁରୋ : ଗାଡି ଯାଞ୍ଚ ବେଳେ ଜବତ ହେଲା ବିପୁଳ ପରିମାଣର କଫ୍ ସିରପ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ତେଳନଦୀ ପାର୍ଶ୍ୱ ଗାନ୍ଧୀଛକରେ ଗତକାଲି ଗାଡି ଚେକିଂ ହୋଇଥିଲା । ଏହି ସମୟରେ ଏକ ଧଳା ରଙ୍ଗର କାର ଭିତରୁ ବିପୁଳ ପରିମାଣରେ କଫ ସିରଫ ଓ ଟାବଲେଟ୍ ପାଇଥିଲା ପୋଲିସ ।
ଏହି କଫ୍ ସିରଫ କେଉଁଠୁ ଆସିଲା, କିଏ ତିଆରି କରିଛି ଆଦି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହିଁଥିଲା । ହେଲେ କାର ଭିତପେ ବସିଥିବା ବଲାଙ୍ଗୀର ଜିଲ୍ଲା ମାଲପଡାର ଜଗବନ୍ଧୁ ମେହେର ଏହାର ଉତ୍ତର ଦେଇପାରିନଥିଲେ । ତେଣୁ ସେ ଏବେ ଗିରଫ ହୋଇଛନ୍ତି । ମନମୁଣ୍ଡା ପୋଲିସ ଏ ନେଇ ମାମଲା ରୁଜୁ କରିଛି । ଗାଡି ଚେକିଂ ବେଳେ ପୋଲିସକୁ ଦେଖି କାରଟି ଚମ୍ପଟ ମାରିଥିଲା । ଏହାପରେ ପୋଲିସ ସନ୍ଦେହ କରି କାରଟିକୁ ଗୋଡାଇ ଥିଲା । ପରେ ଅଟକାଇବାରେ ସଫଳ ହୋଇଥିଲା ।
The post ଗାଡି ଯାଞ୍ଚ ବେଳେ ଜବତ ହେଲା ବିପୁଳ ପରିମାଣର କଫ୍ ସିରପ ଓ ଟାବଲେଟ୍ : ଜଣେ ଗିରଫ, ଥାନାରେ ମାମଲା ରୁଜୁ first appeared on Kanak News.
from Kanak News https://ift.tt/kS5eqRP https://ift.tt/eQ0Ems9
ଗାଡି ଯାଞ୍ଚ ବେଳେ ଜବତ ହେଲା ବିପୁଳ ପରିମାଣର କଫ୍ ସିରପ ଓ ଟାବଲେଟ୍ : ଜଣେ ଗିରଫ, ଥାନାରେ ମାମଲା ରୁଜୁ Kanak News
Reviewed by SUBHENDU BARAL
on
September 11, 2022
Rating:
Reviewed by SUBHENDU BARAL
on
September 11, 2022
Rating:
No comments: