ଗାଁର ପ୍ରଥମ IAS ଅଧିକାରୀ ବନ୍ଦନା ମୀନା; ଦିନକୁ ୧୫-୧୬ ଘଣ୍ଟା ପଢୁଥିଲେ Pramod Behera

ଯଦି ମନରେ କିଛି କରିବାର ଥାଏ ଆଉ ଉଦ୍ଦେଶ୍ୟ ଦୃଢ ହୋଇଥାଏ ତେବେ କୌଣସି ରାସ୍ତା କଷ୍ଟକର ହୋଇ ନଥାଏ। ରାଜସ୍ଥାନର ବନ୍ଦନା ମୀନା ଏହାକୁ କରି ଦେଖେଇଛନ୍ତି। ତେବେ ଆସନ୍ତୁ ତାଙ୍କ ତାଙ୍କ ସଫଳତାର କାହାଣୀ ଉପରେ ନଜର ପକେଇନେବା।

ପିଲାଦିନ:

ଆଇଏଏସ୍ ବନ୍ଦନା ମୀନା ରାଜସ୍ଥାନର ଏକ ଛୋଟ ଗାଁ ଟୋକ୍‌ସୀରୁ ଆସିଛନ୍ତି। ଗାଁରେ ପ୍ରଥମ କିଛି ବର୍ଷ ବିତାଇବା ପରେ ସେ ବାପାମାଆଙ୍କ ସହ ଦିଲ୍ଲୀ ପଳେଇଆସିଥିଲେ। ତାଙ୍କ ବାପା ପୃଥ୍ୱୀରାଜ ମୀନା ଦିଲ୍ଲୀ ପୋଲିସରେ ଚାକିରି କରୁଥିବା ବେଳେ ମା’ ସମ୍ପତି ଦେବୀ ଜଣେ ଗୃହିଣୀ। ପିଲାଦିନରୁ ବନ୍ଦନା ପାଠପଢା ପ୍ରତି ବହୁତ ଆଗ୍ରହୀ ଥିଲେ ଏବଂ ତାଙ୍କ ପ୍ରତିଭା ଆଧାରରେ ସେ ଜଣେ ଆଇଏଏସ୍ ଅଧିକାରୀ ହୋଇପାରିଛନ୍ତି।

ଶିକ୍ଷା:

ଆଇଏସ୍ ବନ୍ଦନା ମୀନା ସୱାଇ ମାଧୋପୁରର ଗଙ୍ଗାପୁର ସହରର ଜ୍ଞାନ ରଶ୍ମୀ ସିନିୟର ମାଧ୍ୟମିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ସେ ଦିଲ୍ଲୀର ସେଣ୍ଟ୍‌ କଲମ୍ବସ୍‌ ସ୍କୁଲ୍‌ରେ ଅଧ୍ୟୟନ କରିଥିଲେ। ବନ୍ଦନା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ ନରେନ୍ଦ୍ର ଜୈନ୍ କଲେଜରୁ ଗଣିତ ସମ୍ମାନରେ ଡିଗ୍ରୀ ହାସଲ କରିଛନ୍ତି। ସେ ତାଙ୍କ ବିଦ୍ୟାଳୟର ପ୍ରଥମ IAS ଅଧିକାରୀ ହୋଇପାରିଛନ୍ତି।

ବନ୍ଦନାଙ୍କ ପରିଶ୍ରମ:

ବନ୍ଦନା ମୀନା ବିଶ୍ୱାସ କରନ୍ତି ଯେ ସଫଳତାର କୌଣସି ସର୍ଟକଟ୍ ନାହିଁ। ସେ ଏହି ପଦବୀ ହାସଲ କରିବା ପାଇଁ ପରୀକ୍ଷା ସମୟରେ ଦିନକୁ ୧୫-୧୬ ଘଣ୍ଟା ପାଠ ପଢୁଥିଲେ। ବର୍ଷର ବାକି ସମୟ ପାଇଁ, ସେ ଦିନକୁ ୧୦ ଘଣ୍ଟା ପଢୁଥିଲେ। ସେ ସବୁବେଳେ ସ୍କୁଲ୍‌-କଲେଜ୍‌ରେ ମଧ୍ୟ ଭଲ ମାର୍କ ରଖୁଥିଲେ।

IAS Bandana Meena With her familyପରିବାର ସହ ଆଇଏଏସ୍ ବନ୍ଦନା ମୀନା

ସଫଳତା:

ବନ୍ଦନା ମୀନା ୨୦୨୧ର UPSC ପରୀକ୍ଷାରେ ଅଲ୍‌ ଇଣ୍ଡିଆ ସ୍ତରରେ ୩୩୧ ରାଙ୍କ୍ ପାଇଥିଲେ। UPSC ଫଳାଫଳ ଘୋଷଣା ହେବା ପରେ ସେ ତାଙ୍କ ବିଦ୍ୟାଳୟକୁ ବୁଲିବାକୁ, ଯେଉଁଠାରେ ତାଙ୍କୁ ସମ୍ମାନିତ କରାଯାଇଥିଲା। ସେ ତାଙ୍କ ଗାଁର ପ୍ରଥମ ଆଇଏଏସ୍ ଅଧିକାରୀ ହେବାର ଗୌରବ ଅର୍ଜନ କରିଛନ୍ତି।

ପ୍ରେରଣା:

ଆଇଏଏସ୍ ମୀନା ତାଙ୍କ ଗାଁର ଝିଅମାନଙ୍କ ପାଇଁ ସବୁଠାରୁ ବଡ ପ୍ରେରଣା। UPSC ପରୀକ୍ଷାରେ ସଫଳ ହେବା ପରେ ସେ ତାଙ୍କ ଗାଁକୁ ଯାଇଥିଲେ। ସେଠାରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ତାଙ୍କ ପରିବାର ଲୋକେ ତାଙ୍କୁ ଓଜନ କରି ଗାଁରେ ତାଙ୍କ ଓଜନର ଫଳ ଏବଂ ମିଠା କିଣି ବାଣ୍ଟିଥିଲେ। ସୋସିଆଲ ମିଡିଆରେ ବନ୍ଦନା ମହ୍ୟ ଖୁବ ସକ୍ରିୟ। ସେ ନିଜ ଜୀବନର ପ୍ରତି କଥାକୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରି ଚାଲିଛନ୍ତି। ୟୁଟ୍ୟୁବରେ ତାଙ୍କର ମଧ୍ୟ ଏକ ଚ୍ୟାନେଲ୍‌ ଅଛି।



from Latest Odisha News, Breaking News Today | Top Updates on Corona - OTV News https://ift.tt/eEzrm3T
ଗାଁର ପ୍ରଥମ IAS ଅଧିକାରୀ ବନ୍ଦନା ମୀନା; ଦିନକୁ ୧୫-୧୬ ଘଣ୍ଟା ପଢୁଥିଲେ Pramod Behera ଗାଁର ପ୍ରଥମ IAS ଅଧିକାରୀ ବନ୍ଦନା ମୀନା; ଦିନକୁ ୧୫-୧୬ ଘଣ୍ଟା ପଢୁଥିଲେ Pramod Behera Reviewed by SUBHENDU BARAL on September 11, 2022 Rating: 5

No comments:

Powered by Blogger.