ଜେଲ୍ରୁ ମୁକୁଳିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ। ପାଖାପାଖି ୨ ମାସର ରହଣୀ ପରେ ଗତକାଲି ସେ ଝାରପଡ଼ା ଜେଲ୍ରୁ ମୁକୁଳିଛନ୍ତି। ଅର୍ଦ୍ଧେନ୍ଦୁଙ୍କୁ ଦୁଇ ଦିନ ପୂର୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା। କୁହାଯାଉଛି, ଦିଲ୍ଲୀର ଜଣେ ବ୍ୟବସାୟୀ ଅର୍ଦ୍ଧେନ୍ଦୁଙ୍କ ବିରୋଧରେ ୧ କୋଟି ଟଙ୍କା ଠକେଇ ନେଇ EOWରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ଭୁବନେଶ୍ୱର ଜାଗମରା ସ୍ଥିତ ଘରେ EOW ଚଢ଼ଉ କରିଥିଲେ।
ଅଭିଯୋଗ ଅନୁସାରେ, ଅର୍ଦ୍ଧେନ୍ଦୁଙ୍କୁ ୨ଥର ନୋଟିସ୍ ପରେ ବି ସେ ହାଜର ହୋଇନଥିଲେ। ଏହାପରେ ତଦନ୍ତକାରୀ ଟିମ୍ ତାଙ୍କ ଘରେ ସର୍ଚ୍ଚ କରିଥିଲା। ଜୁନ୍ ୩୦ ତାରିଖରେ EOW ଅର୍ଦ୍ଧେନ୍ଦୁଙ୍କୁ ଗିରଫ କରିଥିଲା। ଗିରଫ ପରେ ସେ ଝାରପଡ଼ା ଜେଲ୍ରେ ଥିଲେ।
ଜେଲ୍ରୁ ବାହାରିବା ପରେ ଗଣମାଧ୍ୟମ ସମ୍ମୁଖଣେ ପ୍ରତିକ୍ରିୟା ରଖି ଅର୍ଦ୍ଧେନ୍ଦୁ କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଆ ଏହି ସମୟରେ ମୋ ସହ ଛିଡା ହୋଇଥିବାରୁ ମୁଁ ସେମାନଙ୍କ ପାଖରେ ଋଣୀ। ଯାହା ଜଣାଇବା କଥା ଜଗନ୍ନାଥଙ୍କ ନିକଟରେ ଜଣାଇବି।
ଅର୍ଦ୍ଧେନ୍ଦୁଙ୍କ ନାଁରେ କଟକ ପୁରୀଘାଟ ଥାନାରେ ମଧ୍ୟ ଏତଲା ଦାଏର ହୋଇଥିଲା। କଟକର ବ୍ୟବସାୟୀ ନିସିତ ଅଗ୍ରୱାଲଙ୍କଠାରୁ ୧୧ ଲକ୍ଷ ଟଙ୍କାର ଆସବାବପତ୍ର କିଣି ୬ ଲକ୍ଷ ୬୦ ହଜାର ବଳକା ଟଙ୍କା ଦେଉନଥିବା ଅଭିଯୋଗ ହୋଇଥିଲା।
from Latest Odisha News, Breaking News Today | Top Updates on Corona - OTV News https://ift.tt/Lk0V6G1
No comments: