ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏସିଆ କପରେ ସପ୍ତାହ ମଧ୍ୟରେ ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି Kanak News

କନକ ବ୍ୟୁରୋ: ସୁପରସଣ୍ଡେରେ ଆଜି ପୁଣି ସୁପର ମୁକାବିଲା । ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ- ପାକିସ୍ତାନ । ୭ ଦିନ ମଧ୍ୟରେ ଦୁଇ ଦଳ ମଧ୍ୟରେ ପୁଣି ଥରେ ଦେଖିବାକୁ ମିଳିବ କଡା ଟକ୍କର । ଚଳିତ ଏସିଆ କପ୍ରେ ଦ୍ୱିତୀୟ ଥର ପାଇଁ ଏହି ଦୁଇ ଦଳ ମୁହାଁମୁହିଁ ହେବେ । ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହବ । ଗତ ୨୮ ତାରିଖରେ ଖେଳାଯାଇଥିବା ମୁକାବିଲାରେ ଭାରତ ୫ ୱିକେଟ୍ରେ ବିଜୟୀ ହୋଇଥିଲା । ତେଣୁ ଲଗାତର ବିଜୟ ଧାରା ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ । ସେପଟେ ପାକିସ୍ତାନ ପାଖରେ ପ୍ରଥମ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେବାକୁ ସୁଯୋଗ ରହିଛି । ଆଜିର ସୁପର-୪ ମୁକାବିଲାରେ ଯିଏ ଜିତବ ସେହି ଦଳ ଫାଇନାଲ ଖେଳିବାର ନିକଟତର ହେବ ।

ହଂକଂ ବିପକ୍ଷରେ ବଡ଼ ବିଜୟ ହାସଲ କରିଥିଲା ପାକିସ୍ତାନ । ତେଣୁ ପାକିସ୍ତାନର ଶକ୍ତିଶାଳୀ ବ୍ୟାଟିଂ ବାହିନୀକୁ ରୋକିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବ ଭାରତ । ରବିନ୍ଦ୍ର ଜାଡେଜା ବାଦ୍ ପଡ଼ିଆ ଦଳ ପାଇଁ ଶକ୍ତ ଧକ୍କା ହୋଇଛି । କାରଣ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ୍ରେ ବିଜୟର ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଜାଡେଜା । ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି । ହେଲେ ତାଙ୍କୁ ସିଧାସଳଖ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଖେଳାଇବା ଆଦୌ ସହଜ ହେବନାହିଁ । ଆର ଅଶ୍ୱିନୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ସେହିପରି ହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ବିରାଟ କୋହଲୀ ମଧ୍ୟ ଫର୍ମକୁ ଫେରିଛନ୍ତି । ରାହୁଲ ବଡ଼ ଇନିଂସ ଖେଳି ପାକିସ୍ତାନ ବୋଲରକୁ ଉପରେ ଚାପ ସୃଷ୍ଟି କରିବାକୁ ପଡ଼ିବ । ସେହିପରି ପାକିସ୍ତାନ ଦଳର ବ୍ୟାଟିଂ ଓ ବୋଲିଂ ବାହିନୀ ଭଲ ପ୍ରଦର୍ଶନ କରୁଥିବାରୁ ଆଜିର ମ୍ୟାଚ୍ରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ ।

The post ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏସିଆ କପରେ ସପ୍ତାହ ମଧ୍ୟରେ ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି first appeared on Kanak News.



from Kanak News https://ift.tt/i2kJUDz https://ift.tt/nbpOymw
ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏସିଆ କପରେ ସପ୍ତାହ ମଧ୍ୟରେ ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି Kanak News ଆଜି ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ: ଏସିଆ କପରେ ସପ୍ତାହ ମଧ୍ୟରେ ପରସ୍ପରକୁ ଭେଟିବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି Kanak News Reviewed by SUBHENDU BARAL on September 03, 2022 Rating: 5

No comments:

Powered by Blogger.