ଆଜି ଠାରୁ +୨ ପ୍ରଥମ ପର୍ଯ୍ୟାୟ ନାମଲେଖା : ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏଁ ଚାଲିବ ପ୍ରକ୍ରିୟା Prangyan Parimita

ଯୁକ୍ତ ଦୁଇରେ ଆଜି ଠାରୁ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ନାମଲେଖା । ନାମଲେଖା ପ୍ରକ୍ରିୟା ସମୟ ସକାଳ ୯ଟାରୁ ଅପରାହ୍ଣ ୫ଟା ମଧ୍ୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ୪ଲକ୍ଷ ୪ ହଜାର ଛାତ୍ରଛାତ୍ରୀ ୧୯ ତାରିଖରୁ ୨୫ ପର୍ଯ୍ୟନ୍ତ ନାମ ଲେଖାଇବେ । ସେହିପରି ଏକ ଘଣ୍ଟାରେ ୧୫ ଜଣ ଆବେଦନକାରୀଙ୍କ ନାମଲେଖା ହେବ । ପିଲାଙ୍କ ନାମଲେଖା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ମାର୍ଗଦର୍ଶିକା ଜାରି କରିଛି ।

ତେବେ ୨୫ ଯାଏଁ ନାମଲେଖା ହେବାକୁ ଥିବାବେଳେ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ପିଲା ସ୍ଲାଇଡ-ଅପ କରିପାରିବେ । ସେପ୍ଟେମ୍ବର ୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସେପ୍ଟେମ୍ବର ୫ରୁ ୭ ତାରିଖ ମଧ୍ୟରେ ହେବାକୁ ଥିବାବେଳେ ୮ ତାରିଖ ରାତି ୯ଟାରେ ନାମଲେଖା ତାଲିକା ପୋର୍ଟାଲରେ ଅପଲୋଡ ହେବ ।

ସେପ୍ଟେମ୍ବର ୧୩ ତାରିଖରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ୧୪ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ନାମଲେଖା ପ୍ରକ୍ରିୟା ସରିବ । ୧୭ ତାରିଖ ସଂଧ୍ୟା ୬ଟାରେ ପିଲାଙ୍କ ନାମଲେଖା ନେଇ ଚୂଡ଼ାନ୍ତ ତଥ୍ୟ ପୋର୍ଟାଲରେ ଅପଡେଟ ହେବ ।



from Latest Odisha News, Breaking News Today | Top Updates on Corona - OTV News https://ift.tt/Yjqpt1A
ଆଜି ଠାରୁ +୨ ପ୍ରଥମ ପର୍ଯ୍ୟାୟ ନାମଲେଖା : ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏଁ ଚାଲିବ ପ୍ରକ୍ରିୟା Prangyan Parimita ଆଜି ଠାରୁ +୨ ପ୍ରଥମ ପର୍ଯ୍ୟାୟ ନାମଲେଖା : ସକାଳ ୯ଟାରୁ ଅପରାହ୍ଣ ୫ଟା ଯାଏଁ ଚାଲିବ ପ୍ରକ୍ରିୟା Prangyan Parimita Reviewed by SUBHENDU BARAL on August 18, 2022 Rating: 5

No comments:

Powered by Blogger.