ଆଜିଠାରୁ ଏକ ଘୂର୍ଣ୍ଣିବଳୟର ସମ୍ଭାବନା ଥିବାବେଳେ ଏହା ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ଆକଳନ କରିଛି ପାଣିପାଗ ବିଭାଗ। ତାସହ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
#୭ସେପ୍ଟେମ୍ବର ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ #ଘୁର୍ଣ୍ଣିବଳୟ
— Meteorological Centre, Bhubaneswar (@mcbbsr) September 6, 2022
ପରବର୍ତ୍ତୀ #୪୮ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ #ଲଘୁଚାପ
ପ୍ରଭାବରେ 8ରୁ ଦକ୍ଷିଣ ଓଡିଶା ଏବଂ 9ରୁ ରାଜ୍ୟରେ ବିସ୍ତୃତି ବର୍ଷା
ଆସନ୍ତା ୪ରୁ ୫ ଦିନ ଯାଏଁ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୮ଟି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହି ଜିଲ୍ଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ଗଜପତି।
from Latest Odisha News, Breaking News Today | Top Updates on Corona - OTV News https://ift.tt/G8UEyvb
ଆଜି ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ପରେ ନେବ ଲଘୁଚାପର ରୂପ ! Chandan Shishu
Reviewed by SUBHENDU BARAL
on
September 05, 2022
Rating:
No comments: