ନବରଙ୍ଗପୁରରେ ପୋଲ ତଳକୁ ଖସି ପଡ଼ିଲା ଟ୍ରକ୍: ସାରା ରାତି ପରିଶ୍ରମ ପରେ ଡ୍ରାଇଭରକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ Kanak News

କନକ ବ୍ୟୁରୋ: ବାଇକ୍ ଆରୋହୀକୁ ବଂଚାଇବାକୁ ଯାଇ ଭାରସାମ୍ୟା ହରାଇ ପୋଲ ତଳକୁ ଖସିପଡ଼ିଲା ଟ୍ରକ । ଡ୍ରାଇଭରକୁ ଉଦ୍ଧାର କରିବାକୁ ଯାଇ ସାରା ରାତି ଚାଲିଲା ଅପରେସନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଧୋତ୍ରା ନିକଟସ୍ଥ ପୋଲ ନିକଟରେ ଘଟିଥିଲା ଦୁର୍ଘଟଣା । ଗତକାଲି ରାତିରେ ଏହି ଘଟଣାଟି ଘଟିଥିଲା । ଦୁର୍ଘଟଣା ସମୟରେ ହେଲପର ଜଣଙ୍କ କୌଣସି ଉପାୟରେ ଟ୍ରକରୁ ବାହାରି ଯାଇଥିଲେ ମଧ୍ୟ ଡ୍ରାଇଭର ଜଣଙ୍କ ବାହାରି ପାରିନଥିଲେ । ହେଲପର ଜଣଙ୍କ ଡ୍ରାଇଭରକୁ ପାଣି ଭିତରୁ ଉଦ୍ଧାର କରିବା ପାଇଁ ସଫଳ ହୋଇନଥିଲେ । ସ୍ଥାନୀୟ ଲୋକ ଘଟଣା ସଂପର୍କରେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଡ୍ରାଇଭରକୁ ପାଣି ଭିତରୁ ଉଦ୍ଧାର କରିବା ପାଇଁ ୫ ଘଂଟା ସମୟ ଲାଗିଥିଲା ।
The post ନବରଙ୍ଗପୁରରେ ପୋଲ ତଳକୁ ଖସି ପଡ଼ିଲା ଟ୍ରକ୍: ସାରା ରାତି ପରିଶ୍ରମ ପରେ ଡ୍ରାଇଭରକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ first appeared on Kanak News.
from Kanak News https://ift.tt/dRskziP https://ift.tt/HUtprcN
ନବରଙ୍ଗପୁରରେ ପୋଲ ତଳକୁ ଖସି ପଡ଼ିଲା ଟ୍ରକ୍: ସାରା ରାତି ପରିଶ୍ରମ ପରେ ଡ୍ରାଇଭରକୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ Kanak News
Reviewed by SUBHENDU BARAL
on
September 03, 2022
Rating:
No comments: