ଯୌତୁକ ଏକ କୁପ୍ରଥା ବୋଲି ଯେତେ ସଚେତନ କଲେ ମଧ୍ୟ ଏଥିରେ ରୋକ ଲଗାଯାଇ ପାରୁନି। ୟୁପି ବିହାର ଭଳି ରାଜ୍ୟରେ ଯୌତୁକ ଅଭ୍ୟାସ ଆଜିକାଲି ଜୋରଦାର ଚାଲିଛି। ପୁଅର ପ୍ରୋଫାଇଲ୍ ଅନୁଯାୟୀ ଯୌତୁକ ନିର୍ଦ୍ଧାରିତ କରାଯାଏ। ପୁଅ ଯେତେ ଯୋଗ୍ୟ ଏବଂ ଚାକିରି ଯେତେ ଭଲ ହୋଇଥିବ ଝିଅ ପରିବାର ସେତେ ଉଚ୍ଚା ମୂଲ୍ୟ ଦେଇ ଜୋଇଁକୁ ନିଜର କରିବେ।
ପୁଅକୁ ନିଲାମ ଡାକିଲା ଭଳି ଏଭଳି ରୀତିନୀତି ପାଳନ କରିବାରେ ପୁଅ କିମ୍ବା ତାଙ୍କ ପରିବାର କେହି ଲଜ୍ଜିତ ହୁଅନ୍ତି ନାହିଁ। ପୁଅ ପାଇଁ ଯେତେ ଅଧିକ ମୂଲ୍ୟ ନିର୍ଦ୍ଧାରଣ ହେବ ସେମାନେ ଏହାକୁ ନେଇ ଗର୍ବିତ ହୁଅନ୍ତି। କିନ୍ତୁ ଦଶନ୍ଧି ପୂର୍ବରୁ ଆରମ୍ଭ ହୋଇଥିବା ଏହି ପରମ୍ପରା ଭିନ୍ନ ଥିଲା।
ବିହାରର ମଧୁବନୀରେ ୭୦୦ ବର୍ଷ ପୂର୍ବେ ବର ବଜାର ବସୁଥିଲା। ଏଠାକୁ ପ୍ରତ୍ୟେକ ଜାତି ଓ ଧର୍ମର ବର ଆସୁଥିଲେ ଏବଂ ଝିଅମାନେ ସେମାନଙ୍କର ବର ବାଛୁଥିଲେ। ଯିଏ ଯେତେ ଅଧିକ ନିଲାମ ଧରୁଥିଲା ବର ତା’ର ହେଉଥିଲା।
ତେବେ ବିହାରର ମଧୁବନୀରେ ବିବାହ ପାଇଁ ସଜାଯାଉଥିବା ବର ବଜାରକୁ ସୌରାଷ୍ଟ୍ର ସଭା କୁହାଯାଏ। ଯାହା ୭୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ମଧ୍ୟ ଜାରି ରହିଛି। ଏହି ସଭାର ଉଦ୍ଦେଶ୍ୟ ହେଉଛି ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ସମସ୍ତ ବର ଏଠାରେ ଏକତ୍ରିତ ହୁଅନ୍ତି। ଝିଅଘର ମଧ୍ୟ ସେମାନଙ୍କର ଝିଅଙ୍କ ସହିତ ଆସି ଏହି ସଭାର ଏକ ଅଂଶ ହୁଅନ୍ତି। ବଜାରରେ ଥିବା ବରମାନଙ୍କ ମଧ୍ୟରୁ ନିଜ ଝିଅ ପାଇଁ ସେମାନେ ସର୍ବୋତ୍ତମ ବର ବାଛନ୍ତି। ତେବେ ଏକ ଉତ୍ତମ ବରର ଚୟନ ପ୍ରକ୍ରିୟାରେ, ତାଙ୍କର ଯୋଗ୍ୟତା, ପରିବାର, ଆଚରଣ ଏବଂ ଜନ୍ମ ପ୍ରମାଣପତ୍ର ଦେଖାଯାଏ।
ସବୁ ଦେଖା ସରିଲା ପରେ ଯଦି ପୁଅ ପସନ୍ଦ ହୁଏ ତେବେ ଝିଅ ହଁ କହିଥାଏ। କୁହାଯାଏ ଯେ ଏହି ସୌରାଷ୍ଟ୍ର ସଭା କର୍ଣ୍ଣାଟକ ରାଜବଂଶର ରାଜା ହରି ସିଂହଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ବିଭିନ୍ନ ଗୋତ୍ରରେ ବିବାହ ସହିତ ଯୌତୁକ ମୁକ୍ତ ବିବାହ କରେଇବା। କିନ୍ତୁ ସାତ ପିଢି ପର୍ଯ୍ୟନ୍ତ ଥିବା ରକ୍ତ ସଂପର୍କ ଯଦି ମିଳେ ତେବେ ଏହି ସଭାରେ ବିବାହ ଅନୁମତି ଦିଆଯାଇ ନଥାଏ।
ଏହି ପରମ୍ପରା ଆରମ୍ଭ ବେଳେ ଗୋଟିଏ ସ୍ଥାନରେ ସମସ୍ତ ପୁଅମାନଙ୍କର ସମାବେଶ ଝିଅମାନଙ୍କୁ ବର ବାଛିବାରେ ସହଜ କରିଥିଲା । ଏହି ପରମ୍ପରା ୭୦୦ବର୍ଷ ଧରି ଚାଲିଥିଲେ ବି ସମୟ ସହିତ ପରିବର୍ତ୍ତନ ହୋଇ ଏଥିରେ କିଛି ବିକୃତି ମଧ୍ୟ ଆସିଛି। ଏହା ବର୍ତ୍ତମାନ ଯୌତୁକମୁକ୍ତ ନୁହେଁ।
from Latest Odisha News, Breaking News Today | Top Updates on Corona - OTV News https://ift.tt/N72iCHZ
No comments: